ଆଧାର କାର୍ଡ଼ଧାରୀଙ୍କ ପାଇଁ ବଡ଼ ଖବର ! ଏଣିକି ଅଚଳ ହୋଇଯିବ ଆଧାର କାର୍ଡ଼ , ହୋଇ ଯାଆନ୍ତୁ ସତର୍କ ……

ସରକାରଙ୍କ ତରଫରୁ ଅନେକ ସମୟରେ ଆଧାର କାର୍ଡ଼କୁ ନେଇ ନାନା ପ୍ରକାରର ନିୟମ ଆସିଥାଏ । ଆଉ ଯେଉଁ ନିୟମ ବାଧ୍ୟତାମୂଳକ ହୋଇଥାଏ । ନିକଟରେ ମଧ୍ୟ ଆଧାର କାର୍ଡ଼ରେ ମୋବାଇଲ ନମ୍ବର ଲିଙ୍କ କେୱାଇସି କରିବା ସରକାର ବାଧ୍ୟତାମୂଳକ କରିଥିଲେ । ଆଉ ବର୍ତ୍ତମାନ ମଧ୍ୟ ସରକାରଙ୍କ ତରଫରୁ ଆଉ ଏକ ଖବର ଶୁଣିବାକୁ ମିଳୁଛି ଯେ , କୁଆଡ଼େ ଆଧାର କାର୍ଡ଼ ଅଚଳ ହୋଇଯିବ ।

କହିରଖିବୁ ଯେ ଆଜିକା ସମୟରେ ଆଧାର କାର୍ଡ଼ ଏକ ଜରୁରୀ ଦସ୍ତାବିଜ ଅଟେ । ଏମିତିକି ବର୍ତ୍ତମାନ ସମୟରେ ଆଧାର କାର୍ଡ଼ ବିନା କୌଣସି କାର୍ଯ୍ୟ ସମ୍ଭବପର ନୁହେଁ । ତେବେ ତାହା ବ୍ୟାଙ୍କ କାମ ହେଉ କିମ୍ବା ଅନ୍ୟ କିଛି କାମ । ଏହି ଆଧାର କାର୍ଡ଼ ଭାରତରେ ପ୍ରତ୍ୟେକ ଭାରତୀୟଙ୍କର ମୁଖ୍ୟ ଡକ୍ୟୁମେଣ୍ଟ ପାଲଟିଛି ।

ଏହା ଆପଣ ମାନେବି ଜାଣିଛନ୍ତି ଯେ ଅନେକ ସମୟରେ ଆଧାର କାର୍ଡ଼କୁ ନେଇ ନାନା ପ୍ରକାରର ସୂଚନା ମିଳିଥାଏ । ଯାହା ମଧ୍ୟରେ ଆଧାର ଅପଡେଟ , ନାମ ଠିକଣା ଆଦି ସାମିଲ ରହିଛି । ଅନ୍ୟ ପଟେ ଯଦି ନିର୍ଦିଷ୍ଟ ସମୟ ସୀମା ମଧ୍ୟରେ ଅଧାରକାର୍ଡ଼ ଧାରୀ ମାନେ ସେହି କାମ ନକରନ୍ତି ତେବେ ତାଙ୍କ ଆଧାର କାର୍ଡ଼ ମଧ୍ୟ ବାତିଲ ହୋଇପାରେ । ତେଣୁ ଏହାରି ମଧ୍ୟରେ ଆଧାର କାର୍ଡ଼ଧାରୀଙ୍କ ପାଇଁ ଆଉ ଏକ ଜରୁରୀ ଖବର ମଧ୍ୟ ରହିଛି ।

ସେଇ ଅନୁଯାୟୀ ଯେଉଁ ମାନେ ଗତ ଦଶ ବର୍ଷ ଧରି ନିଜର ଆଧାରକାର୍ଡ଼ ଅପଡେଟ କରି ନାହାଁନ୍ତି ସେମାନେ ସତର୍କ ହୋଇଯିବା ଆବଶ୍ୟକ । ତେଣୁ ସେମାନେ ନିଜର ଆଧାର କାର୍ଡ଼ ତୁରନ୍ତ ଅପଡେଟ କରାଇ ନେବା ଆବଶ୍ୟକ । ତେବେ ଏଥିପାଇଁ ଆପଣଙ୍କୁ କୌଣସି କାର୍ଯ୍ୟାଳୟ କିମ୍ବା କ୍ୟାଫେକୁ ଯିବାକୁ ପଡ଼ିବନି , ଆପଣ ନିଜ ଘରେ ହିଁ ବସି ଏହି କାମ କରି ପାରିବେ ।

କିନ୍ତୁ ମନେ ରଖନ୍ତୁ ଯେ ଏଥିପାଇଁ ଶେଷ ତାରିଖ ୨୦୨୪ ମାର୍ଚ୍ଚ ୧୪ ରହିଛି । ଏହାପରେ ଅପଡେଟ କଲେ ହୁଏତ ଆପଣଙ୍କୁ ଭାରି ଅଙ୍କର ଜୋରିମାନା ଦେବାକୁ ପଡ଼ିପାରେ । ବର୍ତ୍ତମାନ ଯେକେହିବି ଘରେ ବସି ନିଜ ମୋବାଇଲ ସାହାଯ୍ୟରେ ଆଧାର କାର୍ଡ଼ ଅପଡେଟ କରି ପାରିବେ । ଏହାର ପ୍ରସେସ ଅତ୍ୟନ୍ତ ସହଜ ରହିଛି । ଏଥିପାଇଁ UDAIର ଅଫିସିଆଲ ୱେବସାଇଟକୁ ଯାଇ ପ୍ରଥମେ ନିଜର ଆଧାରକାର୍ଡ଼ ନମ୍ବର ପ୍ରବେଶ କରନ୍ତୁ ।

ଲିଙ୍କ ହୋଇଥିବା ମୋବାଇଲ ନମ୍ବରକୁ ଏକ ଓଟିପି ଯିବ । ଏହାପରେ ଆପଣଙ୍କୁ ଆବଶ୍ୟକୀୟ ଦସ୍ତାବିଜ ଦେବାକୁ ପଡ଼ିବ । ତାପରେ ଦିଆଯାଇଥିବା ସମସ୍ତ ତଥ୍ୟକୁ ଥରେ ଚେକ କରିବାକୁ ପଡ଼ିବ । ତେବେ ସ୍କାନ କପିଟିକୁ ଆପଣ ସେଭ କରାଇ ନେଲେ ଆହୁରି ଭଲ । ତେବେ ଜଣାଇ ରଖିବୁ ଯେ ପିଭିସି କାର୍ଡ଼ ପ୍ରାପ୍ତ କରିବାକୁ ଆପଣଙ୍କୁ ଶୁଳ୍କ ପ୍ରଦାନ କରିବାକୁ ପଡ଼ିବ ।

Leave a Reply

Your email address will not be published. Required fields are marked *