ଘଟିଲା ଚମତ୍କାର। ହଠାତ ଶୁଭିଲା ଭୟଙ୍କର ଶବ୍ଦ। ଥରିଲା ମାଟି… ମାଟିରୁ ବାହାରି ଆସିଲେ ମା କାଳୀ…।

ଆପେ ଆପେ ପୋଖରୀ ଦୁଡାରେ ଆବିର୍ଭାବ ହେଲେ ମା କାଳୀ। କିଟିମିଟି ଅନ୍ଧାରୁଆ ସ୍ଥାନ ଉଜ୍ଵଳ ଆଲୁଅରେ ଝଲସି ଉଠିଲା। ସ୍ଥାନୀୟ ଲୋକେ ଦେଖି ଭୟରେ ଥରିଲେ। ଚୈତ୍ର ମାସରେ ଶେଷ ମଙ୍ଗଳବାରରେ ଦେଖିଲେ ମା କାଳୀଙ୍କର ଭୟଙ୍କର ରୁପ।ହଠାତ ସନ୍ଧ୍ୟା ହୋଇଗଲା। ଆକାଶରେ କଳା ମେଘ ଘୁଟି ଆସିଲା। ବିଜୁଳି ଘଡଘଡି ସାଙ୍ଗକୁ ଚାରିଆଡେ ହୋଇଗଲା କିଟିମିଟି ଅନ୍ଧାର ଆଉ ଠିକ ଏତିକି ବେଳେ ଅନ୍ଧକାର ସ୍ଥାନଟି ଏକ ଉଜ୍ଵଳ ଆଲୁଅରେ ଆଲୋକିତ ହୋଇଗଲା।

ସେଠାରେ ଲୋକମାନେ ଏଭଳି ଦୃଶ୍ୟ ଦେଖି ଭୟରେ ଥରି ଉଠିଥିଲେ। ଯେତେବେଳେ ପୋଖରୀ ଦୁଡାରେ ସ୍ୱୟଂ ଆପେ ଆପେ ଆବିର୍ଭାବ ହେଲେ ମା କାଳୀ। ଚୈତ୍ର ମାସରେ ଶେଷ ମଙ୍ଗଳବାରରେ ଏଭଳି ଏକ ଆଶ୍ଚର୍ଯ୍ୟ ଚକିତ କରିଦେବା ଭଳି ଅଲୌକିକ ଦୃଶ୍ୟକୁ ଦେଖି ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ। କାହିଁକି ମାଙ୍କର ସେ ଦିବ୍ୟ ରୂପ ଯିଏ ବି ଦେଖିବ ସିଏ ବି ମାଙ୍କ ଆଗରେ ହାତ ନଯୋଡି ରହି ପାରିବ ନାହିଁ। ଅନ୍ଧାର ରାତିରେ ଏଭଳି ଦୃଶ୍ୟକୁ ଦେଖି ସମସ୍ତଙ୍କର ଲୋମମୂଳ ଯେମିତି ଟାଙ୍କୁରି ଉଠୁଥିଲା।

ଆଜ୍ଞା ହଁ ବନ୍ଧୁଗଣ ଏଭଳି ଅଲୌକିକ ଘଟଣା ଦେଖିବାକୁ ମିଳିଛି ଲାଞ୍ଚିପିଲି ଜାତୀୟ ରାଜପଥ କଡ଼ରେ ଥିବା ବଡ଼ଗଦଲି ପୋଖରୀ ଦୁଡାରେ।ଖବର ମୁତାବକ ଜଣେ ଯୁବକ କାମ କରୁଥିବା ସମୟରେ ହଠାତ ଥକି ପଡି ହୁଡାରେ ଆସି ବସି ପଡ଼ିଲା ବେଳକୁ ହାତ ଯାଇ ବସିଥିଲା କିଛି ଅଦ୍ଭୁତ ଜିନିଷ ଉପରେ। ଯାହାକୁ ଦେଖି ଯୁବକ ଜଣକ କିଛି ସମୟ ପାଇଁ ଭୟଭୀତ ହୋଇଯାଇଥିଲେ। ଆଉ ତାପରେ ସାହସ କରି ହାତରେ କଣ ବାଜିଲା ବୋଲି ମାଟି ଖୋଳିବାକୁ ଆରମ୍ଭ କରିଦେଲେ।

