ଖଗେଶ୍ବର ଖୋଲିଲା ନୂଆ ଗୁମର ପେଡ଼ି…ଅର୍ଚନାର ଆଉ ତ୍ରାହି ନାହିଁ

ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିବା ଅର୍ଚ୍ଚନା ନାଗ ମାମଲାରେ ଏବେ ପୋଲିସ ତଥା ଇଡି ଚଳ ଚଞ୍ଚଳ ହୋଇ ଉଠିଛି । ଏବେ ଜୋରଦାର ତଦନ୍ତ ଜାରି କରିଛି । ମାମଲାର ସମାଧାନ କରିବା ପାଇଁ ଆଉ ଗୋଟି ଗୋଟି ଅପରାଧୀକୁ କାଠଗଡାକୁ ଟାଣି ଆଣିବା ପାଇଁ ପୋଲିସ ଚେଷ୍ଟା ଚଳାଇଛି । ତେବେ ଇଡି ହାତରେ ଲାଗିଥିବା ଅନେକ ପ୍ରମାଣ ସାମ୍ନାକୁ ଆସିବାରେ ଲାଗିଛି । ଧୀରେ ଧିରେ ସବୁ ଜଣା ପଡ଼ିଯିବ ଆଉ ପ୍ରକୃତ ଅପରାଧିକୁ ଇଡି ଧରିବ ବୋଲି ସମସ୍ତେ ଆଶା ରଖିଛନ୍ତି ।

ତେବେ ବର୍ତ୍ତମାନ ସମୟରେ କିଛି କଥା ସାମ୍ନାକୁ ଆସିବାରେ ଲାଗିଛି । କୁହାଯାଉଛି କି , ଅର୍ଚ୍ଚନା ର ସହଯୋଗୀ ତଥା ପୂର୍ବତନ ପ୍ରେମିକ ଖଗେଶ୍ବରକୁ ଇଡି ଚତୁର୍ଥ ଥର ରିମାଣ୍ଡରେ ଆଣି ପଚରାଉଚରା କରୁଛି । ଆଉ ଯାହା ଶୁଣିବାକୁ ମିଳୁଛି ଖଗେଶ୍ବର ଇଡିକୁ ଦେଖି ଭୟଭୀତ ହୋଇ ଯାଇଛି ଆଉ ସବୁ କଥା ଧୀରେ ଧିରେ କହିବାରେ ଲାଗିଛି । ତେବେ ଇଡି ଆଗରେ ବର୍ତ୍ତମାନ ସେହି ବଡ ବଡ ଲୋକଙ୍କ ନାମ କହି ଦେଇଥିବା କଥା ବର୍ତ୍ତମାନ ଚର୍ଚ୍ଚା ହେଉଛି ।

ଇଡି ଆଗରେ ଖଗେଶ୍ବର ସେହି ତିନି ଜଣ ବିଧାୟକଙ୍କ ନାମ କହିଦେଇଛି ବୋଲି କୁହାଯାଉଛି । ଯେଉଁ ମାନେ ଏହି ଘଟଣାର ମୁଖ୍ୟ ଖଳନାୟକ ଅଟନ୍ତି । ସେମାନେ ହିଁ ଅର୍ଚ୍ଚନାଙ୍କୁ ଟଙ୍କା ଗାଦିରେ ଶୋଇବାର ସୁଯୋଗ ଦେଉଥିଲେ । ଆଉ ସେମାନେ ଖଗେଶ୍ବର ବ୍ୟାଙ୍କ୍ ଆକାଉଣ୍ଟ ମାଧ୍ୟମରେ ଟଙ୍କା ଦେଉଥିଲେ । ଯାହା ନେଇ ଖଗେଶ୍ବର ଅର୍ଚ୍ଚନା ହାତରେ ଧରାଇ ଦେଉଥିଲା । ଆଉ ଅର୍ଚ୍ଚନା ସେଥିରୁ କିଛି ଟଙ୍କା ଖଗେଶ୍ବରକୁ ଧରାଇ ଦେଉଥିଲେ ।

ତେବେ ବର୍ତ୍ତମାନ କୁହାଯାଉଛି କି , ଧରା ପଡ଼ିଥିବା ତିନି ଜଣ ବିଧାୟକଙ୍କ ମଧ୍ୟରୁ ଜଣେ ପୂର୍ବରୁ ମନ୍ତ୍ରୀ ମଧ୍ୟ ରହି ସାରିଛନ୍ତି । ତେବେ ଆଉ ଦିନ ସରି ସରି ଆସିଲାଣି । ଖୁବ୍ ଶୀଘ୍ର ଅର୍ଚ୍ଚନା ନାଗ ମାମଲାରେ ଜଡିତ ରହିଥିବା ନେତା , ଅଭିନେତା , ମନ୍ତ୍ରୀ ମାନଙ୍କୁ ଇଡି ତାର ତୀକ୍ଷ୍ମ ନଜରରେ ଧରି ପକାଇବ । ଆଉ ସମସ୍ତେ ଯିବେ ଜେଲ । କୁହାଯାଉଛି , ସେହି ତିନି ଜଣଙ୍କ ନାମ ସ୍ପଷ୍ଟ ହେବା ପରେ ଇଡି ସେମାନଙ୍କୁ ରିମାଣ୍ଡରେ ଆଣି ସବୁ କଥା ପଚରା ଉଚରା କରିବ । ଆଉ ସବୁ କଥା ଖୋଳି ତାଡି ବାହାର କରିବ ।

Leave a Reply

Your email address will not be published. Required fields are marked *