ପୁଣି ଲୋକଙ୍କୁ ଦୁର୍ବ୍ୟବହାର କଲେ ତହସିଲଦାର ମ୍ୟାଡମ୍…

ପୁଣିଥରେ ଦୁର୍ବ୍ୟବହାର କରି ବିବାଦରେ ଛନ୍ଦି ହୋଇ ଯାଇଛନ୍ତି ତହସିଲଦାର ନିବେଦିତା ପରିଡା । ବନ୍ଧୁଗଣ ଆପଣ ମାନଙ୍କର ମନେ ଥିବ ଗତ କିଛିଦିନ ତଳେ ଡେଲାଙ୍ଗରେ ଜୈନିକ ମହିଳାଙ୍କୁ ଦୁବ୍ୟବହାର କରି ବିବାଦରେ ଛନ୍ଦି ହୋଇଥିଲେ ତହସିଲଦାର ନିବେଦିତା ପରିଡ଼ା । ନିଜ ପାୱାର ଏବଂ ପୋଜିସନ ଖାତିର ଦେଖାଇ ଲୋକମାନଙ୍କୁ କୁକୁର ମାଙ୍କଡ଼ ଭଳି ବ୍ୟବହାର କରିଥିଲେ । କେବଳ ସେହି କାରଣରୁ ଅସନ୍ତୋଷ ଓ ନାନା ବାଦ ବିବାଦ ପରେ ମ୍ୟାଡାମ୍ ଙ୍କୁ ଖୋର୍ଦ୍ଧା ଜିଲ୍ଲାର ବୋଲଗଡ ତହସିଲକୁ ବଦଳି କରାଯାଇଥିଲା । କିନ୍ତୁ କଣ ହେବ କିଛି ପରିବର୍ତ୍ତନ ନାହିଁ । ବଦଳି ହେବାର ଦୁଇମାସ ନ ଯାଉଣୁ ପୁଣି ଆରମ୍ଭ ହୋଇଯାଇଛି ତହସିଲଦାର୍ ମ୍ୟାଡାମଙ୍କ ଦବଙ୍ଗଗିରି ।

କଥାରେ କୁହା ଯାଏନି ଯେ “ପ୍ରକୃତି ନୈବ ମୁଚ୍ୟତେ” । ଏଠି ମ୍ୟାଡାମଙ୍କର ମଧ୍ୟ ସମାନ ପରିସ୍ଥିତି । ଦୁର୍ବ୍ୟବହାର ପରେ ଅନେକ ବାଦ ବିବାଦ ପରେ ତାଙ୍କର ବଦଳି ହୋଇଛି ସତ ହେଲେ ପୁଣି ସେ ଦେଖାଇଛନ୍ତି ନିଜର ଅସଲି ରଙ୍ଗ । ଘଟଣା ମୁତାବକ ଆଜି ବୋଲଗଡ ସବ୍ ରେଜିଷ୍ଟର କାର୍ଯ୍ୟାଳୟରେ ଜଣେ ଆଇନଜୀବୀ ପୁରୁଷୋତ୍ତମ ସୁବୁଦ୍ଧିଙ୍କୁ ପୁଣି ଦୁର୍ବ୍ଯବହାର କରିଥିବାରୁ ବୋଲଗଡ ଓକିଲ ସଂଘ ତହସିଲଦାରଙ୍କ ବିରୋଧରେ ବୋଲଗଡ ଥାନାରେ ଅଭିଯୋଗ କରିଛନ୍ତି ।

ତେବେ ଆଜି ତହସିଲଦାର ନିବେଦିତା ପରିଡା ବୋଲଗଡ ସବ୍ ରେଜିଷ୍ଟର କାର୍ଯ୍ୟାଳୟରେ ଥିବା ବେଳେ ତହସିଲ ଆଇନଜୀବୀ ପୁରୁଷୋତ୍ତମ ସୁବୁଦ୍ଧି ଏକ ନିଷ୍ପତିନାମା ନେଇ ପହଞ୍ଚିଥିଲେ ନିବେଦିତା ପରିଡ଼ାଙ୍କ ନିକଟରେ । ହେଲେ ମ୍ୟାଡାମ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ସର୍ବ ସମ୍ମୁଖରେ ତାଙ୍କୁ ଦୁର୍ବ୍ଯବହାର କରିଥିଲେ ଆଉ ଗେଟ୍ ଆଉଟ୍ ବୋଲି ମଧ୍ୟ କହିଥିଲେ ।

ଅନ୍ୟପଟେ ତହସିଲଦାରଙ୍କ ପକ୍ଷରୁ ମଧ୍ଯ ସମାନ୍ତରାଳ ଭାବେ ଆଇନଜୀବୀ ପୁରୁଷୋତ୍ତମଙ୍କ ବିରୋଧରେ ଅଭିଯୋଗ ହୋଇଛି । ଏହାକୁ ନେଇ ବୋଲଗଡ ସରଗରମ ରହିଥ‌ିବା ବେଳେ ତହସିଲଦାରଙ୍କ ଏପରି କାର୍ଯ୍ୟକଳାପକୁ ସାଧାରଣରେ ନିନ୍ଦା କରାଯାଇଛି ।

ତେବେ ଏନେଇ ଖୋଦ୍ ତହସିଲଦାର କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି । ଏଠାରେ କହି ରଖିବୁ ଯେ, ତହସିଲଦାର ମ୍ୟାଡାମ ପୁରୀ ଜିଲ୍ଲା ଡେଲାଙ୍ଗରେ ତହସିଲଦାର ଥିବାବେଳେ ଜୈନିକ ମହିଳାଙ୍କୁ ଦୁର୍ବ୍ଯବହାର କରି ବିବାଦରେ ରହି ଏଠାକୁ ବଦଳି ହୋଇ ଆସିଛନ୍ତି ।

Leave a Reply

Your email address will not be published. Required fields are marked *