ରାତାରାତି ଲକ୍ଷପତି ରୁ ହେଲେ ଭିକାରୀ , କାଚାବାଦାମ ଗୀତର ଗାୟକ ଫେମସ ରୁ ଏବେ ତଳି ତଳାନ୍ତ…

ସମୟ କେତେବେଳେ କାହାକୁ କଣ ସଜାଇ ଦେବ , ସେ କଥା କିଏ ବା ଜାଣିଛି । କିଏ କେତେବେଳେ ରାଜା ହୋଇଯିବ ତ ଆଉ କେତେବେଳେ କିଏ ହୋଇଯିବ ଭିକାରୀ । କାହାର ସମୟ କେତେବେଳେ ଠିକ୍ ରହିବ ତ ଆଉ କେତେବେଳେ ପୁରାପୁରି ବଦଳି ଯିବ , ସେ କଥା ଆମେ ଜାଣି ନଥାଉ । ଆମେ ତ ମଣିଷ ମାତ୍ର ଆମେ କିପରି ବା ଜାଣିପାରିବା କେତେବେଳେ କଣ ହେବ ।

ତେବେ ଏପରି ପରିସ୍ଥିତିରେ ଏହି ମୋହ ମାୟାର ଦୁନିଆଁରେ କେତେବେଳେ ବି ଗର୍ବ କରିବା ଉଚିତ୍ ନୁହେଁ । ଯାହା ଭଗବାନ ଦେଇଛନ୍ତି ସେଥିରେ ଖୁସି ରହି ଜୀବନକୁ ଉପଭୋଗ କରିବା ଉଚିତ୍ ଆଉ ସବୁବେଳେ ଖୁସି ରହିବା ଉଚିତ୍ । କିନ୍ତୁ ଏପରି ଜିନିଷକୁ ଏ ସାଧାରଣ ମଣିଷ ବୁଝି ପାରୁ ନାହିଁ । ମଣିଷ ନିଜ ଇଚ୍ଛା ଅନୁଯାୟୀ କାମ କରିବାରେ ଲାଗିଛି ।

ମଣିଷ ଜାଣି ପାରୁ ନାହିଁ ଆଜି ସିଏ ଯେଉଁ କୋଟିପତି ହୋଇଛି କାଲି ଭିକାରୀ ବି ହୋଇ ଯାଇପାରେ । ତେବେ ଏପରି ପରିସ୍ଥିତିରେ ତାକୁ ବୁଝି ନେବା ଉଚିତ୍ କି , ଏ ଦୁନିଆଁରେ କିଛି ବି ଚିରସ୍ଥାୟୀ ନୁହେଁ । ଆଜି ଖୁସିରେ ରହୁଥିବା ମଣିଷ ଜୀବନରେ କାଲି ହଠାତ୍ ଦୁଃଖ ଆସି ଯାଇପାରେ ଆଉ କାଲି ଦୁଃଖରେ ରହିଥିବା ମଣିଷ ଆଜି ଖୁସିରେ ରହିପାରେ ।

ତେବେ ଏପରି ପରିସ୍ଥିିତିରେ ମଣିଷକୁ କେବେ ଗର୍ବ ଅହଙ୍କାର ଆଦି ନ କରି ସବୁବେଳେ ଖୁସି ଆଉ ସମସ୍ତଙ୍କ ସହିତ ମିଳି ମିଶି ରହିବା ଉଚିତ୍ ବୋଲି ସମସ୍ତେ କହିଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏପରି ଜଣେ ମଣିଷଙ୍କ ବିଷୟରେ କହିବାକୁ ଯାଉଛୁ , ଯାହାକୁ ଆପଣ ସମସ୍ତେ ଭଲ ଭାବରେ ଜାଣି ଥିବେ । ମାତ୍ର କିଛି ମୁହୂର୍ତ୍ତ ମଧ୍ୟରେ ୟୁଟ୍ୟୁବ ଜଗତରେ ସେ ନିଜର କାୟା ବିସ୍ତାର କରି ଦେଇଥିଲେ କିନ୍ତୁ ବର୍ତ୍ତମାନ ଆଉ ସେ ଖୁସି ନାହିଁ ।

