ପାଦରେ ଏପରି ଝୁଣ୍ଟିଆ ପିନ୍ଧିବା ପରେ ହୋଇଥାଏ ଘୋର ଅନର୍ଥ ଏପରି ଝୁଣ୍ଟିଆ କେବେ ପିନ୍ଧନ୍ତୁ ନାହିଁ ହେଇପାରେ ସ୍ବାମୀଙ୍କ ମୃତ୍ୟୁ।

ବନ୍ଧୁମାନେ ଶାସ୍ତ୍ର ଅନୁଯାୟୀ ଆମେ ଆମ ଜୀବନରେ ବହୁ ନୀତି ନିୟମ ଆଦିକୁ ପାଳନ କରିଥାଉ ଯାହା ଆମ ଜୀବନରେ ସୁଖ ଏବଂ ସମୃଦ୍ଧି ପାଇଁ ଉଦ୍ଧିଷ୍ଟ। ଏହା ବ୍ୟତୀତ କିଛି ଏପରି ନିୟମ ରହିଛି ଯାହାକୁ ଆମେ ଅଜାଣତେ ନମାନି କିଛି ଏପରି ଭୁଲ କରି ବସୁ ଜେଉଁଲାଗୀ ଆମକୁ ବହୁତ୍ ବଡ଼ ଖାଉଟି ହୋଇଥାଏ। ସେହିପରି ବିବାହିତ ମହିଳା ମାନଙ୍କ ପାଇଁ ବହୁତ୍ କିଛି ନିୟମ ମାନ ରହିଛି। ଯେପରି ଝୁଣ୍ଟିଆ କେଉଁ ଆଙ୍ଗୁଠିରେ ପିନ୍ଧିବେ କେଉଁ ଆଙ୍ଗୁଠିରେ ପିନ୍ଧିବେ ନାହିଁ, କେଉଁ ମହିଳାଙ୍କୁ ପିନ୍ଧିବା ଉଚିତ୍ ଅବା ଅନୁଚିତ୍। ଯଦି ଝୁଣ୍ଟିଆ ଛିଣ୍ଡି ଯାଏ ଅବା ହଜି ଯାଏ ତେବେ ଏହା କେତେ ଦୂର ଅଶୁଭ ଅବା କିପରି ଏହାର ପ୍ରତିକାର କରିବା ଏହି ସବୁ ବିଷୟରେ ଆଜି ଆମେ ଜାଣିବା।

ଜଣେ ସୁହାଗିନି ପାଇଁ ଚୁଡ଼ି,ଶଙ୍ଖା,ସିନ୍ଦୂର, ପାଦର ଝୁଣ୍ଟିଆ ଆଦି ବହୁତ୍ ମହତ୍ଵପୂର୍ଣ୍ଣ ହୋଇଥାଏ। ଶାସ୍ତ୍ରରେ କୁହାଯାଏ କି ପାଦରେ ପିନ୍ଧୁଥିବା ଝୁଣ୍ଟିଆକୁ ଲଗେଇବା ଦ୍ଵାରା ସ୍ବାମୀଙ୍କୁ ସମ୍ମାନ ମିଳିଥାଏ। ଧର୍ମ ଶାସ୍ତ୍ର ଅନୁଯାୟୀ ହିନ୍ଦୁ ମହିଳା ମାନେ ତାଙ୍କ ଦୁଇ ପାଦରେ ଝୁଣ୍ଟିଆ ପିନ୍ଧିଥାନ୍ତି। ଆସନ୍ତୁ ଜାଣିବା କେଉଁ ଝୁଣ୍ଟିଆ ପାଦରେ ପିନ୍ଧିବା ଅନୁଚିତ୍।

