ଗାଁରେ ରହି ଆରମ୍ଭ କରିପାରିବେ ଏହି 7 ଟି ବ୍ୟବସାୟ । ଅତି ସହଜରେ କରିପାରିବେ ଉତ୍ତମ ରୋଜଗାର ।

କୃଷକମାନଙ୍କୁ ସର୍ବଦା ସାର ଏବଂ ମଞ୍ଜିର ଆବଶ୍ୟକ ରହିଥାଏ । ସେମାନେ ନିକଟସ୍ଥ ଦୋକାନକୁ ଯିବାକୁ ପସନ୍ଦ କରିଥାନ୍ତି । ଆପଣ ଗାଁ କିମ୍ବା ସହରରେ ବିହନ ଏବଂ ସାର ଦୋକାନ ଖୋଲିପାରିବେ । ଯଦି ଆପଣ ଗ୍ରାହକଙ୍କୁ ସରକାରଙ୍କ ଠାରୁ ମିଳୁଥିବା ସବସିଡିର ସୁବିଧା ଦିଅନ୍ତି ତେବେ ଅଧିକରୁ ଅଧିକ ଗ୍ରାହକ ଆପଣଙ୍କ ଦୋକାନରୁ କିଣାକିଣି କରିବେ ।

ଆପଣ ଚାଷଜମିରୁ ଉତ୍ପାଦିତ ହେଉଥିବା ଉତ୍ପାଦକୁ ସହରକୁ ଯାଇ ସିଧାସଳଖ ଘର ଘର ବୁଲି ବିକ୍ରି କରିପାରିବେ । ଯଦିଓ ଆରମ୍ଭରୁ କଠିନ ପରିଶ୍ରମ କରିବାକୁ ପଡ଼ିବ କିନ୍ତୁ ଖାଦ୍ୟ ସାମଗ୍ରୀର ଶୁଦ୍ଧତା ବଜାୟ ରଖିବା ଦ୍ଵାରା ସ୍ୱଳ୍ପ ସମୟ ମଧ୍ୟରେ ଅନେକ ଭଲ ଗ୍ରାହକ ସୃଷ୍ଟି କରିପାରିବେ । ଆପଣ ଆଳୁ, ପିଆଜ, ଖାଣ୍ଟି ଘିଅ, କ୍ଷୀର ଏବଂ ପନିପରିବା ଇତ୍ୟାଦି ବିକ୍ରି କରିପାରିବେ ।

ଆଜିକାଲି ଲୋକମାନେ ଅଧିକ ମୂଲ୍ୟ ଦେଇ ଅରଗାନିକ ଫଳ ଏବଂ ପନିପରିବା ଖାଇବାକୁ ପସନ୍ଦ କରୁଛନ୍ତି । ଆଇଆଇଟି ଛାତ୍ରମାନେ ମଧ୍ୟ ଜୈବିକ ଚାଷ ଉପରେ ଧ୍ୟାନ ଦେଇ ଅଧିକ ଅର୍ଥ ରୋଜଗାର କରୁଛନ୍ତି । ଆପଣ ମଧ୍ୟ ଏହାକୁ ଅଧା ଏକର ଜମିରୁ ଆରମ୍ଭ କରିପାରିବେ ।

ଗାଁ ଓ ସହରରେ ଶୀତଳ ଭଣ୍ଡାରର ଅଭାବ ହେତୁ ଫଳ ଓ ପନିପରିବା ଜଲଦି ଖରାପ ହୋଇଥାଏ । ଗୋଟିଏ ଶୀତଳ ଭଣ୍ଡାରରେ ଅନ୍ୟ ବ୍ୟବସାୟ ଅପେକ୍ଷା ଟିକିଏ ଅଧିକ ଖର୍ଚ୍ଚ ହୋଇଥାଏ । କିନ୍ତୁ ଏଥିରେ ଲାଭ ମଧ୍ୟ ଅଧିକ ମିଳିଥାଏ । ଯଦି ଆପଣ ଚାହାଁନ୍ତି ଆପଣ ଏକ ଛୋଟ ଶୀତଳ ଭଣ୍ଡାର ଆରମ୍ଭ କରିପାରିବେ ।

କୁକୁଡ଼ା ଚାଷ ଆପଣ ଦୁଇଟି ଉପାୟରେ କରାଯାଇପାରିବ । ଯଦି ଆପଣ ଅଣ୍ଡା ଉତ୍ପାଦନ ଚାହାଁନ୍ତି ତେବେ ଆପଣଙ୍କୁ ଲେୟର କୁକୁଡ଼ା ଚୟନ କରିବାକୁ ପଡିବ ଏବଂ ଯଦି ଆପଣ ଚିକେନ୍ ବିକ୍ରୟ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ବଏଲର କୁକୁଡ଼ା ଚୟନ କରିବାକୁ ପଡ଼ିବ । କୁକୁଡ଼ାମାନଙ୍କୁ ଭଲ ଗୁଣବତ୍ତା ପୁଷ୍ଟିକର ଖାଦ୍ୟ ଦେବେ ଯାହା ଫଳରେ ଅଧିକ ଲାଭ ପାଇପାରିବେ ।

ଆପଣ ଚାହିଁଲେ ପଶୁପାଳନ ମଧ୍ୟ କରିପାରିବେ ଯେପରିକି ଗାଈ,ବଳଦ,ଛେଳି,କୁକୁଡ଼ା ଇତ୍ୟାଦି । ଏଥିରେ ଆପଣଙ୍କୁ ପଶୁମାନଙ୍କୁ କମ୍ ମୂଲ୍ୟରେ କିଣିବାକୁ ପଡିବ । ଏହା ପରେ ଏହାକୁ ପାଳନ ପୋଷଣ କରି ଅଧିକ ମୂଲ୍ୟରେ ବିକ୍ରୟ କରିବାକୁ ପଡିବ । ସହର ଏବଂ ଗ୍ରାମଗୁଡିକରେ ଏହା ଏକ ଲାଭଦାୟକ ବ୍ୟବସାୟ ଅଟେ ।

ଗାଁର ଅଧିକାଂଶ ଲୋକ ପଶୁପାଳନ ଏବଂ କୃଷି ଉପରେ ନିର୍ଭର କରନ୍ତି । ପ୍ରତ୍ୟେକ କୃଷକଙ୍କର ଗୋଟିଏ ଗାଈ କିମ୍ବା ମଇଁଷିର ଆବଶ୍ୟକ ରହିଥାଏ । ଏପରି ପରିସ୍ଥିତିରେ ଦୁଗ୍ଧ କେନ୍ଦ୍ରର ବ୍ୟବସାୟ ଏକ ଭଲ ଏବଂ ଲାଭଦାୟକ ହେବ । ଏକ ଦୁଗ୍ଧ କେନ୍ଦ୍ର ଆରମ୍ଭ କରିବା ପାଇଁ ଆପଣଙ୍କୁ ନିକଟତମ ଦୁଗ୍ଧ ଫାର୍ମ ସହିତ ଯୋଗାଯୋଗ କରିବାକୁ ପଡିବ ।

Leave a Reply

Your email address will not be published. Required fields are marked *