ସ୍ତ୍ରୀ ଲୋକ ଯଦି ଖରାପ ଭିଡ଼ିଓ କରିବେ ତେବେ ମୁଁ ଟ୍ରଲ କରିବି ‘ । ଏମିତି କିଛି ଗଣମାଧ୍ୟମରେ କହିଲେ ମିଷ୍ଟର ଗଜପତି

ତେବେ ବର୍ତ୍ତମାନ ସମୟରେ ରୋଷ୍ଟ ଭିଡ଼ିଓ ଲୋକଙ୍କୁ ବେଶି ପସନ୍ଦ ଆସୁଛି । ଯେହେତୁ ପୂର୍ବରୁ ଟିକଟକ ଥିବା ଏବଂ ସେଥିରେ ଅନେକ ଲୋକ ଭିଡ଼ିଓ ଉତ୍ତୋଳନ କରୁଥିଲେ ଏବଂ ପୋଷ୍ଟ କରୁଥିଲେ । ଆଉ ଟିକଟକ ବନ୍ଦ ହେବା ପରଠାରୁ ଇନଷ୍ଟାଗ୍ରାମ ମଧ୍ୟ ବେଶ ଚାଲିଛି । ତେବେ ଏଥିରେ ବନାଉଥିବା ଭିଡ଼ିଓକୁ ହିଁ କିଛି ଲୋକ ରୋଷ୍ଟ କରିଥାନ୍ତି । ଆମ ଓଡ଼ିଶାରେ ମଧ୍ୟ ଅନେକ ୟୁଟୁବର ଅଛନ୍ତି ଯେଉଁମାନେ ରୋଷ୍ଟ ଭିଡ଼ିଓ ବନାଇ ଥାନ୍ତି । ତେବେ ଆଜି ମଧ୍ୟ ଆମେ ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବୁ । ଯିଏକି ନିଜ ରୋଷ୍ଟ ଭିଡ଼ିଓ ଦ୍ୱାରା ସମସ୍ତଙ୍କ ପ୍ରିୟ ଏବଂ ପରିଚିତ ଅଟନ୍ତି ।

ତେବେ ସେ ଆଉ କେହି ନୁହଁନ୍ତି ମିଷ୍ଟର ଗଜପତି । ଯାହାଙ୍କୁ ସମସ୍ତେ ରୋଷ୍ଟ ଭିଡ଼ିଓରେ ହିଁ ଦେଖି ପାରିବେ । ତେବେ ସବୁ ସଫଳ ବ୍ୟକ୍ତିଙ୍କ ଅତୀତ ବେଶ କ-ଷ୍ଟକର ହୋଇଥାଏ । ଆଉ ଏହି ବ୍ୟକ୍ତିଙ୍କ ଜୀବନରେ ମଧ୍ୟ ଅନେକ ସମସ୍ୟା ଆସିଛି । ତେବେ ମିଷ୍ଟର ଗଜପତିଙ୍କ ଘର ଗଜପତି ଜିଲ୍ଲାରେ । ପରିବାର କହିଲେ ବାପା ମା ଆଉ ସେ ନିଜେ । ପିଲା ଦିନରୁ ହିଁ ତାଙ୍କର କୌଣସି କାମ ପ୍ରତିବି ତାଙ୍କ ବାପାଙ୍କର ସପୋର୍ଟ ରହି ଆସିଥିଲା । ଜୀବନରେ ସେ ଯାହା କରିବାକୁ ଚାହିଁଥିଲେ ତାହା କରିଥିଲେ ।

ଗାଁ ରେ ଭଲ ସ୍କୋପ ନଥିବାରୁ ରାଜଧାନୀ ଆସିଲେ । ଆଉ ତାପରେ ଓଟିଭି କିମ୍ବା ଈ ନ୍ୟୁଜ୍ ରେ କାମ କରିବା ପରେ ଯେତେବେଳେ କିଛି ଫଳପ୍ରଦ ହୋଇ ନଥିଲା ସେତେବେଳେ ଅନ୍ୟ କିଛି କରିବେ ଭାବିଥିଲେ । ପୁଣି ଯାତ୍ରା କରିବା ତାଙ୍କର ସଉକ ମଧ୍ୟ ରହିଥିଲା । କିନ୍ତୁ ଜଣେ ସାଙ୍ଗରେ ପରାମର୍ଶରେ ସେ ଲୋକଙ୍କୁ ହସାଇବାକୁ ନିଷ୍ପତ୍ତି ନେଲେ ଏବଂ କାମ ଆରମ୍ଭ କରିଦେଲେ । ଦିନସାରା କଷ୍ଟ ପରିଶ୍ରମ ପରେ ଲୋକଙ୍କ ମୁହଁରେ ହସ ଦେବେ ଭାବି ସେହି କାମରେ ନିଜକୁ ନିୟୋଜିତ କଲେ । ସେ ଯାହାକି ରୋଷ୍ଟ କରନ୍ତି ପୁରାପୁରି ରୋକଠୋକ କହନ୍ତି । ଆଉ ତାଙ୍କୁ ଲୋକେ ମଧ୍ୟ ବେଶ ପସନ୍ଦ କରନ୍ତି ।

ତେବେ ତାଙ୍କ କହିବା କଥା ଯେ ଆଜିକାକି ଅନେକ ବିବାହିତ ସ୍ତ୍ରୀ ଲୋକ ଅଛନ୍ତି ଯେଉଁମାନେ ନିଜର ମ-ର୍ଯ୍ୟାଦା ଅତିକ୍ରମ କରୁଛନ୍ତି ଏବଂ ଅ-ଶ୍ଳୀଳ ଭିଡ଼ିଓ ବନାଉଛନ୍ତି । ଯାହାକି ପ୍ରଥମତଃ ହିନ୍ଦୁ ଧର୍ମ ଅନୁଯାୟୀ ଗ୍ରହଣୀୟ ନୁହେଁ ଏବଂ ଦ୍ୱିତୀୟତଃ ଓଡ଼ିଶାରେ ଏସବୁ ପରମ୍ପରା ବାହାରେ । ତେଣୁ ସେମିତି ଯଦି କେହି ଭିଡ଼ିଓ ବନାନ୍ତି ତେବେ ସେ ତାଙ୍କ ଟ୍ରଲ କରିବାକୁ କେବେ ପଛାଇବେ ନାହିଁ । ଏମିତିକି ଯେତେବେଳେ ତାଙ୍କ ଫ୍ୟାନ ମାନେ ପଚାରିଛନ୍ତି ଯେ ସେ ଯେମିତି ରୋଷ୍ଟ କରୁଛନ୍ତି ତାହାକୁ ଦେଖି କଣ ତାଙ୍କ ପରିବାରରେ କିଛି କହୁ ନାହାଁନ୍ତି । ସେଥିରେ ସେ ନିଜ ମତ ରଖିଛନ୍ତି ଯେ ଯେଉଁ କଥା ଠିକ ତାହା ସମସ୍ତଙ୍କ ପାଇଁ ହିଁ ଠିକ ହୋଇଥାଏ ।

Leave a Reply

Your email address will not be published. Required fields are marked *