ଯୌତୁକ ଗାଡ଼ିରେ ବରର ଚାଲିଗଲା ଜୀବନ, ବାହାଘରର ମାସେ ପୁରିନଥିଲା…

କିଏ ଜାଣିଥିଲା ଏମିତି ହେବ । କିଏ ଜାଣିଥିଲା ଏତେ ଜଲଦି ଗୋଟିଏ ମଣିଷ ଏ ଦୁନିଆଁ ଛାଡି ଚାଲିଯିବ । ସମସ୍ତେ କେତେ ଖୁସି ଥିଲେ , ପୁଅ ଆମର ବିବାହ କରିଲା ଆଉ କିଛି ବର୍ଷ ପରେ ତାର ପରିବାର ଖୁସିରେ ଭରି ଉଠିବ । ବୋହୂ ଆଣିବା ପରେ ଘରେ ଖୁସି ଖେଳି ଉଠିବ । ଆଉ ସବୁକିଛି ଠିକ୍ ଠାକ୍ ହୋଇଯିବ । ଆଗରୁ ଯାହା ଥିଲା ସେ ସବୁ ବଦଳି ଯିବ ଆଉ ପୁଅ ଆମର ନୂଆ ସଂସାର ଗଢ଼ିବ ।

ତାର ଦୁନିଆଁରେ ସେ ରାଜା ପାଲଟି ଯିବ କିନ୍ତୁ କିଛି ହୋଇପାରିଲା ନାହିଁ । ଅଧାରେ ରହିଗଲା ଜୀବନ ଦୀପ , ସବୁଦିନ ପାଇଁ ଆଖି ବୁଜି ଦେଲେ ନବ ବିବାହିତ। କେଉଁଠି ବାଟ ଜଗି ବସି ରହିଥିଲା କାଳ ଆଉ ନେଇଗଲା ଜୀବନ । ତେବେ ଏପରି ଘଟଣା ଘଟି ଯାଇଛି , ଯାହା ସମଗ୍ର ଅଞ୍ଚଳରେ ଦୁଃଖର ସୁଅ ଭସାଇ ଦେଇଛି । ଆଉ ସମସ୍ତେ ବର୍ତ୍ତମାନ ସମୟରେ ଭାଙ୍ଗି ପଡ଼ିଛନ୍ତି ।

ତେବେ ଏପରି ଏକ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା କପ୍ତିପଦା ଥାନା ସମ୍ମୁଖରେ । ତେବେ ଶନିବାର ଦିନ ଏକ କଲେଜ ବସ୍ ସହିତ ଦୁର୍ଘଟଣା ଘଟି ଅକାଳରେ ଚାଲି ଯାଇଛି ଜଣେ ନବ ବିବାହିତ ବ୍ୟକ୍ତିଙ୍କ ଜୀବନ । ସୂଚନା ଅନୁଯାୟୀ , ଏଇ ମାସକ ପୂର୍ବରୁ ମାଙ୍କଡପଡ଼ା ପଞ୍ଚାୟତ ଟାଙ୍ଗୀରିଆ ଅଞ୍ଚଳର ଜଗନ୍ନାଥ ପାଣିଗ୍ରାହୀ ଫେବୃଆରୀ ୬ ତାରିଖରେ ବାଲେଶ୍ଵର ଅଞ୍ଚଳର ଜୟଶ୍ରୀ ମହାପାତ୍ରଙ୍କୁ ରୀତିନୀତି ଅନୁଯାୟୀ ବିବାହ କରିଥିଲେ ।

ଘରେ ସମସ୍ତେ ଖୁସି ରହିଥିଲେ କାହିଁକି ନା ଘରକୁ ନୂଆ ବୋହୂ ଆସିଛି । ସମସ୍ତେ ତାଙ୍କ ସହିତ ମିଳି ମିଶି ରହିବା ଆରମ୍ଭ କରି ଦେଇଥିଲେ । କାହିଁକି ନା ନୂଆ ବୋହୂ ଆସି ଘର ପରିବେଶ ପୁରାପୁରି ବଦଳି ଦେଇଥିଲା । କିନ୍ତୁ କିଏ ଜାଣିଥିଲା ନୂଆ ବୋହୂ ଘରକୁ ଆସିବା ପରେ ପୁଅ ଅଧା ବାଟରେ ସମସ୍ତଙ୍କୁ ଛାଡି ଦେଇ ପଳାଇ ଯିବ ।

