ଅଳ୍ପକେ ବର୍ତ୍ତି ଗଲେ ଯୁବକ, ୧୧୫ ଫୁଟ ସମୁଦ୍ର ଢେଉରେ ଫସି ଗଲେ ଆଉ ତା’ପରେ କଣ ଘଟିଲା ଦେଖନ୍ତୁ ଏହି ଛାତି ଥରେଇ ଦେଲା ଭଳି ଦୃଶ୍ୟ। : ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ସର୍ବଦା କିଛି ନା କିଛି ଭିଡ଼ିଓ ଭାଇରାଲ ହେଉଥିବାର ଦେଖିବାକୁ ମିଳିଥାଏ। ସେଥିମଧ୍ୟରୁ କିଛି ଭିଡ଼ିଓ ମଜାଦାର ହୋଇଥାଏ ଯାହାକୁ ଦେଖିବା ପରେ ଆପଣ ଆପଣଙ୍କ ହସକୁ ରୋକି ପାରିବେ ନାହିଁ। ସେହିଭଳି ଆଉ କିଛି ଭିଡ଼ିଓ ଆଶ୍ଚର୍ଯ୍ୟ ଜନକ ହୋଇଥାଏ ଯାହାକୁ ଦେଖିବା ପରେ ଅତି ସହଜରେ ବିଶ୍ୱାସ କରି ହୁଏ ନାହିଁ। ଏହିଭଳି ଭିଡ଼ିଓ ଲୋକମାନଙ୍କୁ ଆଶ୍ଚର୍ଯ୍ୟ ଓ ଚକିତ କରିଦେଇଥାଏ। ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ମଧ୍ୟ କିଛି ଏହି ଭଳି ଭିଡ଼ିଓ ଭାଇରାଲ ହେଉଛି ଯାହାକୁ ଦେଖିବା ପରେ ଲୋକମାନେ ସ୍ତବ୍ଧ ହେଇଯାଉଛନ୍ତି।

ଆଜି କାଲିର ଲୋକଙ୍କ ଭିତରେ କିଛି ଭିନ୍ନ କରିବାର ପୋକ ମୁଣ୍ଡକୁ କାମୁଡିଛି। ଲୋକପ୍ରିୟତା ହାସଲ କରିବା ପାଇଁ ଲୋକମାନେ ନିଜ ଜୀବନ ମଧ୍ୟ ବାଜିରେ ଲଗେଇ ଦେଉଛନ୍ତି। କିଛି ଲୋକେ ନିଜର ଦକ୍ଷତା ସାରା ଦୁନିଆକୁ ଦେଖାଇ ଖୁବ ଲୋକ ପ୍ରିୟତା ହାସଲ କରୁଛନ୍ତି। ବର୍ତ୍ତମାନ ସମୟରେ ଯେଉଁ ଭିଡ଼ିଓ ଭାଇରାଲ ହେଉଛି ତାହା ଲୋକମାନଙ୍କୁ ଭୟଭୀତ କରେଇ ଦେଉଛି। କାରଣ ଏକ ବଡ଼ ଦୁର୍ଘଟଣା ଘଟିବାରୁ ରକ୍ଷା ମିଳିଗଲା।

ତେବେ ଆପଣମାନେ ଜାଣିଛନ୍ତି ଯେ ସର୍ଫିଂ କରିବା କେତେ ଭୟଙ୍କର ହୋଇଥାଏ। ଯଦି ଆପଣ ଆପଣଙ୍କ ଉପରୁ ନିୟନ୍ତ୍ରଣ ହରେଇ ବସିବେ ତେବେ ଗଭୀର ସମୁଦ୍ର ଏବଂ ସମୁଦ୍ରର ଢେଉରୁ ନିଜକୁ ରକ୍ଷା କରି ପାରିବେ ନାହିଁ। ସୋସିଆଲ ମିଡିଆରେ ମଧ୍ୟ ସର୍ଫିଂ ସହ ଜଡିତ ଏକ ଭିଡ଼ିଓ ସାମ୍ନାକୁ ଆସିଛି। ଯାହାକି ଲୋକମାନଙ୍କ ମନରେ ଆତଙ୍କ ଖେଳେଇ ଦେଇଛି। ଏହି ଭିଡ଼ିଓରେ ଘଟିଥିବା ଦୃଶ୍ୟକୁ ଲୋକମାନେ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି। ତେବେ ଆସନ୍ତୁ ଦେଖିବା କଣ ଘଟିଥିଲା।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡ଼ିଓରେ ଆପଣ ଦେଖିବାକୁ ପାଇବେ ଯେ ଷ୍ଟୁଡଟନର ନାମକ ଏକ ବ୍ୟକ୍ତି ସେ ପର୍ତ୍ତୁଗାଲର ନଜରେ ସ୍ଥିତ ପ୍ରୟା ଡେ ନର୍ଟରେ ଆୟୋଜିତ ୱାର୍ଲ୍ଡ ସର୍ଫ ଲିଗରେ ଭାଗ ନେଇଥିଲେ। ତେବେ ସେଠାରେ ଷ୍ଟୁଡଟନର୍ ୧୧୫ ଫୁଟ ଉଚ୍ଚ ଢେଉରେ ସର୍ଫିଙ୍ଗ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ସେ ଏହି ଉଚ୍ଚ ଢେଉକୁ ଅତି ସହଜରେ ସର୍ଫିଙ୍ଗ୍ କରୁଥିବାର ଆପଣ ଭାଇରାଲ ହେଉଥିବା ଏହି ଭିଡ଼ିଓରେ ଦେଖିବାକୁ ପାଇବେ।

https://twitter.com/sportingnews/status/1514372691670753283?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1514372691670753283%7Ctwgr%5E%7Ctwcon%5Es1_&ref_url=http%3A%2F%2Fwww.prameyanews7.com%2Fman-trapped-in-115-feet-high-sea-wave%2F

ତେବେ ଏହି ସମସ୍ତ ଦୃଶ୍ୟକୁ କେହି ଜଣେ କ୍ୟାମେରାରେ କଏଦ କରିଦେଇଥିଲେ ଏବଂ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଯାହାଫଳରେ ନ୍ୟୁନରବର୍ଗର ସେବେଷ୍ଟିୟନର ଷ୍ଟୁଡଟନର୍ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ତେବେ ତାଙ୍କର ଏହି ଦକ୍ଷତା ଭରା ଭିଡିଓକୁ ୩.୮ ମିଲିୟନରୁ ଅଧିକ ଲୋକେ ଦେଖାଯାଇସାରିଛନ୍ତି । ଏହାସହ ୟୁଜର୍ସଙ୍କ ଦ୍ବାରା ଅନେକ କମେଣ୍ଟ ମଧ୍ୟ ମିଳିସାରିଛି। କେହି କେହି ଏହାକୁ ବିପଦଜନକ କହୁଥିବା ବେଳେ ଆଉ କିଛି ୟୁଜର ଷ୍ଟୁଡଟନର୍ ପ୍ରଶଂସା କରିଛନ୍ତି।

Leave a Reply

Your email address will not be published. Required fields are marked *