ବର୍ତ୍ତମାନ ସମୟରେ ସେ ଲକ୍ଷପତି ରୁ ପାଲଟି ଯାଇଛନ୍ତି ଭିକାରୀ ଆଉ ପୁଣିଥରେ ନିଜର ପୂର୍ବ ଜୀବନକୁ ଫେରି ଆସିଛନ୍ତି । ତେବେ ଏପରି ଜଣେ ମଣିଷ ହେଉଛନ୍ତି ମାତ୍ର କିଛି ଦିନ ମଧ୍ୟରେ ୟୁଟ୍ୟୁବରେ ପ୍ରସିଦ୍ଧ ଅର୍ଜନ କରିଥିବା କାଚାବାଦାମ ଗୀତର ଗାୟକ ଭୁବନ ବାଦ୍ୟକାର । ଜଣେ ସାଧାରଣ ବାଦାମ ବିକାଳୀ ହଠାତ୍ ଦିନେ ଏତେ ପ୍ରସିଦ୍ଧ ହୋଇଯିବେ ବୋଲି ସେ କଥା କାହାକୁ ବି ଜଣା ନଥିଲା । ଆଉ ସାଙ୍ଗେ ସାଙ୍ଗେ ତାଙ୍କୁ ମୁମ୍ବାଇରୁ ଅଫର ଆସିବାକୁ ଲାଗିଥିଲା । ସେ ଦିନେ ମୁମ୍ବାଇ ଯିବେ ଆଉ ଏତେ ବିଳାସପୂର୍ଣ୍ଣ ଜୀବନ ବଞ୍ଚିବେ ବୋଲି କେବେ ଭାବି ନଥିଲେ । ତେବେ ସେହା ହିଁ ହୋଇଥିଲା ମୁମ୍ବାଇ ଯାଇ ବଡ ବଡ଼ ଗୀତିକାର ମାନଙ୍କ ସହିତ ମିଶି ଗୀତ ଗାଇଥିଲେ ଭୁବନ । କିନ୍ତୁ ବର୍ତ୍ତମାନ ଶୁଣିବାକୁ ମିଳିଛି କି , ସେ ମୁମ୍ବାଇରୁ ଫେରି ଆସି ଏକ ଭଡ଼ା ଘରେ ରହୁଛନ୍ତି ।

ସୂଚନା ଅନୁଯାୟୀ , ଭୁବନ ଠକାମୀର ଶିକାର ହୋଇଛନ୍ତି । ସେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ପ୍ରାପ୍ୟ ପାଇ ନାହାନ୍ତି । ଏପରିକି ଶୁଣିବାକୁ ମିଳିଛି କି , ଇଲାମ ବଜାରର ଗୋପାଳ ଘୋଷ ନାମକ ଜଣେ ବ୍ୟକ୍ତି ତାଙ୍କୁ ଠକି ଦେଇଛନ୍ତି । ଗୋପାଳ ଘୋଷ ଗୀତର କପିରାଇଟ ପାଇଁ ଏକ ଧଳା କାଗଜ ଉପରେ ଦସ୍ତଖତ କରିବାକୁ କହିଥିଲେ , ଆଉ ଯାହା ପରେ ଭୁବନ ତାହା ଉପରେ ଦସ୍ତଖତ ମଧ୍ୟ କରି ଦେଇଥିଲେ ।

ତେବେ ଏହାପରେ ବର୍ତ୍ତମାନ ସମୟରେ ଭୁବନ ପୁରାପୁରି ଭିକାରି ହୋଇ ଯାଇଛନ୍ତି । ତାଙ୍କୁ ତାଙ୍କ କାମ କରିଥିବା ଟଙ୍କା ଏପର୍ଯ୍ୟନ୍ତ ମିଳି ନାହିଁ । ଆଉ ଯାହା ପରେ ବର୍ତ୍ତମାନ ସମୟରେ ନିଜ ଭଡ଼ା ଘରେ ରହିବାକୁ ଲାଗିଛନ୍ତି ଭୁବନ । ଆଉ ବର୍ତ୍ତମାନ ସମୟରେ ସେ ଗୋପାଳ ଘୋଷଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ପୋଲିସ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *