ଥାଳିରେ ହାତ ଧୋଉଥିବା ଲୋକ ଏହି ସବୁ ନିୟମ ବିଷୟରେ ଜାଣିବା ଅତ୍ୟନ୍ତ ଜରୁରୀ।

ବନ୍ଧୁମାନେ ଆମେ ଆମ ଜୀବନରେ ସୁଖ ସମୃଦ୍ଧି ଆଣିବା ପାଇଁ ଶାସ୍ତ୍ର ଅନୁଯାୟୀ ବହୁ ଉପାୟ ମାନ ଅବଲମ୍ବନ କରୁ। ଏହା ସହିତ କିଛି ଏପରି ନିୟମ ମାନ ରହିଛି ଯାହାକୁ ବାରଣ କରାଯାଇଛି। ଆଧୁନିକ ଜୀବନରେ ନିଜ ଖୁସି ପାଇଁ ଲୋକେ ବହୁ ନିୟମ ଭଙ୍ଗ କରି ଖରାପ ଅଭ୍ୟାସ ଆଡ଼କୁ ଗତି କରନ୍ତି। ଯାହାର ଫଳ ତାଙ୍କୁ ବହୁ ଗୁଣରେ ସମସ୍ୟା ମାନ ଦେଖିବାକୁ ମିଳିଥାଏ। ପ୍ରାଚୀନ କାଳରେ ମୁନି ଋଷି ମାନେ ତଳେ ବସି ଭୋଜନ କରୁଥିଲେ ଜେଉଁଲଗି ସେମାନେ ସ୍ଵାସ୍ଥ୍ୟଗତ ଦୃଷ୍ଟିକୋଣରୁ ବଳଶାଳୀ ରହୁଥିଲା। ହେଲେ ଆଜି କାଲି ଦେଖିବାକୁ ଗଲେ କାର୍ଯ୍ୟ କରିବାର ଇଚ୍ଛା ଆଜି କାଲି କମି ଗଲାଣି।ପ୍ରାଚୀନ କାଳରୁ ଭୋଜନ କରିବା ସମୟରେ କିଛି ନିୟମ ମାନିବାକୁ କୁହାଯାଇଛି। ଏହି ନିୟମ ବୈଜ୍ଞାନିକ ଦୃଷ୍ଟି କୋଣରୁ ଠିକ୍ ବୋଲି ପ୍ରମାଣିତ ହୋଇଛି। ଆସନ୍ତୁ ଜାଣିବା ଏହି ସବୁ ନିୟମ ବିଷୟରେ ଯାହା ଆମକୁ ବାସ୍ତୁଗତ ଦୃଷ୍ଟି କୋଣରୁ ନଜର ରଖିବା ଉଚିତ୍।

୧. ଭୋଜନ କକ୍ଷକୁ ଧ୍ୟାନରେ ରଖିବା ଯାହା ବୃହସ୍ପତିଙ୍କ ଗୃହ ଅଟେ। ତେଣୁ ଏହା ସୌଚାଳୟ ଉପରେ ବା ପାଖରେ ରଖିବା ଅନୁଚିତ୍। ଏହା ସହିତ ଭୋଜନ କକ୍ଷର ଦ୍ଵାର କେବେବି ସୌଚାଳୟ ଦ୍ଵାରର ସାମ୍ନାରେ ରହିବା ଅନୁଚିତ୍। ଏହା ଦ୍ଵାରା ଭୋଜନ କକ୍ଷର ସମସ୍ତ ନକାରାତ୍ମକ ଉର୍ଜା ପ୍ରବେଶ କରିଥାଏ। ଏପରି ହେଲେ ଆପଣଙ୍କ ସ୍ବାସ୍ଥ୍ୟ ଉପରେ ଏହାର ପ୍ରଭାବ ପଡିଥାଏ। ପୂର୍ବ ତଥା ଉତ୍ତର ଦିଗକୁ ମୁଖ କରି ଭୋଜନ କରିବା ସର୍ବୋତ୍ତମ ବୋଲି ମାନା ଯାଇଥାଏ। ଏହା ଦ୍ଵାରା ମନୁଷ୍ୟର ସ୍ବାସ୍ଥ୍ୟଗତ ସମସ୍ୟା ଦୂର ହୋଇଥାଏ ଓ ସମସ୍ତ ଦେବୀ ଦେବତାଙ୍କ କୃପା ବନିଥାଏ। ଦକ୍ଷିଣ ଦିଗକୁ ମୁହଁ କରି ଭୋଜନ କଲେ ମାନ ସମ୍ମାନ ପ୍ରାପ୍ତି ହୋଇଥାଏ ଏବଂ ପିତୃଙ୍କ ଆଶୀର୍ବାଦ ମିଳିଥାଏ। ଯଦି ମାତାପିତା ଜୀବିତ ଅଛନ୍ତି ତେବେ ତାଙ୍କୁ ଭୋଜନ ପଶ୍ଚିମ ଦିଗକୁ ମୁହଁ କରି କରିବା ଅତ୍ୟନ୍ତ ଭଲ ହୋଇଥାଏ।

ଏହା ବାସ୍ତୁ ଅନୁଯାୟୀ ବହୁତ୍ ମହତ୍ତ୍ଵପୂର୍ଣ୍ଣ ହୋଇଥାଏ ଏପରି ନକଲେ ପାଚନ ଶକ୍ତି ଉପରେ ଏହାର ପ୍ରଭାବ ପଡିଥାଏ ଏବଂ ପେଟର ବୀମାରୀ ବଢ଼ିଥାଏ। ଭୋଜନ କରିବା ସମୟରେ କିଛି ନିୟମ ମାନ ଅବଲମ୍ବନ କରିବା ଉଚିତ୍। ଯେପରି ଭୋଜନ କରିବା ପୂର୍ବରୁ ହାତ ମୁହଁ ଧୋଇବା ଉଚିତ୍। ଏଥିରେ ନିଜର ଆୟୁ ବୃଦ୍ଧି ହୋଇଥାଏ। ଓଦା ପାଦରେ ଭୋଜନ କରିବା ଅତି ଉତ୍ତମ ମାନା ଯାଇଛି। ତଳେ ବସି ଭୋଜନ କଲେ ଜଳ ତତ୍ତ୍ଵ ଏବଂ ପୃଥିବୀର ମିଳନ ହେବା ସ୍ବାସ୍ଥ୍ୟ ପାଇଁ ଅତି ଉତ୍ତମ ଅଟେ। ଏଥିରେ ଶରୀରର ଉର୍ଜା ପ୍ରବାହ ଭଲ ଭାବରେ ହୋଇଥାଏ। ଏହା ସହିତ ଏହା ମନକୁ ଶାନ୍ତି ଏବଂ କ୍ରୋଧକୁ ନାସ କରିଥାଏ।

ଅଗ୍ନି କୋଣ ଅର୍ଥାତ୍ ଦକ୍ଷିଣ ପୂର୍ବ ଦିଗକୁ ମୁଖ କରି ଭୋଜନ କରିବା ଦ୍ଵାରା ଯୌନ ସମ୍ବନ୍ଧୀୟ ବିମାରୀ ହୋଇଥାଏ। ଏହାର କାରଣ ସ୍ବପ୍ନ ଦୋଷ ହୋଇଥାଏ। ତଳେ ଭୋଜନ କରିବା ସର୍ବୋତ୍ତମ ହୋଇଥାଏ ଓ ଚେୟାର ଉପରେ ବସି ଗୋଡ଼ ହଲେଇ ଭୋଜନ କରିବା ଅଶୁଭ ମାନା ଯାଇଛି। ଯେଉଁ ଲୋକଙ୍କୁ ଧନ କମେଇବାକୁ ଇଚ୍ଛା ଅଛି ସେମାନେ ପଶ୍ଚିମ ଦିଗକୁ ମୁଖ କରି ଭୋଜନ କରିବା ଉଚିତ୍। ଏହି ଦିଗରେ ବସି ଭୋଜନ କରିବା ଦ୍ଵାରା ବ୍ୟକ୍ତିର ଆର୍ଥିକ ସ୍ଥିତି ଠିକ୍ ରହିଥାଏ। ଧ୍ୟାନ ରଖନ୍ତୁ କି ଭଙ୍ଗା ଭଙ୍ଗି ବାସନରେ ଖାଇବା ଅନୁଚିତ୍ ଯାହା ଦୁର୍ଭାଗ୍ୟକୁ ଆମନ୍ତ୍ରଣ କରିଥାଏ। ଯଦି ଘରେ ଭଙ୍ଗା ବାସନ ଅଛି ତେବେ ତାକୁ ତୁରନ୍ତ ବଦଳେଇ ଦିଅନ୍ତୁ। ସର୍ବୋତ୍ତମ ପିତଳ ବାସନ ବୋଲି ମାନା ଯାଇଛି। ସେଥିପାଇଁ ଚାନ୍ଦୀ,ପିତଳ, କଂସା ବାସନରେ ଠାକୁରଙ୍କୁ ଭୋଜନ କରିବାକୁ ଦିଆଯାଏ।

