IPL ଖେଳ ଦେଖୁ ଦେଖୁ କିସ କରିବାରେ ବ୍ୟସ୍ତ ପ୍ରେମୀ ଯୁଗଳ , କ୍ୟାମେରାରେ ରେକର୍ଡ଼ ହେଲା ଏହି ଦୃଶ୍ୟ :-

ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୨ ଏମିତିରେ ଲୋକଙ୍କର ବେଶ ପସନ୍ଦ ଆସୁଛି । କ୍ରିକେଟ ପ୍ରେମୀଙ୍କ ପାଇଁ ଏହି ଆଇପିଏଲ ଋତୁ ଖୁବ ସ୍ୱତନ୍ତ୍ର । କିନ୍ତୁ ବର୍ତ୍ତମାନ ପ୍ରେମୀ ଯୁଗଳଙ୍କ ପାଇଁ ବି ଏହା ଖାସ ହୋଇ ଯାଇଛି । ଟୁର୍ଣ୍ଣାମେଣ୍ଟ ବର୍ତ୍ତମାନ ସମୟରେ ଲୋକଙ୍କ ଉତ୍କଣ୍ଠା ବଢ଼ାଇବାରେ ଲାଗିଛି । କିନ୍ତୁ ଏହାରି ମଧ୍ୟରେ ରେକର୍ଡ଼ ହୋଇଛି ଏକ ଏପରି ଦୃଶ୍ୟ ଯାହା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ଗତକାଲି ଗୁଜୁରାଟ ଟାଇଟନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲସ ମଧ୍ୟରେ ଥିବା ମ୍ୟାଚ ଚାଲିଥିବା ସମୟରେ ଷ୍ଟାଡିୟମରେ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହାକି ଭାରତୀୟ କ୍ରିକେଟ ଇତିହାସ ପାଇଁ ପ୍ରଥମଥର ଅଟେ । ସମସ୍ତ ଦର୍ଶକ ଯେତେବେଳେ ଟୁର୍ଣ୍ଣାମେଣ୍ଟର ମଜା ନେଉଥିଲେ ସେତେବେଳେ ଦୁଇ ପ୍ରେମୀ ଯୁଗଳ ପରସ୍ପରକୁ କିସ କରୁଥିବାର ଦେଖାଯାଇଛି ।

ତେବେ ଗତକାଲିର ଟୁର୍ଣ୍ଣାମେଣ୍ଟ ସମୟରେ ଦର୍ଶକ ମାନେ ଖେଳ ଦେଖିବାରେ ବ୍ୟସ୍ତ ଥିଲେ ମାତ୍ର ଏହି ପ୍ରେମୀ ଯୁଗଳ କିସ କରିବାରେ ବ୍ୟସ୍ତ ଥିଲେ । ଏହି ଦୃଶ୍ୟ ଲୋକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ତେବେ ବର୍ତ୍ତମାନ ସମୟରେ ଏହି ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି । ଦର୍ଶକ ମାନେ କ୍ରିକେଟ ଖେଳକୁ ଦେଖି ଉପଭୋଗ କରୁଥିବା ସହିତ ଏହି ପ୍ରେମୀ ଯୁଗଳଙ୍କ କାରନାମାକୁ ନେଇ ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି ଏବଂ କମେଣ୍ଟ ମଧ୍ୟ କରିଛନ୍ତି । କ୍ୟାମେରାରେ ସେସବୁ ପୁରାପୁରି ସ୍ପଷ୍ଟ ଦେଖାଯାଇଛି ।

ସୋସିଆଲ ମିଡିଆରେ ଏହି ଭିଡ଼ିଓ ଏବଂ ଫୋଟ ଭାଇରଲ ହେବା ପରେ ଅନେକ ୟୁଜର ଏଥିରେ କମେଣ୍ଟ କରିଛନ୍ତି । ଜଣେ ୟୁଜର ଲେଖିଛନ୍ତି ଯେ ‘ ଏହି ଘଟଣା ଆଇପିଏଲକୁ ଏକ ଅଲଗା ସ୍ତରକୁ ନେଇଛି ‘ । ପୁଣି ଅନ୍ୟ ଜଣେ ୟୁଜର IPL କ୍ୟାମେରା ମ୍ୟାନ ପାଇଁ କିପରି ଆବେଦନ କରାଯାଇ ପାରିବ ବୋଲି ପ୍ରଶ୍ନ କରିଛନ୍ତି ଏବଂପିଣ୍ଟୁ ନାମକ ଜଣେ ୟୁଜର କହିଛନ୍ତି ଯେ ତାଙ୍କ ପରିବାର ସହିତ ମ୍ୟାଚ ଦେଖୁଥିବା ସମୟରେ ଏପରି ଏକ ଦୃଶ୍ୟ ଦେଖିଥିବା ସେ କହିଛନ୍ତି । ତେବେ ଯାହାବି ହେଉ ବର୍ତ୍ତମାନ ସମୟରେ ଅନେକ ୟୁଜର ଏହାକୁ ନେଇ ଭିନ୍ନ ଭିନ୍ନ କମେଣ୍ଟ କରିଛନ୍ତି ଏବଂ ମଜାଳିଆ ଢ଼ଙ୍ଗରେ କାର୍ଟୁନ ପୋଷ୍ଟ କରି ମଜା ଲୁଟୁଛନ୍ତି ।

Leave a Reply

Your email address will not be published. Required fields are marked *