ଆଉ ମାଟି ଯେତେ ଯେତେ ଖୋଳୁଥିଲେ ତାଙ୍କ ଦେହରେ ଶକ୍ତି ଆଉ ସାହସ ସେତେ ସେତେ ବଢ଼ୁଥିଲା ଆଉ ମାଟି ଖୋଳୁ ଖୋଳୁ ଧୀରେ ଧୀରେ ପୁର୍ଣିମା ରାତିର ଚନ୍ଦ୍ରର ଆଲୋକରେ ଆଲୋକିତ ହୋଇ ଉଠିଲା ପୁରା ସ୍ଥାନ। ଆଉ ତା’ପରେ ଯୁବକ ଜଣକ ଯେତେବେଳେ ଆହୁରି ଗାତ ଖୋଳିବାକୁ ଲାଗିଲେ ଶେଷରେ ଗଭୀର ମାଟି ତଳୁ ମା କାଳୀଙ୍କର ଏକ ଦିବ୍ୟ ମୂର୍ତିଟିଏ ବାହାରି ଆସିଲା। ଯାହାକୁ ଦେଖିବା ପରେ ଭୟରେ ଥରି ଉଠିଥିଲେ ଯୁବକ ଜଣକ।

ମାଙ୍କର ସେଇ ଦୁବ୍ୟ ମୂର୍ତ୍ତିକୁ ଧରିବା ପରେ ଗୋଡ଼ ଠାରୁ ମୁଣ୍ଡ ପର୍ଯ୍ୟନ୍ତ ପୁରା ଶରୀର ଥରି ଉଠିଥିଲା। ଆଉ ତାପରେ ବଡ଼ ପାଟି କରି ସମସ୍ତଙ୍କୁ ଡାକିଥିଲେ ଯୁବକ ଜଣକ।ତେବେ ସମସ୍ତେ ଦୌଡ଼ି ଆସି ସେହି ଦିବ୍ୟ ମୂର୍ତ୍ତିକୁ ଯିଏ ଦେଖିଲା ସିଏ ବି ମୁଣ୍ଡ ନୁଆଇଁ ପ୍ରଣାମ କଲା। କାରଣ ସେ ମୂର୍ତି ଥିଲା ସେତିକି ଆକର୍ଷଣୀୟ। ଯାହାକି ଅଷ୍ଟଧାତୁରେ ନିର୍ମତ ହୋଇଥିଲା। ଆଉ ବହୁତ ପୁରାତନ କାଳରୁ ବୋଲି ଜଣା ପଡ଼ିଛି। ତେବେ ଚୈତ୍ର ମାସର ଶେଷ ମଙ୍ଗଳବାର ପୁର୍ଣିମା ଥିବା ବେଳେ ଏଭଳି ଏକ ଘଟଣା ଯାହା ଅଞ୍ଚଳବାସୀଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି। ତେବେ ଏହି ଅଷ୍ଟଧାତୁ ନିର୍ମିତ ମା କାଳୀଙ୍କ ମୂର୍ତ୍ତିକୁ ଦେଖିବା ପାଇଁ ଭିଡ଼ ଲାଗି ରହିଥିଲା।

ସେହିଭଳି ସ୍ଥାନୀୟ ଅଞ୍ଚଳରେ ପୂଜାରୀ ସେହି ଘଟଣା ସ୍ଥାନରେ ପହଁଚି ମା’ କାଳୀଙ୍କୁ ଏକ ରଙ୍ଗ କନାରେ ଘୋଡାଇ କୌଣସି ଏକ ସ୍ଥାନରେ ମନ୍ଦିର ତୋଳି ପୂଜା କରିବା ପାଇଁ ଅଞ୍ଚଳବାସୀଙ୍କ ସହିତ ଆଲୋଚନା କରିଥିବା ଜଣା ପଡ଼ିଛି।ତେବେ ଏନେଇ ଖବର ପାଇବା ପରେ ସ୍ଥାନୀୟ କରପରେଟର ଘଟଣା ସ୍ଥାନରେ ପହଁଚି ମା କାଳୀଙ୍କୁ ଦର୍ଶନ କରିବା ସହିତ ଖୁବଶୀଘ୍ର ମାଙ୍କର ଏକ ସୁନ୍ଦର ମନ୍ଦିର ନିର୍ମାଣ କରିବା ପାଇଁ କହିଛନ୍ତି। ଆଉ ଆବିର୍ଭାବ ହୋଇଥିବା ମା କାଳୀଙ୍କର ସେହି ଉଜ୍ଵଳ ମୂର୍ତ୍ତିକୁ ଦେଖି ସେ ଭାବ ବିହୁଳ ହୋଇପଡିଛନ୍ତି।

Leave a Reply

Your email address will not be published. Required fields are marked *