ନିଜ ଜୀବନକୁ ବାଜିରେ ଲଗେଇ ମହିଳାଙ୍କ ଜୀବନ ବଞ୍ଚାଇଲେ ପୋଲିସ ବାବୁ, ଦେଖନ୍ତୁ ଏହି ଭିଡ଼ିଓ।

ସୋସିଆଲ ମିଡ଼ିଆରେ ଅନେକ ଭିଡ଼ିଓ ଭାଇରାଲ ହେବାର ଦେଖିବାକୁ ମିଳିଥାଏ। ତେବେ ସେଥିମଧ୍ୟରୁ କିଛି ଭିଡ଼ିଓ ମଜାଦାର ହୋଇଥାଏ ଯାହାକୁ ଦେଖିବା ପରେ ହସକୁ ରୋକି ହୁଏ ନାହିଁ। ତେବେ ଆଉ କିଛି ଭିଡ଼ିଓ ଆଶ୍ଚର୍ଯ୍ୟ ଜନକ ହୋଇଥାଏ ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ତେବେ ଆଜି ଆମେ ଆପଣଙ୍କୁ ପୋଲିସ ସହ ଜଡିତ କିଛି ଭିଡ଼ିଓ ଆମେ ଆପଣଙ୍କୁ ଦେଖେଇବାକୁ ଯାଉଛୁ। ତେବେ ଆସନ୍ତୁ ଦେଖିବା କିଛି ଭିଡ଼ିଓ।

ତେବେ ପୋଲିସ କଥା ଯେତେବେଳେ ଆସେ ତେବେ ସମସ୍ତଙ୍କ ମନରେ ପୋଲିସକୁ ନେଇ ଏକ ଖରାପ ଚିନ୍ତାଧାରା ଆସିଥାଏ। ପୋଲିସକୁ କେହି କେହି ଲାଞ୍ଚୁଆ କହୁଥିବା ବେଳେ ଆଉ କେହି ପୋଲିସ ମାନେ ମନ ଇଚ୍ଛା କରୁଥିବା ବେଆଇନ କାରବାର କୁ ନିନ୍ଦା କରିଥାନ୍ତି। ତେବେ କିଛି ପୋଲିସ ପାଇଁ ସମ୍ପୂର୍ଣ୍ଣ ପୋଲିସ ବିଭାଗକୁ ନିନ୍ଦା କରାଯାଇଥାଏ। କିନ୍ତୁ ଆଜି ଆମେ ଆପଣଙ୍କ ମନରେ ଥିବା ପୋଲିସ ମାନଙ୍କ ପାଇଁ ଖରାପ ଚିନ୍ତାଧାରା ଦୂର କରିବା ପାଇଁ ଏକ ଭିଡ଼ିଓ ନେଇ ଆସିଛୁ। ତେବେ ଭିଡ଼ିଓ ଦେଖିବା ପରେ ଆପଣ ମଧ୍ୟ କହିବାକୁ ଲାଗିବେ ଯେ ସତରେ ଆଜି ମଧ୍ୟ କିଛି ସଚ୍ଚୋଟ ପୋଲିସ ରହିଛନ୍ତି।

ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ବୃଦ୍ଧ ବ୍ୟକ୍ତି ଓ ପୋଲିସ ବାବୁଙ୍କ ଭିଡ଼ିଓ ଭାଇରାଲ ହେଉଛି। ଜଣେ ଅସହାୟ ବୃଦ୍ଧ ବ୍ୟକ୍ତିଙ୍କୁ ଅନୁରାଗ କୁମାର ନାମକ ଜଣେ ପୋଲିସ କର୍ମଚାରୀ ଗାଧେଇ ଦେଉଛନ୍ତି। ତେବେ ପୋଲିସ ବାବୁ ଜଣକ ଏପରି ସେବା କରୁଛନ୍ତି ଯେମିତି ଲାଗୁଛି ଯେ ବୃଦ୍ଧ ବ୍ୟକ୍ତି ଜଣକ ତାଙ୍କର ପିତା। ଅନୁରାଗଙ୍କର ଏହି କାମକୁ ଦେଖି ସମସ୍ତ ଲୋକ ତାଙ୍କର ପ୍ରଶଂସା କରିଛନ୍ତି।