ଯଦି ଆପଣ ଜଣେ ବିବାହିତ ମହିଳା ତେବେ ଆପଣଙ୍କୁ ଶାସ୍ତ୍ର ଅନୁଯାୟୀ ପାଦରେ ଝୁଣ୍ଟିଆ ପିନ୍ଧିବା ଉଚିତ୍। ଏହା ସ୍ବାମୀଙ୍କ ପ୍ରତୀକ ହୋଇଥାଏ ବା ତାଙ୍କ ଉପରେ କିଛି ସଙ୍କଟ ନଆସୁ ସେଥିପାଇଁ ସ୍ତ୍ରୀ ଝୁଣ୍ଟିଆ ପିନ୍ଧିଥାଏ। ହେଲେ କୁମାରୀ କନ୍ୟାଙ୍କୁ ପାଦରେ ଝୁଣ୍ଟିଆ ପିନ୍ଧିବା ଅନୁଚିତ୍। ପୁରୁଣା ଝୁଣ୍ଟିଆ ଖୋଲିବା ଅବା ନୂଆ ଝୁଣ୍ଟିଆ ପିନ୍ଧିବା ଉପରେ ବହୁତ୍ କିଛି ଉପରେ ଧ୍ୟାନ ଦେବା ଜରୁରୀ ନଚେତ୍ ସ୍ବାମୀଙ୍କ ଉପରେ କଷ୍ଟ ଆସିପାରେ। ପାଦରେ ପିନ୍ଧିବା ବେଳେ ଏହାକୁ ସବୁବେଳେ ଚାପିକି ପିନ୍ଧିବା ଉଚିତ୍।

ପୁରୁଣା ଝୁଣ୍ଟିଆକୁ ତୁରନ୍ତ ବାହାର କରିଦେବା ଉଚିତ୍। କୌଣସି ମହିଳାଙ୍କୁ ନିଜ ଖୁଣ୍ଟିଆ କାହାକୁ ଦେବା ଅନୁଚିତ୍। ଯଦି ଆପଣ ପୁରୁଣା ଖୁଣ୍ଟିଆକୁ ପିନ୍ଧିବାକୁ ଚାହୁଁ ନାହାନ୍ତି ତେବେ ଏହାକୁ ସମ୍ଭାଳିକି କୌଣସି ନିରାପଦ ଜାଗାରେ ରଖି ପାରିବେ। ଝୁଣ୍ଟିଆ ଆପଣ ଦୁଇ ଜଣଙ୍କ ପ୍ରମକୁ ଦର୍ଶେଇ ଥାଏ। ଏଥିପାଇଁ ଝୁଣ୍ଟିଆ କେବେ କାହାକୁ ଦେବା ଅନୁଚିତ୍। ଏଥିରେ ବିବାହିତ ଜୀବନ ଖରାପ ହୋଇଥାଏ ଏବଂ ଏହା ଆପଣଙ୍କ ବିବାହିତ ଜୀବନ ଖରାପ କରିଥାଏ।

ଏଥିରେ ନା କେବଳ ସ୍ବାମୀଙ୍କ ମଙ୍ଗଳ ନିହିତ ବରଂ ଆପଣଙ୍କ ବିମାରି ମଧ୍ୟ ଏହା ଭଲ କରିଦେଇଥାଏ। ଚାନ୍ଦିର ଗହଣା ଚନ୍ଦ୍ରମାର ପ୍ରତୀକ ହୋଇ ଥାଏ। ଏଥିପାଇଁ ଅଣ୍ଟାର ତଳକୁ ଏବଂ ପାଦରେ ଝୁଣ୍ଟିଆ ପିନ୍ଧିବା ଉଚିତ୍। ଏହା ଦ୍ଵାରା ନିଜର ମନକୁ ଶାନ୍ତି ମିଳିବା ସହିତ ମହିଳାଙ୍କ ମାସିକ ଧର୍ମ ମଧ୍ୟ ଠିକ୍ ରହି ଥାଏ। ପେଟରେ ବଢ଼ୁଥିବା ଛୁଆକୁ କୌଣସି କଷ୍ଟ ଆସି ନଥାଏ ଏବଂ ସନ୍ତାନ ମାନଙ୍କର ଉନ୍ନତି ହୋଇଥାଏ। ମହିଳାଙ୍କ ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୋଇଥାଏ।

