ପୁଅମାନଙ୍କ ଖୁସି ପାଇଁ ଘର ଦ୍ବାର କଲେ କିନ୍ତୁ ବଡ଼ ବୋହୂ ଡ଼ରରେ ଏବେ ପାଇଖାନା ଘରେ ରହୁଛନ୍ତି ବାପା ମା…

ମାଆ ଆମକୁ ଦଶ ମାସ ଦଶ ଦିନ ନିଜ ଗର୍ଭରେ ଧରି ଦୁଃଖ କଷ୍ଟ ସହି ଜନ୍ମ କରେ। ଆମେ ବଡ଼ ହେଇ ଭଲ ମଣିଷ ହେବା ପର୍ଯ୍ୟନ୍ତ ବାପା ନିଜ ଦୁଃଖ କଷ୍ଟ ଭୁଲି ଆମ ପାଇଁ କାମ କରି ଟଙ୍କା ରୋଜଗାର କରନ୍ତି। ସେମାନେ ଚାହାଁନ୍ତି ଆମେ କେମିତି ବଡ଼ ହେଇଗଲେ ସେମାନଙ୍କ ଯତ୍ନ ନେବା କିନ୍ତୁ ଆଜିକାଲି ଯୁବ ପିଢ଼ି କେବଳ ନିଜ ସୁଖ ପାଇଁ ବ୍ୟସ୍ତ। ସେମାନେ ନିଜ ନିଜ ଜୀବନ ସାଥି ବାଛି ଖୁସିରେ ରହିବାକୁ ଚାହୁଁଛନ୍ତି। ଭାଇ ଭାଉଜଙ୍କ କଥା ଦୂରରେ ଥାଉ ସେମାନେ ନିଜ ବାପାମାଆଙ୍କୁ ମଧ୍ୟ ଚାହୁଁ ନାହାଁନ୍ତି।

ଡ଼ମଣା ରେ ରହୁଥିବା ୭୫ ବର୍ଷୀୟ ସୁଧାକର ଦାସ ଜୀବନର ଶେଷ ସମୟରେ ପୁଅ ବୋହୂଙ୍କୁ ଛାଡି ନିଜ ସ୍ତ୍ରୀ ସହ ଘର ଛାଡ଼ି ଏକା ଆସି ପାଇଖାନା ଘରେ ରହୁଛନ୍ତି। ତାଙ୍କର ତିନୋଟି ପୁଅ ବଡ଼ ଏବଂ ସାନ ବାହା ହୋଇଯାଇ ନିଜ ସ୍ତ୍ରୀ ସହ ରହୁଛନ୍ତି ଏବଂ ମଝିଆ ପୁଅ ଏବଂ ବୋହୂ ଶାଶୂ ଶଶୁରଙ୍କ ସହ ରହିବାକୁ ଚାହୁଁଛନ୍ତି। ୧୯୮୨ ମସିହାରେ ସେ ବହୁତ୍ ଜମି ବାଡ଼ି କିଣିଥିଲେ। ପିଲା ସେତେବେଳେ ଛୋଟ ଛୋଟ ଥିଲେ ସେଥିପାଇଁ ସେ ୨୦୦୨ ରେ ଲୋନ୍ ଆଣି ଘର ତିଆରି କଲେ। ଭାବିଥିଲେ ପୁଅ ବଡ଼ ହେଲେ ମିଶିକି ସବୁ ଟଙ୍କା ସୁଜି ଦେବେ କିନ୍ତୁ ପୁଅ ବଡ଼ ହେଇ ବାହା ହେବା ପରେ କହିଲେ ତମେ ଆମକୁ ପଚାରି ଘର କରିଥିଲ କି ଆମେ ତମକୁ ଟଙ୍କା ଦେବୁ।

ସୁଧାକରଙ୍କ କହିବା ଅନୁସାରେ ଘରକୁ ବୋହୂ ଆସିବା ପରେ ଏମିତି ସବୁ କାଲି ଝଗଡା ଆରମ୍ଭ ହେଇଛି। ପ୍ରଥମେ ସାନ ପୁଅ ବାହା ହେଲା ତାପରେ ବଡ଼ ପୁଅ। ବଡ଼ ବୋହୂ ଘରକୁ ଆସିବା ପରେ ଦୁଇ ପୁଅ ବୋହୁ ମିଶି କେବଳ ଜମି ବାଡ଼ିରୁ ଭାଗ ମାଗିଲେ ଏବଂ ମୋ ସ୍ତ୍ରୀଙ୍କୁ ବହୁତ୍ ବାଡିଆ ବାଡ଼ି କଲେ ସେଥିପାଇଁ ମୁଁ ଟଙ୍କା ପଇସା ଏବଂ ଭାଗ ଦେବାପାଇଁ ମନା କରିବାରୁ ଆମକୁ ଘରୁ ବାହାର କରି ତାଲା ପକେଇ ପାଇଖାନା ଏବଂ ଗୁହାଳ ଘରେ ରହିବାକୁ କହିଲେ।

ମୁଁ ଆଜି ପର୍ଯ୍ୟନ୍ତ ମୋ ବଡ଼ ନାତିକୁ ପାଠ ପଢ଼ାଉଛି। ମୋ ସ୍ତ୍ରୀର ହାର୍ଟ ପ୍ରୋବଲେମ ଅଛି ପାଇଖାନା ଭଳି ଛୋଟ ଘରେ ରୋଷେଇ କରୁ କରୁ ତାର ଯଦି କିଛି ହେଇଯିବ ତେବେ ମୁଁ କଣ କରିବି। ଦି ପୁଅ ଏବଂ ବୋହୂ ମିଶି ମତେ ଯେତେ ଅଭାଷା ଗାଳି ଦେଇଛନ୍ତି ଭାବିଲେ କାନ୍ଦ ମାଡୁଛି ସେଥିପାଇଁ ମୁଁ ଆଉ ତାଙ୍କ ସହ ରହିବାକୁ ଚାହୁଁନି କି ତାଙ୍କୁ କିଛି ଭାଗ ଦେବାକୁ ଚାହୁଁନି। ମୁଁ ଚାହୁଁଛି ସେମାନେ ମୋ ଘରୁ ପଳାନ୍ତୁ।

ସୁଧାକରଙ୍କ ସ୍ତ୍ରୀଙ୍କ କହିବା ଅନୁସାରେ ସେ ଆଉ ତାଙ୍କ ବଡ଼ ପୁଅ ବୋହୂ ଏବଂ ସାନ ପୁଅ ବୋହୂଙ୍କୁ ସହ ରହିବାକୁ ଚାହୁଁ ନାହାଁନ୍ତି। ବଡ଼ ବୋହୂ ତାଙ୍କୁ ବହୁତ୍ କଷ୍ଟ ଦେଇଛି। ବଡ଼ ପୁଅ ବୋହୂଙ୍କୁ ଠାରୁ ବାଡ଼ିଆ ଖାଇ ତାଙ୍କର ହାର୍ଟ ପ୍ରୋବଲେମ ବାହାରିଗଲା। ଏବେ ସେ ଆସି ପାଇଖାନା ଘରେ ରହୁଛନ୍ତି କେବଳ ମଝିଆଁ ପୁଅ ଏବଂ ବୋହୂ ପଚରା ଉଚୁରା କରୁଛନ୍ତି ଏବଂ ଖାଇବାକୁ ଦେଉଛନ୍ତି।

ସାନ ବଡ଼ ଦି ଜଣ ଯାକ ନିଜ ନିଜ ସ୍ତ୍ରୀକୁ ଧରି ସବୁବେଳେ ବାହାରେ ନା ସେ କେବେ ଆମ ବିଷୟରେ ଚିନ୍ତା କରିଛନ୍ତି ନା ଆମ କଥା କିଛି ବୁଝିଛନ୍ତୁ। ଏବେ ଭାଗ ନେବାକୁ ଆସିଥିଲେ ଆମେ ମନା କରିବାରୁ ପୋଲିସ୍ ରେ ଅଭିଯୋଗ ଦେଇ ମତେ ବହୁତ୍ ମାଡ଼ ମାରି ଗାଳି ଦେଇଛନ୍ତି ସେଥିପାଇଁ ଆମେ ଚାହୁଁଛୁ ତାଙ୍କୁ ଭାଗ ନ ମିଳୁ।

Leave a Reply

Your email address will not be published. Required fields are marked *