କିଏ ବା ଜାଣିଥିଲା ଯେଉଁ ଯୌତୁକ ପୁଅ ଆଣିବାକୁ ଯାଇଥିଲା , ସେହି ଯୌତୁକ ହିଁ ତାର ଜୀବନ ନେଇ ଯିବ । ଆଉ ଠିକ୍ ସେହା ହିଁ ହୋଇଥିଲା । ସୂଚନା ଅନୁଯାୟୀ , ଶନିବାର ଦିନ ଜଗନ୍ନାଥ ଯୌତୁକ ଆଣିବା ପାଇଁ ଯାଇଥିଲେ ଆଉ ବାଟରେ ଘରକୁ ଫେରୁଥିଲେ । କିନ୍ତୁ କେହି ବି ଜାଣି ନଥିଲେ ଅଧା ବାଟରେ ତାଙ୍କୁ ଅନାଇ ବସିଥିଲେ ଯମ । ଆଉ ନେଇଗଲା ତାଙ୍କର ଜୀବନ ।

ତେବେ ଘରେ ଏପଟେ ସମସ୍ତେ ଅନାଇ ବସିଥିବା ବେଳେ ସେପଟେ ପୁଅ ସହିତ ଘଟି ଯାଇଥିଲା ଏକ ବଡ ଅଘଟଣ । ପୁଅ ଘରକୁ ଫେରି ଖାଇବ ବୋଲି ସମସ୍ତେ ଭାବିବା ବେଳକୁ ସେପଟେ ଆଉ ପୁଅ ଖାଇବା ପାଇଁ ନଥିବ ବୋଲି କେହି ଜାଣି ନଥିଲେ । କାହିଁକି ନା ପୁଅ ସବୁଦିନ ପାଇଁ ଆରପାରୀକୁ ଚାଲି ଯାଇଥିଲା । ଆଉ କେହି ତାଙ୍କୁ ବଞ୍ଚାଇ ପାରି ନଥିଲେ । ଜଗନ୍ନାଥ ଗାଡ଼ି ଚଳାଇ ଘରକୁ ଫେରୁଥିଲେ ।

କିନ୍ତୁ ଠିକ୍ ଏହି ସମୟରେ ତାଙ୍କ ସାମ୍ନା ଆଡୁ ଆସୁଥିବା ଏକ ଦ୍ରୁତ ବେଗର କଲେଜ ଗାଡ଼ି ତାଙ୍କୁ ପିଟି ଦେଇଥିଲା । ଯାହା ଫଳରେ ନିଜ ଗାଡିରୁ ଛିଟିକି ପଡ଼ି ଦୂରରେ ଯାଇ ପଡ଼ି ଯାଇଥିଲେ ଜଗନ୍ନାଥ । ଆଉ ଗୁରୁତର ଅବସ୍ଥାରେ ତାଙ୍କୁ ସେଠାରେ ଉପସ୍ଥିତ ରହିଥିବା ଲୋକ ମାନେ ଉଦ୍ଧାର କରି ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ । କିନ୍ତୁ ଡାକ୍ତରଖାନା ପହଞ୍ଚିବା ବେଳକୁ ସବୁକିଛି ସରି ଯାଇଥିଲା ।

ଅଧା ବାଟରେ ଲିଭି ଯାଇଥିଲା ଜୀବନ ଦୀପ । ଡ଼ାକ୍ତରଖାନାରେ ପହଞ୍ଚିବା ବେଳକୁ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷିତ କରି ଦେଇଥିଲେ । ଆଉ ତାଙ୍କର ଶବ ବ୍ୟବଚ୍ଛେଦ କରିବା ପାଇଁ ବାରିପଦା ମେଡିକାଲ ପଠାଇ ଦେଇଥିଲେ। ତେବେ ଏହା ପରେ ଏପରି କଥା ତାଙ୍କ ପରିବାର ଲୋକ ଶୁଣିବା ପରେ ଗୋଡ ତଳୁ ତାଙ୍କର ମାଟି ଖସି ଯାଇଥିଲା । କେହି ଏ କଥା ବିଶ୍ୱାସ କରି ପାରି ନଥିଲେ ।

Leave a Reply

Your email address will not be published. Required fields are marked *