ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର , କନ୍ୟା ପକ୍ଷ ଠାରୁ ମାଂସ ଖାଇବା ପାଇଁ ୨୦ ହଜାର ଟଙ୍କା ନେଇଥିଲେ ବର ପକ୍ଷ…

ସେଦିନର ସେହି ବାହାଘର ଭାଙ୍ଗିବା ଘଟଣା ପାଇଁ ଆଜି ସେହି ବରପକ୍ଷ କି କନ୍ୟାପକ୍ଷ ଶାନ୍ତିରେ ବସି ପାରୁ ନାହାନ୍ତି । ଯାହାକୁ ନେଇ ଆରମ୍ଭ ହୋଇଯାଇଛି ମହାଯୁଦ୍ଧ । ଉଭୟ ପକ୍ଷ ପରସ୍ପରକୁ ଦୋଷ ଦେବାରେ ଲାଗିଛନ୍ତି । ଇଏ କହୁଛି ତାଙ୍କର ଦୋଷ ଆଉ ପୁଣି ସେମାନେ କହୁଛନ୍ତି ତାଙ୍କର ଦୋଷ । ବର କ୍ୟାମେରା ଆଗରେ ଆସି ଅନେକ କଥା ବଖାଣିବାରେ ଲାଗିଛନ୍ତି । ଅନ୍ୟ ପକ୍ଷରେ କନ୍ୟା ଘର ଲୋକ ମଧ୍ୟ କିଛି କଥା କହୁଛନ୍ତି । ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ କଥା , ଯାହାକୁ ନେଇ ନୂଆ ନୂଆ ସନ୍ଦେହ ବଢିବାରେ ଲାଗିଛି ।

ତେବେ ଆମେ କହୁଛୁ ସମ୍ବଲପୁରରେ ଘଟି ଯାଇଥିବା ଏପରି ଏକ ଘଟଣା , ଯାହା ବର୍ତ୍ତମାନ ଘରେ ଘରେ ଚର୍ଚ୍ଚାର ପରିସରକୁ ଆସି ଯାଇଛି । ଶୁଣିବାକୁ ମିଳିଥିଲା କି , ମଟନ୍ ପାଇଁ ସମ୍ବଲପୁରରେ ଏକ ବାହାଘର ଭାଙ୍ଗି ଯାଇଥିଲା । ଆଉ ଯାହା ପରେ ନୂଆ ନୂଆ କଥା ମଧ୍ୟ ଶୁଣିବାକୁ ମିଳିଥିଲା । କିଏ କହିଥିଲା ମଟନ୍ ପାଇଁ ବର ପକ୍ଷ ଝଗଡା କରିଥିବା ବେଳେ ଆଉ କେତେବେଳେ ଶୁଣିବାକୁ ମିଳିଛି କି , କନ୍ୟା ପକ୍ଷ ଯେଉଁ ଏଗ୍ରିମେଣ୍ଟ କରିଥିଲେ , ତାହାକୁ ମାନି ନଥିଲେ ଆଉ ସୋସିଆଲ ମିଡିଆରେ ସବୁ କଥା ଭାଇରାଲ କରିଥିଲେ ।

ତେବେ ଏହାକୁ ନେଇ ଏବେ ଆଉ ଗୋଟିଏ କଥା ଶୁଣିବାକୁ ମିଳିଛି । କୁହାଯାଉଛି କି , ମଟନ୍ ଖାଇବା ପାଇଁ ସେଦିନ ରାତିରେ ବରଯାତ୍ରୀ ମାନେ କନ୍ୟା ଘରର ଲୋକଙ୍କ ଠାରୁ ୨୦ ହଜାର ଟଙ୍କା ନେଇ ଯାଇଥିଲେ। ଆଉ ସେଦିନ ହୋଟେଲରେ ଯାଇ ଖାଇଥିଲେ । କେବଳ ଏତିକି ନୁହେଁ , ବିବାଦ ସେତେବେଳେ ଆହୁରି ବଢି ଯାଇଥିଲା , ଯେତେବେଳେ ବରଯାତ୍ରୀ ମାନେ ହୋଟେଲରୁ ଖାଇ ସାରିବା ପରେ ଆଉ ଥରେ ଝିଅ ଘରକୁ ଯାଇ ସେମାନେ ଆଉ ଥରେ ଟଙ୍କା ମାଗିଥିଲେ ।

ଆଉ ଏହାର କାରଣ ପଚାରିବାରୁ ବରଯାତ୍ରୀ ମାନେ କହିଥିଲେ କି , ଆମର ଆଉ କିଛି ଲୋକ ରହି ଯାଇଛନ୍ତି ସେମାନେ ଖାଇବେ। ଯାହାକୁ ନେଇ ପାଟିତୁଣ୍ଡ ଆରମ୍ଭ ହୋଇ ଯାଇଥିଲା । ଆଉ ବରପକ୍ଷ ଲୋକ ମାନେ କନ୍ୟା ପକ୍ଷ ଲୋକ ଉପରେ ଚଢ଼ି ଯାଇଥିଲେ । ଏହାରି ମଧ୍ୟରେ କନ୍ୟା ମଧ୍ୟ ବିବାହ ଭାଙ୍ଗି ଦେବା କଥା କହିଥିଲେ । କାହିଁକି ନା ସେ ଶୁଣିବାକୁ ପାଇଥିଲେ କି , ବର ଜଣକ ତାଙ୍କ ଘର ଲୋକଙ୍କୁ କହିଥିଲେ ମୋ ପାଇଁ ମାଂସ ଅଛି କି ନାହିଁ । ଯାହା ପରେ ଏପରି ପରିସ୍ଥିତି ଉପୁଜି ଉଠିଥିଲା ।

Leave a Reply

Your email address will not be published. Required fields are marked *