ଖାଇଲେ ମୋ ସ୍ୱାମୀକୁ ମାଡ଼ ମାରିଲେ, ମୁଁ ଧରିବାରୁ ମୋ ଡ୍ରେସ ଚିରି ଦେଲେ…

ବର୍ତ୍ତମାନ ସମୟରେ ରାଜଧାନୀରୁ ଏକ ଘଟଣା ସାମ୍ନାକୁ ଆସୁଛି ଯେଉଁଠି ରାଜଧାନୀ ଭୁବନେଶ୍ବରର ପଟିଆର କିଛି ଅନୈତିକ ଯୁବକ ଏକ ଦୋକନ ମାଲିକ ତାଙ୍କ ଦୁଇ ପୁଅ ଏବଂ ତାଙ୍କ ସ୍ତ୍ରୀ ସହିତ ଖରାପ ବ୍ୟବହାର କରିବା ସହିତ ଡ୍ରେସ ଚିରିଥିବା ଅଭିଯୋଗ ହୋଇଛି । ଏହାବ୍ୟତୀତ ଧମକ ଦେଉଥିବା ମଧ୍ୟ ସଙ୍ଗିନ ଅଭିଯୋଗ କରିଛନ୍ତି ସ୍ତ୍ରୀ ।

ସୂଚନା ଅନୁଯାୟୀ ଗତ ୩ ତାରିଖ ଶୁକ୍ରବାର ଦିନ ମୋ ବସ ପାଖରେ ହାର୍ଟବିଟ ବିୟର ବାର ସାମ୍ନାରେ ଫାଷ୍ଟ ଫୁଡ଼ ଷ୍ଟଲ କରିଥିବା ବ୍ୟକ୍ତିଙ୍କ ଦୋକାନକୁ ପଟିଆର କିଛି ଅସାମାଜିକ ଯୁବକ ପିଣ୍ଟୁ , ସୋନି , ସତ୍ୟ ଏବଂ ଅଭୟ ଆସି ଖାଇବା ମାଗିଥିଲେ । ଯେତେବେଳେ ଦୋକାନି ପଇସା ମାଗିଥିଲେ ସେତେବେଳେ ଉକ୍ତ ଚାରି ଜଣ ଦୋକାନୀଙ୍କୁ ମାରଧର କରିଥିଲେ ।

ତେବେ ସେତେବେଳେ ଦୋକାନରେ ଥିବା ମହିଳାଙ୍କ ପୁଅ ଏବଂ ପୁଅର ଜଣେ ସାଙ୍ଗଙ୍କୁ ମଧ୍ୟ ସେମାନେ ବାଡ଼େଇ ଥିଲେ । ଅନ୍ୟ ପାର୍ଶ୍ଵରେ ଥିବା କାଉଣ୍ଟରରୁ ସ୍ୱାମୀ ଦୌଡ଼ି ଯାଇ ଯେତେବେଳେ ପୁଅକୁ ମାଡ଼ ମାରୁଥିବା ଲୋକଙ୍କୁ ବିରୋଧ କରିଥିଲେ ସେତେବେଳେ ସେଅଧ୍ୟ ଓଲଟା ମାଡ଼ ଖାଇଥିଲେ । ତେବେ ଖାଲି ସେତିକି ନୁହେଁ ସେମାନେ ଡ୍ରରୁ ଟଙ୍କା ମଧ୍ୟ ବାହାର କରି ନେଇଥିବା ଅଭିଯୋଗ ହୋଇଛି । ଏହାସହିତ ଜିନିଷ ପତ୍ର ଫିଙ୍ଗି ଦେଇଥିଲେ । ମହିଳାଙ୍କ ସ୍ୱାମୀଙ୍କୁ ଗାଡ଼ିରେ ଉଠାଇ ନେଇ ବରଡେ଼ଇ ଛକ ନିକଟରେ ମାର ପିଟ କରିଥିଲେ । ଏପଟେ ୧୭ ବର୍ଷର ସାନ ପୁଅ ଘଟଣାସ୍ଥଳରେ ପହଞ୍ଚିବା ପରେ ତାଙ୍କୁ ମଧ୍ୟ ମାଡ଼ ମାରିଥିବା କହିଛନ୍ତି ମହିଳା ।

