ପେଟ୍ରୋଲ ପମ୍ପ ବାହାରେ ଲାଗିଛି ଲମ୍ବା ଲାଇନ, ତେଲ ଭରିବା ଅପେକ୍ଷାରେ ଛିଡ଼ା ହୋଇଥିବା ୨ଜଣ ଲୋକଙ୍କର ମୃତ୍ୟୁ

ଶ୍ରୀଲଙ୍କାରେ ପେଟ୍ରୋଲ ପମ୍ପ ବାହାରେ ଲମ୍ବା ଲାଇନରେ ନିଜ ପାଳିର ଅପେକ୍ଷା କରିବା ସମୟରେ ୭୦ବର୍ଷର ଦୁଇଜଣ ବୃଦ୍ଧଙ୍କର ମୃତ୍ୟୁ ହୋଇ ଯାଇଛି। ଅଧିକାରୀମାନେ ରବିବାର ଦିନ ଏହି ସୂଚନା ଦେଇଛନ୍ତି। ଶ୍ରୀଲଙ୍କା ବର୍ତ୍ତମାନ ଇନ୍ଧନର ଭାରୀ ଅଭାବ ଦେଇ ଗତି କରୁଛି ଏବଂ ତା ସାମ୍ନାରେ ବିଦେଶୀ ମୁଦ୍ରା ଭଣ୍ଡାରର ଐତିହାସିକ ସଙ୍କଟ ଛିଡ଼ା ହୋଇ ଯାଇଛି।

କୋଲମ୍ବୋ ପୋଲିସ କହିଛନ୍ତି କି ମଧ୍ୟ କାଣ୍ଡୀ ଜିଲ୍ଲା ଏବଂ କୋଲମ୍ବୋର ଉପନଗରୀୟ କ୍ଷେତ୍ରରେ ଶନିବାର ଦିନ ପାଖାପାଖି ୭୦ବର୍ଷ ବୟସରେ ଦୁଇଜଣ ବୃଦ୍ଧଙ୍କର ମୃତ୍ୟୁ ହୋଇ ଯାଇଛି। ପୋଲିସଙ୍କ ଅନୁସାରେ ଦୁଇଜଣ ପାଖାପାଖି ୬ଘଣ୍ଟାରୁ ନିଜ ପାଳିର ଅପେକ୍ଷା କରି ରହିଥିଲେ।ଜଣା ଯାଉଛି କି ଭୟଙ୍କର ଗରମ ତାଙ୍କ ମୃତ୍ୟୁର ପ୍ରାଥମିକ କାରଣ ଅଟେ।

ଭାରତୀୟ ଇନ୍ଧନ ଉପରେ ଭରସା

ଅଧିକାରୀମାନେ କହିଛନ୍ତି କି ସରକାର ମୁକ୍ତି ପାଇଁ ଭାରତୀୟ ଇନ୍ଧନ ଉପରେ ଭରସା କରୁଛନ୍ତି।ସରକାରୀ ସିଲୋନ ପେଟ୍ରୋଲିୟମ କର୍ପୋରେସନର ଅଧକ୍ଷ ସୁମିତ ବିଜେସିଙ୍ଘେ କହିଛନ୍ତି, ‘ଭାରତୀୟ କ୍ରେଡିଟ ଲାଇନରୁ ଆମକୁ ପେଟ୍ରୋଲ, ଡିଜେଲ ଏବଂ ଜେଟ ଇନ୍ଧନ ଭଳି ଉତ୍ପାଦ ମିଳିଥାଏ। ଆମକୁ ୧୩ ଏବଂ ୧୪ ତାରିଖକୁ ଜେଟ ଇନ୍ଧନ ମିଳିଛି।ଆମ ପାଖରେ ଗୋଟିଏ ଅନ୍ୟ ଡିଜେଲ ଜାହାଜ ଆସିଛି ଯେଉଁଥିରୁ କାଲି ମାଲ ଓହ୍ଲାଯିବ।’

ଇନ୍ଧନର ଅଭାବ ଯୋଗୁଁ ଲୋକମାନେ କରୁଛନ୍ତି ଏହାକୁ ଜମା

ସେମାନେ ଆଗକୁ କହିଛନ୍ତି କି ଏମିତି ଲାଗୁଛି କି ଲୋକମାନେ ଇନ୍ଧନର ଅଭାବ ଯୋଗୁଁ ଏହାକୁ ଜମା କରୁଛନ୍ତି।ସେ କହିଛନ୍ତି କି ସଙ୍କଟ ପୂର୍ବରୁ ଡିଜେଲର ଦୈନିକ ଚାହିଦା 5,500 ମିଟ୍ରିକ ଟନ ଏବଂ ପେଟ୍ରୋଲ ଚାହିଦା 3,300 ମିଟ୍ରିକ ଟନ ଥିଲା କିନ୍ତୁ ଅତ୍ୟାଧିକ କିଣା ଯୋଗୁଁ ଏହା କ୍ରମଶଃ 7,000-8,000 ମିଟ୍ରିକ ଟ୍ରନ ଏବଂ 4,200 ମିଟ୍ରିକ ଟନ ପର୍ଯ୍ୟନ୍ତ ପହଞ୍ଚି ଯାଇଛି।

Leave a Reply

Your email address will not be published. Required fields are marked *