ନିଜ ବିଛଣା ଉପରେ ବସି ଭୋଜନ କରିବା ଅନୁଚିତ୍। ଏହା ଦ୍ଵାରା ଅର୍ଣର ଅପମାନ ହୁଏ ଏବଂ ରାହୁ ଅପ୍ରସନ୍ନ ରୁହେ। ଆମର ବିଛଣା ତୁଳାରେ ନିର୍ମିତ ହୋଇଥିବାରୁ ଏହା ଆମ ଶରୀରର ଉର୍ଜାକୁ ବାହାର କରିବାକୁ ଦେଇନଥାଏ। ଭୋଜନ କରିବା ସମୟରେ ଆମ ଲିଭରରୁ ଗରମ ବାହାରିଥାଏ ଯାହା ବିଛଣା ଉପରେ ବସିବା ଦ୍ଵାରା ଏହି ଗରମ ବିଛଣା ଉପରେ ହିଁ ରହିଯାଏ ଓ ଭୂଇଁକୁ ସ୍ପର୍ଶ କରେ ନାହିଁ। ଯାହା ଦ୍ଵାରା ଆମ ପାଚନ ତନ୍ତ୍ର ବହୁତ୍ ଖରାପ ହୋଇ ଯାଇଥାଏ। ତଳେ ବସି ଖାଇଲେ ଆମ ଶରୀରର ତାପମାତ୍ରା ଠିକ୍ ରହିଥାଏ। ଭୋଜନ କରୁଥିବା ସମୟରେ ଟିଭି ଦେଖିବା, ପେପର ପଢ଼ିବା ଅନୁଚିତ୍। ଏହା ଦ୍ଵାରା ଆମର ସ୍ବାସ୍ଥ୍ୟ ନଳୀରେ ଭୋଜନ ଫସି ରହିବାର ଭୟ ରହିଥାଏ।

ଭୋଜନ କରିବା ପରେ ପାଣି ପିଇବା ଅନୁଚିତ୍ ଓ ଖାଇବାର ୪୦ ମିନିଟ୍ ପରେ ପାଣି ପିଇବା ଉଚିତ୍। ଭୋଜନ କରିବା ପରେ ଥାଳି ଉପରେ ହାତ କିଛି ଲୋକ ଧୋଇ ଦିଅନ୍ତି। ଯାହା ମାତା ଅନ୍ନପୂର୍ଣାଙ୍କ ଅପମାନ ବୋଲି କୁହାଯାଇଛି। ଏହା ଦ୍ଵାରା ଚନ୍ଦ୍ର ମଧ୍ୟ ଅପ୍ରସନ୍ନ ହୋଇ ଘରୁ ଛାଡି ପଳାନ୍ତି। ଏଥିପାଇଁ ଭୋଜନ କରିବା ପରେ ନିଜ ଥାଳିରେ କେବେବି ହାତ ଧୋଇବା ଅନୁଚିତ୍। ଥାଳିରେ ଖାଇବା ଛାଡ଼ିବା ଅନୁଚିତ୍ ଓ ଏହା ଦ୍ଵାରା ମାତା ଅନ୍ନପୂର୍ଣ୍ଣାଙ୍କର ଅଭିଶାପ ପଡ଼ିଥାଏ। ଏହି ସବୁ କଥା ଉପରେ ଧ୍ୟାନ ଦେଲେ ଆମର ସ୍ବାସ୍ଥ୍ୟ ଠିକ୍ ରୁହେ।

Leave a Reply

Your email address will not be published. Required fields are marked *