ରାଜ୍ୟରେ ମାଗଣା ଖାଦ୍ୟ ବଣ୍ଟନ ନେଇ ବଢ଼ିଲା ଚିନ୍ତା , ପ୍ରଧାନମନ୍ତ୍ରୀଙ୍କୁ ଭେଟି ଜଣାଇଲେ ଅସୁବିଧା

ସାରା ଦେଶର ଲୋକମାନଙ୍କୁ ଖାଦ୍ୟଦ୍ରବ୍ଯ ଯୋଗାଇବା ପାଇଁ ଚେଷ୍ଟା ଜାରି ରହିଛି । କେହି ଯେପରି ଭୋକ ଉପାସରେ ଦିନ ନ କାଟନ୍ତୁ କି ଜୀବନ ନ ହାରନ୍ତୁ , ସେ ନେଇ ସରକାରଙ୍କର ଚେଷ୍ଟା ଅତ୍ୟନ୍ତ ଗ୍ରହଣଯୋଗ୍ୟ ଅଟେ । କରୋନା କଟକଣା ପର ଠାରୁ ବିଭିନ୍ନ ରାଜ୍ୟରେ ସରକାର ଲୋକମାନଙ୍କୁ ମାଗଣା ଖାଦ୍ୟଦ୍ରବ୍ୟ ବଣ୍ଟନ କରିବାରେ ଲାଗିଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ କିଛି ରାଜ୍ୟର ରାଜକୋଷରୁ ଟଙ୍କା ନିର୍ବାଚନ ପୂର୍ବରୁ ବୃଥାରେ ଯାଉଛି ଯାହାକି ଆଗାମୀ ସମୟରେ ଏକ ବଡ଼ ଧରଣର ସମସ୍ୟା ସୃଷ୍ଟି କରିପାରେ ।

ତେବେ ମାଗଣା ବଣ୍ଟାକୁ ନେଇ ବର୍ତ୍ତମାନ ସୃଷ୍ଟି ହୋଇଥିବା ଚିନ୍ତା ବିଷୟରେ ଆଜିର ଲେଖାରେ ଆମେ ଆପଣଙ୍କୁ କହିବୁ । ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ ନିର୍ବାଚନ ସମୟରେ ଦେଶର ନେତା ମାନଙ୍କ ଅନ୍ୟତମ ଲକ୍ଷ ବିପୁଳ ଭୋଟ କିମ୍ବା ନିର୍ବାଚନରେ ଜିତିବା ହୋଇଥାଏ । ତେଣୁ ଏହାକୁ ଲକ୍ଷ୍ୟ କରି ନେତା ମନ୍ତ୍ରୀ ରାଜ୍ୟ ରାଜକୋଷରୁ ଲୋକଙ୍କୁ ମାଗଣା ବାଣ୍ଟିବାରେ ଲାଗନ୍ତି ଯାହାକି ଉଚିତ ନୁହେଁ । ଶ୍ରୀଲଙ୍କା ଏବଂ ଏବଂ ଗ୍ରୀସ ରେ ହୋଇଥିବା ସମସ୍ୟା ବିଷୟରେ ତ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ । 

ତେଣୁ କିଛି ରାଜ୍ୟର ସରକାରଙ୍କ ଏପରି ନିଷ୍ପତ୍ତିକୁ ହୃଦୟଙ୍ଗମ କରି ଟପ ବ୍ୟୁରୋକ୍ରାଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଆଲୋଚନା କରିଛନ୍ତି । କିଛି ବରିଷ୍ଠ ଆଇଏଏସ ଅଫିସର ଏହା ଚେତାବନୀ ଦେଇ କହିଛନ୍ତି ଯେ କିଛି ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତି ଆଗାମୀ ସମୟରେ ବଡ଼ ଧରଣର ଆର୍ଥିକ ସଙ୍କଟ ସୃଷ୍ଟି କରିପାରେ । ସେହିସବୁ ରାଜ୍ୟ ମାନଙ୍କ ମଧ୍ୟରେ ପଞ୍ଜାବ , ଦିଲ୍ଲୀ , ତେଲେଙ୍ଗାନା , ପଶ୍ଚିମବଙ୍ଗ ଏବଂ ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ମାଗଣା ବଣ୍ଟନ ହାରରେ ଶୀର୍ଷରେ ଅଛନ୍ତି । 

ପୁଣି ବରିଷ୍ଠ ସଚିବଙ୍କ ଅନୁଯାୟୀ ଯଦି ଏପରି ଚାଲେ ତେବେ ଆଗାମୀ ସମୟରେ ଦେଶର ଅବସ୍ଥା ଶ୍ରୀଲଙ୍କା ଏବଂ ଗ୍ରୀସ ଭଳି ହେବ । ଯାହାଦ୍ୱାରା ଅତ୍ୟାବଶ୍ୟକ କ୍ଷେତ୍ର ଅର୍ଥାତ ସ୍ୱାସ୍ଥ୍ୟ ଏବଂ ଶିକ୍ଷା ପାଇଁ ଆବଶ୍ୟକ ଅର୍ଥ ଯୋଗାଇ ହେବ ନାହିଁ । ଏହି ମାଗଣା ବାଣ୍ଟିବା ଦ୍ୱାରା କେନ୍ଦ୍ର ସରକାରଙ୍କ ଆର୍ଥିକ ପରିଚାଳନା ଉପରେ ପ୍ରଭାବ ପକାଇବ । ତେଣୁ ଏହାକୁ ମୁଖ୍ୟ ପ୍ରସଙ୍ଗ ରଖି ଶାସନ ପରିଚାଳନାରେ ଉନ୍ନତି ଏବଂ ଦାରିଦ୍ରତା ହ୍ରାସ ବିଷୟରେ ପ୍ରଧାନମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଥିବା କୁହାଯାଇଛି ।

Leave a Reply

Your email address will not be published. Required fields are marked *