ଝୁଣ୍ଟିଆ ପିନ୍ଧିବା ଦ୍ଵାରା ମୁଣ୍ଡ ସବୁବେଳେ ଥଣ୍ଡା ରହିଥାଏ ଏବଂ ବୀମାରି ଆସିନଥାଏ। ଯଦି ବିନା କାରଣରେ ଝୁଣ୍ଟିଆ ଭାଙ୍ଗିଯାଏ ତେବେ ଏହା ଅଶୁଭ ମାନା ଯାଇଥାଏ। ଏହାଦ୍ବାରା ସ୍ବାମୀଙ୍କ ଉପରକୁ କଷ୍ଟ ଆସିଥାଏ ଏବଂ ୨ଜଣଙ୍କ ଭିତରେ ମନ ମାଳିନ ହୋଇଥାଏ। ଶାସ୍ତ୍ର ଅନୁଯାୟୀ ଏହା ଭାଙ୍ଗିବା ଏକ ବଡ଼ ଦୁର୍ଘଟଣା ଆଡ଼କୁ ଦାର୍ସେଇ ଥାଏ। ଯଦି ସୁନା ଜିନିଷ ହଜି ଯାଏ ତେବେ ଜଣା ଯାଏ କି ମହାଲକ୍ଷ୍ମୀ ଆପଣଙ୍କ ଉପରେ ନାରାଜ ଅଛନ୍ତି।

ଶାସ୍ତ୍ରରେ ମଧ୍ୟ ଏହା ବର୍ଣ୍ଣିତ କି ଏହା ଅଶୁଭ ହୋଇଥାଏ। ଏହା ସହ କୁହାଯାଏ କି ଯଦି ଏପରି ହୁଏ ତେବେ ନିଜର ସ୍ବାମୀ ବୀମାର ପଡିପାରେ। ତେଣୁ ସବୁବେଳେ ଭାବି ନିଅନ୍ତୁ କି ନିଜର ଆଭୂଷଣ ଅବା ପାଦର ଏହି ସବୁ ଜିନିଷ କେବେ ଯେପରି ନଭାଙ୍ଗୁ ଅବା ନହଜୁ। ଏପରି କଲେ ଆପଣ ମହାଲକ୍ଷ୍ମୀଙ୍କୁ କ୍ଷମା ପ୍ରାର୍ଥନା କରି ନିଅନ୍ତୁ। ଏହାଦ୍ବାରା ଅଶୁଭ ସଂକେତରେ ପ୍ରଭାବ ପଡିଥାଏ। ଆସନ୍ତୁ ଜାଣିବା କେଉଁ ମହିଳାଙ୍କୁ ପାଉଁଜି ଅବା ଝୁଣ୍ଟିଆ ପିନ୍ଧିବା ଅନୁଚିତ୍।

ବିବାହିତ ମହିଳା ହିଁ ଝୁଣ୍ଟିଆ ପିନ୍ଧିବା ଉଚିତ୍ ହେଲେ ଅବିବାହିତ ଝିଅ କେବେବି ଫ୍ୟାସନ ପାଇଁ ଏହା ପିନ୍ଧିବା ମଧ୍ୟ ଅନୁଚିତ୍। ବିବାହିତ ମହିଳାଙ୍କର ମଥାରେ ଲାଗିଥିବା ଶୃଙ୍ଗାର ଠାରୁ ଆରମ୍ଭ କରି ପାଦ ତଳର ପାଉଁଜି ଅବା ଝୁଣ୍ଟିଆ ଆଦିର ଅଲଗା ଅଲଗା ମହତ୍ତ୍ଵ ରହିଥାଏ। ତେଣୁ ଏହି କଥା ଉପରେ ଧ୍ୟାନ ଦେଇ ସବୁବେଳେ ଢିଲା ଖୁଣ୍ଟିଆ କେବେବି ପିନ୍ଧନ୍ତୁ ନାହିଁ ଯାହା ଆପଣଙ୍କ ପାଦରୁ ବାହାରି ଯାଉଛି। ଏହା କେଉଁଠି ପଡ଼ିଯିବା ମଧ୍ୟ ବହୁତ୍ ଅଶୁଭ ହୋଇଥାଏ ତେଣୁ ଏହା ଉପରେ ନିଶ୍ଚୟ ଧ୍ୟାନ ଦିଅନ୍ତୁ। ଏହାଦ୍ବାରା ଆପଣଙ୍କ ଘରର ଆର୍ଥିକ ପରିସ୍ଥିତି ଉପରେ ମଧ୍ୟ ଖରାପ ପ୍ରଭାବ ପଡିଥାଏ।

ଘୁଙ୍ଗୁରୁ ଲାଗି ଥିବା ଝୁଣ୍ଟିଆ ପିନ୍ଧିଲେ ମାତାଲକ୍ଷ୍ମୀ ଜଲ୍ଦୀ ପ୍ରସନ୍ନ ହୁଅନ୍ତି। ଘୁଙ୍ଗୁରର ଶବ୍ଦରେ ମାତା ଲକ୍ଷ୍ମୀ ଆକର୍ଷିତ ହୁଅନ୍ତି। ଯେଉଁ ଘରେ ଘୂଙ୍ଗୁର ପାଉଁଜି ଯେଉଁ ମହିଳା ପିନ୍ଧନ୍ତି। ସେହି ଘରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ। ଯଦି ପାଉଁଜି ପିନ୍ଧି ପାରୁ ନାହାନ୍ତି ତେବେ ଝୁଣ୍ଟିଆ ନିଶ୍ଚିତ ଭାବରେ ପିନ୍ଧିବା ଉଚିତ୍। ପାଦରେ ସବୁବେଳେ ଚାନ୍ଦିର ଝୁଣ୍ଟିଆ ହିଁ ପିନ୍ଧିବା ଉଚିତ୍। ଯଦି ଏହି ଝୁଣ୍ଟିଆ ମାଛ ଆକାର ପରି ହୋଇଥାଏ ତେବେ ଏହା ବହୁତ୍ ମହତ୍ତ୍ଵପୂର୍ଣ୍ଣ ହୋଇଥାଏ। ମାଛ ଆକାର ଅର୍ଥାତ୍ ଆଗରୁ ଗୋଲାକାର ଏବଂ ପଛ କୋଣ ଆକାରର ହୋଇଥାଏ।

ମହିଳା ମାନେ ଝୁଣ୍ଟିଆ ଯେ କୌଣସି ଆଙ୍ଗୁଠି ଅବା ସବୁ ଆଙ୍ଗୁଠିରେ ପିନ୍ଧି ପାରିବେ। ହେଲେ ବୁଢ଼ା ଆଙ୍ଗୁଠିର ପାଖ ଆଙ୍ଗୁଠିରେ ପିନ୍ଧିବା ଜରୁରୀ ହୋଇଥାଏ। ଯଦି ପାରିବେ ଖୁଣ୍ଟିଆ ୨ କିମ୍ବା ୪ ପିନ୍ଧିବେ କେବେ ହେଲେ ୩ଟି ଝୁଣ୍ଟିଆ ପିନ୍ଧିବା ଉଚିତ୍ ନୁହେଁ। ଏହାକୁ ଶୁଭ ମାନା ଯାଏ ନାହିଁ। ମଙ୍ଗଳ ସୂତ୍ର ପରି ମଧ୍ୟ ଝୁଣ୍ଟିଆ ମହତ୍ତ୍ଵ ପୂର୍ଣ୍ଣ ହୋଇଥାଏ ଯାହା ବିବାହିତ ମହିଳାଙ୍କ ସ୍ୱରୂପ ହୋଇଥାଏ। ଏଥିପାଇଁ ସ୍ବାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ଝୁଣ୍ଟିଆ ପିନ୍ଧେ ନାହିଁ। ଆପଣ ଯଦି କେଉଁ କାରଣରୁ ଖୁଣ୍ଟିଆ ପିନ୍ଧି ପାରୁ ନାହାଁନ୍ତି ତେବେ କଳା ଫିତା ଆଙ୍ଗୁଠିରେ ସେତେ ପର୍ଯ୍ୟନ୍ତ ବାନ୍ଧି ପାରିବେ ଯେତେ ପର୍ଯ୍ୟନ୍ତ ଆପଣ ଝୁଣ୍ଟିଆ ଲଗେଇ ନାହାନ୍ତି। ଏହା ଦ୍ଵାରା ଅଶୁଭ ପ୍ରଭାବ କମ ହୋଇଥାଏ। ଏହା ଥିଲା ଝୁଣ୍ଟିଆ ଅବା ପାଉଁଜିକୁ ନେଇ କିଛି ମହତ୍ତ୍ଵପୂର୍ଣ୍ଣ କଥା ମାନ।

Leave a Reply

Your email address will not be published. Required fields are marked *