ଦ୍ୱିତୀୟରେ ତେବେ ଆପଣମାନେ ଜାଣିଛନ୍ତି ଦିନକୁ ଦିନ ଚୋର ମାନଙ୍କ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି। ଚୋରକୁ ଧରିବା ପାଇଁ ପୋଲିସ ମାନେ ଅନେକ କଷ୍ଟ କରିଥାନ୍ତି। ତେବେ ଆଜି ଆମେ ଆପଣଙ୍କୁ କିଛି ଏହିଭଳି ଦୃଶ୍ୟ ଦେଖେଇବାକୁ ଯାଉଛୁ।ମହିଳାଙ୍କ ବେକରୁ ସୁନା ଚୋରୀ କରି ଫେରାର ହେବାକୁ ଚେଷ୍ଟା କରୁଛନ୍ତି। ତେବେ ସେହି ସମୟରେ ପୋଲିସ ଆସି ପହଁଞ୍ଚି ଚୋର ଦୁଇ ଜଣଙ୍କୁ ଧରି ପକେଇଲେ।

ତୃତୀୟ ଦୃଶ୍ୟ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ପୋଲିସ ଖତରନାକ୍ ଅପରାଧୀ ମାନଙ୍କୁ ଧରିବା ପାଇଁ ବହୁତ କସରତ କରନ୍ତି। ଏହି ଭିଡ଼ିଓରେ ଫିଲ୍ମ ଷ୍ଟାଇଲରେ ପୋଲିସ କିଛି ଅପରାଧୀଙ୍କୁ ଧରିଛନ୍ତି। ସାଧାରଣ ଲୋକଙ୍କ ରୂପ ନେଇ କିଛି ପୋଲିସ ଗୁଜୁରାଟ ଏକ ଢାବାରେ ୪ ଜଣ ଅପରାଧୀଙ୍କୁ ଧରିଲେ।

ହରିଦ୍ଵାର ଏକ ପବିତ୍ର ସ୍ଥାନ ଅଟେ। ଲୋକମାନେ ସେଠାକୁ ପୁଣ୍ୟ ଅର୍ଜନ କରିବା ଓ ତୀର୍ଥରେ ବୁଲିବା ପାଇଁ ଯାଇଥାନ୍ତି। ତେବେ ହରିଦ୍ଵାର ଗଲେ ସେଠାରେ ଯଦି ଆପଣ ମୁଣ୍ଡ ଧୋଇକି ଗାଧେଇବେ ତେବେ ସମସ୍ତ ପାପ ଧୋଇ ହୋଇଯିବ। ଜଣେ ଯୁବକ ପାଣିରେ ଗଧାଉ ଥିବା ବେଳେ ପାଣିର ସ୍ରୋତରେ ଭାସି ଗଲେ। ତେବେ ସେଠାରେ ଉପସ୍ଥିତ ପୋଲିସ କର୍ମଚାରୀ ଜଣକ ନିଜ ଜୀବନକୁ ବାଜିରେ ଲଗେଇ ଯୁବକଙ୍କୁ ବଞ୍ଚେଇବା ପାଇଁ ପାଣି ଭିତରକୁ ଡେଇଁ ପଡିଲେ ଓ ଯୁବକଙ୍କ ଜୀବନ ବଞ୍ଚେଇବାରେ ସଫଳ ହେଲେ

ହରିୟଣାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଥିଲା। ଏକ କୂପରେ ଜଣେ ମହିଳା ଭୁଲ ବଶତଃ ପଡିଯାଇଥିଲା ଓ ଚିତ୍କାର କରିବାକୁ ଲାଗିଲା। ଏହା ପରେ ସ୍ଥାନୀୟ ଲୋକ ମାନେ ଦେଖି ପୋଲିସକୁ ସୂଚନା ଦେଇଥିଲେ। ଏସଆଇ ଦେବେନ୍ଦ୍ର କୁମାର ନାମକ ଜଣେ ପୋଲିସ ବାବୁ ମହିଳାଙ୍କୁ ବଞ୍ଚାଇବା ପାଇଁ ନିଜେ କୂପକୁ ଯାଇଥିଲେ ଓ ସଫଳତା ପୂର୍ବକୁ ମହିଳାଙ୍କୁ ବଞ୍ଚାଇଲେ।

Leave a Reply

Your email address will not be published. Required fields are marked *