ଯାହାକୁ କୂଳଦେଵତା ଭାବି ପୂଜା କରୁଥିଲେ, ଶେଷରେ ଜଣାପଡ଼ିଲା….

ସେହି ଆଶାରେ ସେମାନେ ବିରାଟ ଗୋଲାକାର ପଥର ଭଳି ଦିଶୁଥିବା ଜିନିଷକୁ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା କରି ଆସୁଥିଲେ।ହେଲେ ମଧ୍ୟପ୍ରଦେଶର ନର୍ମଦା ଘାଟି ଅଞ୍ଚଳରେ ଗୋଟିଏ ଗାଁକୁ କିଛି ଦିନ ତଳେ ବିଶେଷଜ୍ଞ ଟିମ ପରିଦର୍ଶନ କରିବାକୁ ଯାଇଥିଲେ। ୩ ଜଣ ବିଶେଷଜ୍ଞ ଗାଁରେ ସ୍ୱତନ୍ତ୍ର କର୍ମଶାଳା କରିଥିଲେ। ଏହି କର୍ମଶାଳାରେ ବୈଜ୍ଞାନିକ ମାନେ ମାଣ୍ଡବରେ ଥିବା ଡାଇନେସର ଯିବା ଆସିବା ମାର୍ଗର ବିକାଶ କାର୍ଯ୍ୟର ତଦାରଖ କରିବାକୁ ଆସିଥିଲେ। ଏହି ସମୟରେ ହଠାତ ସେମାନଙ୍କ ନଜର ପଡିଥିଲା ସେହି ଗୋଲାକାର ପଥର ଉପରେ।

ଗାଁ ଲୋକମାନେ ପ୍ରାୟ ୧୮ ସେମି ବ୍ୟାସ ବିଶିଷ୍ଟ ଗୋଟିଏ ଗୋଲାକାର ପଥରକୁ ପୂଜା କରୁଥିଲେ ଆଉ ସେହି ପଥରକୁ ସେମାନେ ଯାଞ୍ଚ କରିବାକୁ ଚାହିଁଥିଲେ କିନ୍ତୁ ଗାଁ ଲୋକମାନେ ଏହାକୁ ବିରୋଧ କରିବା ସହ ଗୋଲାକାର ପଥର ମଧ୍ୟରେ ଗାଁର କୂଳଦେଵତା କାକଡ଼ ଭୋଇରବ ରହିବା କହିଥିଲେ।

ଏହା ପରେ ବିଶେଷଜ୍ଞ ମାନେ ଯାଞ୍ଚ ବେଳେ ଜାଣିବାକୁ ପାଇଥିଲେ ଏହି ଗୋଲାକାର ପଥର ପ୍ରକୃତରେ ଡାଇନେସର ଅଣ୍ଡା। ତେବେ ଏହି କୋଟି କୋଟି ପୁରୁଣା ଡାଇନେସର ଅଣ୍ଡା ଜଣା ପଡିବା ପରେ ଗାଁ ଲୋକମାନେ ଏବେ ଚକିତ ହୋଇଯାଇଛନ୍ତି। କୁହାଯାଏ ନର୍ମଦା ଉପତ୍ୟକାରେ ପ୍ରାୟ ୬.୫ କୋଟି ବର୍ଷ ପୂର୍ବେ ଡାଇନେସର ମାନେ ରହୁଥିଲେ। ଏହା ସେମାନଙ୍କ ଗୋଡ଼ ଭାବେ ବେଶ ପରିଚିତ ଥିଲା ତେଣୁ ସେହି ସମୟରେ ଅଣ୍ଡାକୁ କୂଳଦେଵତା ଭାବି ପୂଜା କରୁଥିଲେ ଏହି ଗାଁ ଲୋକମାନେ। ତେବେ ସେହି ପଥରଟି ଡାଇନେସର ଅଣ୍ଡା ବୋଲି ଜଣା ପଡିବା ପରେ ପ୍ରଶାସନ ମଧ୍ୟ ତତ୍ପରତା ପ୍ରକାଶ କରିବା କଥା ଜଣା ପଡ଼ିଛି। ବିଶେଷଜ୍ଞ ଟିମ ମିଶି ଏହି ଅଣ୍ଡାର ଯାଞ୍ଚ କରୁଛନ୍ତି।

Leave a Reply

Your email address will not be published. Required fields are marked *