ଗରିବ ଲୋକଙ୍କୁ ସହାୟତା ପ୍ରଦାନ କରିବା ପାଇଁ କେନ୍ଦ୍ରସରକାର ଅନେକ ପଦକ୍ଷେପ ନେଇଛନ୍ତି। ତେବେ ତାହା କୃଷକ ମାନଙ୍କ ପାଇଁ ହେଉ ଅବା ଆର୍ଥିକ ଦୁର୍ବଳ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ଆଣି ଉପକୃତ କରାଇଛନ୍ତି। ବର୍ତ୍ତମାନ ସମୟରେ ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଏକ ଖୁସି ଖବର। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା (PMGKAY) ଅଧୀନରେ ଗରିବ ଲୋକଙ୍କୁ ମାଗଣା ପ୍ରଦାନ କାରାଯାଉଥିବା ରାସନ ଅବଦ୍ଧିକୁ ବୃଦ୍ଧି କରାଯାଇଛି।
ସରକାରୀ ଘୋଷଣା
କରୋନା କାରଣରୁ ଦେଶରେ ଅର୍ଥନୈତିକ ବ୍ୟବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଥିଲା। କିନ୍ତୁ ବର୍ତ୍ତମାନ ଧୀରେ ଧୀରେ ଅର୍ଥନୀତିରେ ପରିବର୍ତ୍ତନ ଆସିଛି। ତେଣୁ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା (PMGKAY) ଅଧୀନରେ ଗରିବ ଲୋକଙ୍କୁ ମାଗଣା ରାସନ କେବଳ ଜାନୁଆରୀ ୨୦୨୨ ପର୍ଯ୍ୟନ୍ତ ବଣ୍ଟନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା। ହେଲେ ଏଥିରେ ପରିବର୍ତ୍ତନ ଅଣାଯାଇଛି ବୋଲି ଏ ନେଇ ଖାଦ୍ୟ ଓ ସାଧାରଣ ଯୋଗାଣ ମନ୍ତ୍ରଣାଳୟର ସଚିବ ସୁଦର୍ଶନ ପାଣ୍ଡେ ସୂଚନା ପ୍ରଦାନ କରିଛନ୍ତି।
ତେବେ ଏହି ଯୋଜନାକୁ ଆହୁରି ୪ ମାସ ପର୍ଯ୍ୟନ୍ତ ଅଭିବୃଦ୍ଧି କରାଯାଇଛି। ଅର୍ଥାତ ରାସନ କାର୍ଡ ହିତାଧିକାରୀ ମାନଙ୍କୁ ଆହୁରି ୪ ମାସ ପର୍ଯ୍ୟନ୍ତ ମାଗଣାରେ ରାସନ ବଣ୍ଟନ କରାଯିବ।ତେବେ ଏହି ଯୋଜନା ଅଧୀନରେ ପ୍ରାୟ ୮୦ କୋଟି ହିତାଧିକାରୀ ଉପକୃତ ହେବେ।
କଳ୍ପନା ଜଳ୍ପନା
ମିଳିଥିବା ସୂଚନା ଅନୁସାରେ, ଚଳିତ ବର୍ଷରେ ଉତ୍ତର ପ୍ରଦେଶ ସମେତ ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ମାର୍ଚ୍ଚ ସୁଦ୍ଧା ବିଧାନସଭା ନିର୍ବାଚନ ଶେଷ ହେବ ବୋଲି ଆଶା କରାଯାଉଛି। ତେଣୁ ସରକାର ଏହାକୁ ଦୃଷ୍ଟିରେ ରଖି ମାଗଣା ରାସନ ବଣ୍ଟନର ଅବଦ୍ଧିକୁ ବୃଦ୍ଧି କରିଛନ୍ତି ବୋଲି ଅନୁମାନ କରାଯାଉଛି। ତେବର ଏହି ଯୋଜନାରେ ସମୁଦାୟ ୫୩ ହଜାର ୩୪୪ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ସମ୍ପ୍ରସାରଣ ସହିତ ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନାର ମୋଟ୍ ମୂଲ୍ୟ ପ୍ରାୟ ୨.୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚି।