ପୁଅକୁ ସ୍କୁଲ ଛାଡ଼ିବାକୁ ଯାଇଥିଲେ ବାପା , ବାଟରେ ଚାଲିଗଲା ଜୀବନ…

କେତେ ସୁନ୍ଦର ଥିଲା ପରିବାର । ଘରେ ରହୁଥିଲେ ବାପା , ମାଆ , ପୁଅ , ଜେଜେ ମା ଆଉ ଜେଜେ ବାପା। ହସ ଖୁସିରେ ଭରି ଯାଉଥିଲା ପରିବାର । ଆଉ ଘରର ଏକମାତ୍ର ରୋଜଗାରିଆ ପୁଅ ଥିଲେ ରଶ୍ମିରଞ୍ଜନ । ତାଙ୍କ ମୁଣ୍ଡ ଉପରେ ରହିଥିଲା ପୁରା ପରିବାରର ବୋଝ । ସବୁକଥା ସେ ବୁଝା ବୁଝି କରୁଥିଲେ । ଆଉ ତାଙ୍କର ରହିଥିଲା ଗୋଟିଏ ୬ ବର୍ଷର ପୁଅ। ନିଜ ପୁଅକୁ ସବୁଦିନ ଭଳି ଆଜି ମଧ୍ୟ ଶିଶୁ ମନ୍ଦିରକୁ ଛାଡ଼ିବା ପାଇଁ ନେଇ ଯାଉଥିଲେ ବାପା କିନ୍ତୁ ସବୁକିଛି ସେଠାରେ ହିଁ ଶେଷ ହୋଇଗଲା ।

ଯାହା କେହି ସ୍ୱପ୍ନରେ ବି କଳ୍ପନା କରି ନଥିଲେ , ତାହା ଘଟିଗଲା ଆଉ ଚାଲିଗଲା ଘରର ଭେଣ୍ଡିଆ ପୁଅ ରଶ୍ମିରଞ୍ଜନଙ୍କ ଜୀବନ । ସାଇକେଲରେ ବସାଇ ନିଜ ପୁଅକୁ ସ୍କୁଲ ନେଇ ଯାଉଥିଲେ ସେ । ଆଉ ସେପଟେ ସ୍କୁଲରେ ପୁଅକୁ ଛାଡ଼ି ଦେଇ ଘରକୁ ଫେରି ଆସୁଥିଲେ । କିନ୍ତୁ ଅଧାରେ ଲିଭି ଯାଇଥିଲା ତାଙ୍କ ଜୀବନ ଦୀପ । ବାଟରେ ଛକି ବସିଥିଲା ଜମ ଆଉ ନେଇ ଯାଇଥିଲା ଜୀବନ । ଗୋଟିଏ ମୁହୂର୍ତ୍ତରେ ଯେମିତି ସୁନାର ସଂସାର ଚୁନା ହୋଇ ଯାଇଥିଲା ଆଉ ପରିବାର ଉଜାଡି ଯାଇଥିଲା ।

କାହିଁକି ନା ଯେତେବେଳେ ରଶ୍ମିରଞ୍ଜନ ନିଜ ସାଇକେଲ ନେଇ ପୁଅକୁ ସ୍କୁଲରେ ଛାଡି ଘରକୁ ଫେରୁ ଥିଲେ , ଠିକ୍ ସେହି ସମୟରେ ପଛ ଆଡୁ ଗୋଟିଏ ବୋଲେରୋ ଦୃତ ଗତିରେ ମାଡ଼ି ଆସିଥିଲା ଆଉ ତାଙ୍କୁ ଧକା ଦେଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ହିଁ ରଶ୍ମିରଞ୍ଜନଙ୍କ ମୃତ୍ୟୁ ହୋଇ ଯାଇଥିଲା । ତେବେ ସୂଚନା ଅନୁଯାୟୀ , ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ଦେବାଗଡିଆ ରାଣିତାଲା ଭୀମନାଥପୁର ଛକ ନିକଟରେ । ଏହି ଦୁର୍ଘଟଣାରେ ସୀଙ୍ଗି ଥାନା ଅନ୍ତର୍ଗତ ରଶ୍ମିରଞ୍ଜନ ବେହେରାଙ୍କ ପ୍ରାଣ ଚାଲି ଯାଇଛି ।

ତେବେ ବର୍ତ୍ତମାନ ସମୟରେ ଏକ ମାତ୍ର ରୋଜଗାରିଆ ପୁଅକୁ ହରାଇ ପୁରା ପରିବାର ଧୋର୍ୟ୍ଯହିନ ହୋଇ ପଡ଼ିଛି । ତେବେ ଗାଆଁ ଲୋକ ମାନେ ରାସ୍ତା ଉପରେ ଧାରଣା ଦେଇ ବସିଛନ୍ତି । ଯେପର୍ଯ୍ୟନ୍ତ ରଶ୍ମିରଞ୍ଜନଙ୍କୁ ନ୍ୟାୟ ନ ମିଳିଛି , ସେମାନେ ସେଠାରୁ ଉଠିବେ ନାହିଁ । ନିଶ୍ଚିତ ଭାବରେ ତାଙ୍କ ପରିବାର ଲୋକଙ୍କୁ କିଛି ସାହାଯ୍ୟ ମିଳୁ ବୋଲି ସେମାନେ ଧାରଣା ଦେଇଛନ୍ତି । ଆହୁରି ମଧ୍ୟ କହିଛନ୍ତି କି , ଯେଉଁ ବୋଲେରୋ ତାଙ୍କୁ ପିଟି ଦେଇ ଚାଲି ଯାଇଛି , ସେହି ଡ୍ରାଇଭର ଆଉ ମାଲିକ ହସି ଏଠାକୁ ନ ଆସନ୍ତି , ତେବେ ସେମାନେ ଧାରଣାରୁ ଉଠିବେ ନାହିଁ ।

Leave a Reply

Your email address will not be published. Required fields are marked *