ମହିଳା ଯେତେବେଳେ ଖବର ପାଇ ଦୋକାନକୁ ଆସିଛନ୍ତି ସେତେବେଳେ ଦୋକାନରେ କାମ କରୁଥିବା ଅକ୍ଷୟଙ୍କୁ ମଧ୍ୟ ସେମାନେ ମାରିଥିଲେ । ମହିଳା ଯେତେବେଳେ ବିରୋଧୀ କରିବାକୁ ଯାଇଥିଲେ ସେତେବେଳେ ମହିଳାଙ୍କୁ ମଧ୍ୟ ଟଣା ଓଟରା କରିବା ସହିତ ଡ୍ରେସ ଚିରି ଦେଇଥିଲେ । ମୋ ବସ ପାଖରେ ଲାଗିଥିବା ସିସିଟିଭି ଫୋଟେଜ ଯାଞ୍ଚ କଲେ ପୁରା ଘଟଣା ଜଣା ପଡ଼ିବ ବୋଲି ମହିଳା କହିଛନ୍ତି ।

ମହିଳା ଜଣକ ନିଜ ଆଫେୟାରରେ ମଧ୍ୟ ଏହା ଉଲ୍ଲେଖ କରିଛନ୍ତି ଯେ ତୁରନ୍ତ ଥାନା ଅଧିକାରୀ ଯାଇ ମୋ ବସ ନିକଟରେ ଥିବା ସିସିଟିଭି କ୍ୟାମେରାକୁ ଯାଞ୍ଚ କରନ୍ତୁ ବୋଲି । କିନ୍ତୁ ଏବେ ସୁଦ୍ଧା ପୋଲିସ ତାହା କରି ନଥିବା କହିଛନ୍ତି ମହିଳା । ମହିଳାଙ୍କ କହିବା ଅନୁଯାୟୀ ସେ ଘଟଣା ଘଟିଥିବା ୩ ତାରିଖ ଦିନ ସନ୍ଧ୍ୟାରେ ହିଁ ପୋଲିସ ଷ୍ଟେସନ ଯାଇ ଆଫେୟାର ଲେଖାଇବା ସହିତ ମେଡିକାଲ ଯାଞ୍ଚ ମଧ୍ୟ କରାଇଥିଲେ ।

କିନ୍ତୁ ଏବେ ଯାଏ ମହିଳାଙ୍କ ହୋଇଥିବା ଅଭିଯୋଗ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ କିମ୍ବା ତିନୋଟି ଦଫା ଏବେ ସୁଦ୍ଧା ପକାଯାଇ ନାହିଁ । ଖାଲି ସେତିକି ନୁହେଁ ଏସବୁ ଗଣ୍ଡଗୋଳ କରିଥିବା ଲୋକେ ୪ ତାରିଖ ସକାଳୁ ମଧ୍ୟ କଲ କରି ଧମକ ଦେଇଥିଲେ । ଯାହା ମହିଳା ଜଣକ ଜଣାଇଛନ୍ତି । ବାପ ପୁଅକୁ ଜୀବନରୁ ମାରିଦେବା ସହିତ ଦୋକାନରେ ନିଆଁ ଲଗାଇ ଦେବାକୁ ଧମକ ଦେଇଛନ୍ତି ।

ପୁଣି ଦ୍ଵିତୀୟ ଥର କଲ କରିବା ପରେ ମହିଳା ନିଜ ସ୍ୱାମୀଙ୍କ ସହ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । କିନ୍ତୁ ଅସାମାଜିକ ଲୋକେ ପୋଲିସ ଅଧିକାରୀଙ୍କୁ ମଧ୍ୟ ଖରାପ ବ୍ୟବହାର ଦେଖାଇ ଥିଲେ । ତେବେ ବର୍ତ୍ତମାନ ସମୟରେ ମହିଳାଙ୍କର ଏହି ଅଭିଯୋଗ ଯେ ତାଙ୍କ ଅଭିଯୋଗ ସତ୍ତ୍ୱେବି ଏବେ ସୁଦ୍ଧା ଉକ୍ତ ଯୁବକଙ୍କ ବିରୋଧରେ ଦଫା କାହିଁକି ଲାଗିନାହିଁ ।

Leave a Reply

Your email address will not be published. Required fields are marked *