ରେଳ ଦୁର୍ଘ-ଟଣାକୁ ପ୍ରଥମେ ଦେଖିଥିବା ବ୍ୟକ୍ତି କହିଲେ ଏଭଳି । ଦୁର୍ଘ-ଟଣା ସ୍ଥଳରେ ଏବେବି ରହିଛି ସବୁ ଆତ୍ମା

ଓଡ଼ିଶା କରମଣ୍ଡଳ ରେଳ ଦୁର୍ଘଟଣାର ବର୍ତ୍ତମାନ ସୁଦ୍ଧା ବି ଜାରି ରହିଛି । କେତେ ଲୋକ କେତେ କେତେ କାରଣ ଦର୍ଶାଉଥିବା ବେଳେ ରେଳ ମନ୍ତ୍ରୀ ୨ ଦିନ ଆଗରୁ ସିବିଆଇ ତଦନ୍ତର ସୁପାରିଶ କରିଥିଲେ ଯାହାକି ବର୍ତ୍ତମାନ ସମୟରେ ଜାରି ରହିଛି । ଏଥିପାଇଁ ସିବିଆଇ ରେଳ ଦୁର୍ଘଟଣା ହୋଇଥିବା ବାହାନଗା ଠାରେ ପହଞ୍ଚି ତଦନ୍ତର ପ୍ରଥମ ପଦକ୍ଷେପ ନେଇଛି । ଏହାରି ମଧ୍ୟରେ ମୃତ ଶବକୁ ନେଇ ମଧ୍ୟ ଅନେକ କଥା ଶୁଣିବାକୁ ମିଳୁଛି । କୁହାଯାଉଛି ଯେ ଏବେ ସୁଦ୍ଧା ଆହୁରି ୧୨୦ ମୃତ ଶବର ପତ୍ତା ମିଳୁନାହିଁ ।

ଯେଉଁ କାରଣରୁ ଲୋକେ ନିଜ ପ୍ରିୟଜନଙ୍କ ମୃତ ଶବ ନପାଇ କିମ୍ବା ଚିହ୍ନଟ କରି ନପାରି ଡିଏନଏ ଟେଷ୍ଟ ପାଇଁ ସେମ୍ପଲ ଦେଉଛନ୍ତି । ଆଉ ଏହାରି ମଧ୍ୟରେ ଦୁର୍ଘଟଣାସ୍ଥଳ ବାହାନଗାରୁ ବର୍ତ୍ତମାନ ସମୟରେ ଏକ ଆଶ୍ଚର୍ଯ୍ୟ ଜନକ କଥା ସାମ୍ନାକୁ ଆସିଛି । ସ୍ଥାନୀୟ ଲୋକେ ବର୍ତ୍ତମାନ କହୁଛନ୍ତି ଯେ ସେହି ସ୍ଥାନରେ କୁଆଡ଼େ ଏବେ ସୁଦ୍ଧା ଆତ୍ମା ରହିଛନ୍ତି । ଯାହାକୁ କେହି କେହି ବିଶ୍ୱାସ କରୁ ନଥିବା ବେଳେ ଆଉ କିଛି ଲୋକ ବିଶ୍ୱାସ କରୁଛନ୍ତି । ଏହାରି ମଧ୍ୟରେ ଦୁର୍ଘଟଣାର ଜଣେ ପ୍ରତ୍ୟକ୍ଷ ଦର୍ଶୀ କିଛି ଏଭଳି କହିଛନ୍ତି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।

ତାଙ୍କ କହିବା କଥା ଯେ ଦୁର୍ଘଟଣା ଦିନ ସେ ସେହି ସ୍ଥାନରେ ନିଜ ଦୋକାନରେ ଥିଲେ । ସେହି ସମୟରେ ଦୁର୍ଘଟଣାର ଶବ୍ଦ ଏତେ ଜୋର ଥିଲା ଯେ ସେ ଦୋକନରୁ ବାହାରି ସିଧା ଘଟଣାସ୍ଥଳକୁ ଦୌଡ଼ିଥିଲେ । ସେଠାରେ ଯାଇ ଦେଖନ୍ତି ତ ସବୁ ଲୋକ ବଞ୍ଚାଅ ବଞ୍ଚାଅ କହି ଚିତ୍କାର କରୁଥିଲେ । ପାଖରେ ଥିବା ଲୋକେ ସାହସ କରି ଟ୍ରେନ ଉପରକୁ ଉଠିବାକୁ ଚେଷ୍ଟା କରୁ ନଥାନ୍ତି । ତେବେ ବ୍ୟକ୍ତି ଜଣକ ହିଁ ପ୍ରଥମେ ଟ୍ରେନ ଉପରକୁ ଉଠି ଲୋକଙ୍କୁ ଉଦ୍ଧାର କରିଥିଲେ । ଆଉ ବର୍ତ୍ତମାନ ସେ କହିଛନ୍ତି ଯେ ଏବେ ସୁଦ୍ଧା ଆଉ ଏକ ଟ୍ରେନ ବଗିକୁ ଉଠାଯାଇନାହିଁ ଏବଂ ସେହି ସ୍ଥାନକୁ ପୋଲିସ ମାନେ ଅବରୋଧ କରିଛନ୍ତି ।

ସେ ଆଶା କରିଛନ୍ତି ଯେ ସେହି ସ୍ଥାନରେ ଏତେ ଦୁର୍ଗନ୍ଧ ଯେ ସେଠାରେ ନିହାତି ଆଉ କିଛି ମୃତ ଦେହ ଥାଇପାରେ । ତେବେ ସେ କହିଛନ୍ତି ଯେ ଘଟଣାସ୍ଥଳର ଆଖପାଖରେ ଥିବା ଲୋକେ କହୁଛନ୍ତି ଯେ ସେଠାରେ ଆତ୍ମା ଅଛନ୍ତି ଯେଉଁ କାରଣରୁ ସେଠାରେ ଲୋକେ ରହିବାକୁ ଭୟ କରୁଛନ୍ତି ।

Leave a Reply

Your email address will not be published. Required fields are marked *