ନିଜ ସଙ୍ଗୀତ ରେ ନାଚି ନାଚି ଧୂଳି ଉଡ଼ାଇ ଦେଲେ ମି ପୁଚ ପୁଚ୍….

ଓଲିଉଡ ଜଗତର ପ୍ରସିଦ୍ଧ କମେଡିଆନ ତଥା ସୋସିଆଲ ମିଡ଼ିଆର ଚର୍ଚ୍ଚିତ ଚେହେରା ମି ପୁଚ ପୁଚ୍ ଅର୍ଥାତ୍ ଇତିକା ପ୍ରିୟଦର୍ଶିନୀ । ସବୁବେଳେ ନିଜ ମଜାଳିଆ କଥାବାର୍ତ୍ତା ଆଉ କମେଡି ପାଇଁ ଲୋକଲୋଚନରେ ରହିଥାନ୍ତି । ତାଙ୍କ କମେଡି ପାଇଁ ସମସ୍ତେ ତାଙ୍କୁ ବହୁତ ଭଲ ପାଇଥାନ୍ତି । ଆଉ ସବୁବେଳେ ତାଙ୍କୁ ନେଇ ଅନେକ ଚର୍ଚ୍ଚା କରିଥାନ୍ତି । ତାଙ୍କ କମେଡି ଯେତେ ଦେଖିବା ପରେ ମଧ୍ୟ ଲୋକଙ୍କ ମନ ମାନେ ନାହିଁ । ଯେତେ ଦେଖିଲେ ଆହୁରି ଦେଖିବା ପାଇଁ ଇଚ୍ଛା ହୋଇଥାଏ । ସେ ସବୁବେଳେ ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରି ରହିଛନ୍ତି । ଆଉ ସଦାବେଳେ ଲୋକଙ୍କୁ ମନୋରଞ୍ଜନ କରିବେ ବୋଲି କଥା ଦେଇଛନ୍ତି ।

ତେବେ ଆପଣ ସମସ୍ତେ ଜାଣିଛନ୍ତି କି , ଓଲିଉଡ଼ ଇଣ୍ଡଷ୍ଟ୍ରିର ଜଣେ ପ୍ରଖ୍ୟାତ କମେଡିଆନଙ୍କର ସେ କନ୍ୟା ଅଟନ୍ତି । ଆଉ ନିକଟରେ ଆପଣ ଶୁଣିବାକୁ ପାଇଥିବେ କି , ଓଲିଉଡ଼ ଇଣ୍ଡଷ୍ଟ୍ରିର ଆଉ ଜଣେ କମେଡିଆନଙ୍କ ପୁଅ ସହିତ ତାଙ୍କର ନିର୍ବନ୍ଧ ସମାପ୍ତ ହୋଇଥିଲା । ଯେଉଁଥିରେ ସେ ନିଜ ମନର କଥା ପ୍ରକାଶ କରିଥିଲେ । ନିଜ ଜୀବନସାଥିଙ୍କୁ ପାଇ ବହୁତ ଖୁସି ଅନୁଭବ କରିବା କଥା ସେ କହିଥିଲେ ।

ଏହା ବ୍ୟତୀତ ନିଜ ଶାଶୁ ଘର ଲୋକଙ୍କ ବିଷୟରେ ସେ ବହୁତ ଭଲ କଥା କହିଥିଲେ । ସେ କହିଥିଲେ କି , ଏପରି ଶାଶୁ ଘର କେବେ ତାଙ୍କୁ ମିଳି ନଥାନ୍ତା । ଯେଉଁଠି ସମସ୍ତେ ତାଙ୍କ ସପକ୍ଷରେ ରହିଥାନ୍ତି ଆଉ ତାଙ୍କ ସାଥ ଦେଇଥାନ୍ତି । ତାଙ୍କୁ ବହୁତ ଭଲ ପାଇବା ଦେଇଥାନ୍ତି । ତେବେ ବର୍ତ୍ତମାନ ଆଉ ଏକ ଖୁସି ଖବର ସାମ୍ନାକୁ ଆସିଛି ।

ସୂଚନା ଅନୁଯାୟୀ , ମି ପୁଚ ପୁଚ୍ ଅର୍ଥାତ୍ ଇତିକାଙ୍କ ବାହାଘର ହେବାକୁ ଯାଉଛି । ଆଉ ଗତକାଲି ତାଙ୍କ ସଙ୍ଗୀତ ସମାପ୍ତ ହୋଇଛି । ଯେଉଁଥିରେ ଇତିକା ନିଜର ନାଚର ଜଲସା ଦେଖାଇଥିଲେ ଆଉ ଲୋକଙ୍କୁ ଆକର୍ଷିତ କରିଥିଲେ । ତେବେ ଗତକାଲି ଇତୀକାଙ୍କ ସଙ୍ଗୀତ ସେରିମନି ହୋଇଛି । ଯେଉଁଥିରେ ସେ ମୋ ବାହାଘରେ ନାଚିବି ମୁଁ ଗୀତରେ ନାଚି ଥିଲେ । ଆଉ ସମସ୍ତଙ୍କୁ ଆଶ୍ଚର୍ୟ୍ଯ କରି ପକାଇ ଥିଲେ ।

ତାଙ୍କ ନାଚରେ ସେ ପୁରାପୁରି ଖୁସି ଦେଖା ଯାଉଥିଲେ । ଆଉ ଯାହାର ଫାଟୁଛି ଫାଟୁ କହି ନାଚିବାକୁ ଲାଗିଥିଲେ । ଏଥିରେ ତାଙ୍କ ପୁରା ପରିବାର ଉପସ୍ଥିତ ରହିଥିଲେ । ଆଉ ସେମାନେ ମଧ୍ୟ ଇତିକା ସହିତ ନାଚିବାକୁ ଛାଡି ନଥିଲେ । ସମସ୍ତେ ଇତୀକାଙ୍କ ସାଥ ଦେଇଥିଲେ ଆଉ ତାଙ୍କୁ ଦୁଃଖୀ ହେବାକୁ ଦେଇ ନଥିଲେ ।

ଝିଅ ତାଙ୍କର ବାପ ଘର ଛାଡି ଶାଶୁ ଘର ଯିବ , ଆଉ ସେଥିରେ ନିଶ୍ଚିତ ଭାବରେ ପରିବାର ଲୋକ ଦୁଃଖ ତ ଅନୁଭବ କରିବେ । କିନ୍ତୁ କିଛି ଅସୁବିଧା ନାହିଁ , ନିଶ୍ଚିତ ଭାବରେ ସେମାନେ ଝିଅର ଖୁସିରେ ଖୁସି ହେବା କଥା କହିଛନ୍ତି । ଆଉ ସବୁବେଳେ ଯେମିତି ପିଲା ବେଳରୁ ସେମାନେ ଝିଅର ସାଥ ଦେଇ ଆସିଛନ୍ତି , ସେପରି ସାଥ ଦେବା କଥା କହିଛନ୍ତି ।

ଅନ୍ୟ ପକ୍ଷରେ ଇତୀକା ନିଜ ବାହାଘର ପାଇଁ ଅତ୍ୟନ୍ତ ଖୁସି ଅଛନ୍ତି ବୋଲି କହିଛନ୍ତି । ନିଜ ଘର ଛାଡ଼ି ଆଉ ଗୋଟିଏ ଘରକୁ ଯିବା ତାଙ୍କ ପାଇଁ ଟିକିଏ କଷ୍ଟକର ହେବ , କିନ୍ତୁ ସେ ନିଜର ଜୀବନ ଭଲ ଭାବରେ ଆରମ୍ଭ କରିବା କଥା କହିଛନ୍ତି । ଆଉ ନିଜ ସଙ୍ଗୀତ ସେରୀମନିରେ ମନ ଖୋଲି ନାଚିବାକୁ ସେ ପଛାଇବେ ନାହିଁ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *