ହ୍ୟୁମାନ ସାଗର ହ୍ୟୁମାନ ମିଶ୍ର ହୁଅନ୍ତୁ , ଶ୍ରେୟା ଯଦି ସିନ୍ଦୁର ପିନ୍ଧିବେ ତେବେ…

ଘର କଳି ଦାଣ୍ଡରେ ପଡିଲା ପରେ ହ୍ୟୁମାନ ସାଗର ଓ ଶ୍ରେୟା ମିଶ୍ରଙ୍କ ପାରିବାରିକ ବିବାଦକୁ ନେଇ ମୁହଁ ଖୋଲିଛନ୍ତି ସମାଜସେବୀ ଓ ବୁଦ୍ଧି ମାନେ । ଜଣେ ମହିଳା ହ୍ୟୁମାନ ସାଗର ଓ ଶ୍ରେୟା ମିଶ୍ରଙ୍କ ବିବାଦକୁ ନେଇ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି କି ଶ୍ରେୟା ମିଶ୍ର ଯେତେବେଳେ ହ୍ୟୁମାନ ସାଗରଙ୍କୁ ବିବାହ କରି ଥିଲେ ସେହି ସମୟରେ ହିଁ ଶ୍ରେୟା ମିଶ୍ର ଖ୍ରୀଷ୍ଟଆନ ହୋଇଯାଇଥିଲେ ।

ତେଣୁ ଶ୍ରେୟା ମିଶ୍ରଙ୍କର ସିନ୍ଦୁର ଲଗାଇବାର ଆବଶ୍ୟକତା ନାହିଁ ଯଦି ହ୍ୟୁମାନ ସାଗର ହ୍ୟୁମାନ ମିଶ୍ର ହେବେ ତାହେଲେ ଶ୍ରେୟା ଫରୁଆଏ ଲେଖା ସିନ୍ଦୁର ପିନ୍ଧିଲେ ବି କୌଣସି ଅସୁବିଧା ନାହିଁ । ଯଦି ଚୁଡ଼ି ପିନ୍ଧିବା ଆଉ ସିନ୍ଦୁର ନାଇବାକୁ ଏତେ ଇଚ୍ଛା ଥିଲା ତାହାଲେ ହ୍ୟୁମାନ ସାଗରଙ୍କୁ ବିବାହ କରିବା ପୂର୍ବରୁ ଶ୍ରେୟା ମିଶ୍ରଙ୍କ ପରିବାର ଲୋକେ ପଚାରି ବୁଝିବାର ଥିଲା ଓ କହିବାର ଥିଲା କି ଆମର ସିନ୍ଦୁର ପିନ୍ଧିବାକୁ ଇଚ୍ଛା ଅଛି ତେଣୁ ସିନ୍ଦୁର ପିନ୍ଧିବା ଓ ଚୁଡ଼ି ନାଇବାର ବ୍ୟବସ୍ଥା କର ବୋଲି । ଏହା ଜଣେ ମହିଳା କହିବା ସହିତ ସେ ଆହୁରି ମଧ୍ୟ କହିଛନ୍ତି କି ଜଗନ୍ନାଥ ମନ୍ଦିରକୁ ଯିବାକୁ ତାଙ୍କୁ କେହି ମନା କରିନଥିବେ ତାଙ୍କର ବେଶ ଭୁଷା ପାଇଁ ନନା ମାନେ ଡାଉଟ କରିଥିବେ ତାଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରାଇ ଦେଇନଥିବେ ।

ଶ୍ରେୟାଙ୍କର ଯଦି ଭକ୍ତି ଅଛି ତେବେ ଶ୍ରେୟା ଘରେ ଡାକିଲେ ମଧ୍ୟ ଜଗନ୍ନାଥ ଆସିବେ କାରଣ ଦାସିଆ ବାଉରୀ ଜଗନ୍ନାଥ ମନ୍ଦିର ବାହାରୁ ଜଗାଙ୍କୁ ଦର୍ଶନ କରିଥିଲେ ଓ ଖୁସି ମଧ୍ୟ ହୋଇଥିଲେ । ତେଣୁ ଯେହେତୁ ଶ୍ରେୟା ହ୍ୟୁମାନଙ୍କୁ ବିବାହ କରିଛନ୍ତି ତାଙ୍କୁ କେହି ମନା କରିବା ଦୂରର କଥା କିନ୍ତୁ ସେ ଜଗନ୍ନାଥ ମନ୍ଦିର ଯାଇ ପାରିବେ ନାହିଁ କାରଣ ସେ ହ୍ୟୁମାନଙ୍କ ସ୍ତ୍ରୀ। ତେବେ ପାରିବାରିକ ବିବାଦ ସାମ୍ନାକୁ ଆସିବା ପରେ ।

ଘର କଳି ଦାଣ୍ଡରେ ପଡିବା ପରେ ଏବେ ଏଇ ଦମ୍ପତ୍ତିଙ୍କୁ ନେଇ ନା ନା ଲୋକେ ନା ନା କଥା କହୁଥିବା ଶୁଣିବାକୁ ମିଳିଛି । ଆଉ ଏହାରି ଭିତରେ କେହି କେହି ହ୍ୟୁମାନଙ୍କୁ ସପୋଟ କରୁଥିବା ବେଳେ କେହି କେହି ହ୍ୟୁମାନଙ୍କ ପତ୍ନୀ ଶ୍ରେୟା ମିଶ୍ରଙ୍କୁ ମଧ୍ୟ ସପୋଟ କରୁଥିବା ଦେଖିବାକୁ ମିଳିଛି ।

ସେପଟେ ମହିଳାଙ୍କ କହିବା କଥା ହ୍ୟୁମାନ ଙ୍କ ମା ଜଣେ କାର୍ଯ୍ୟରତ ମହିଳା ସେ ବଲାଙ୍ଗୀର ରେ ରହୁଥିବା ବେଳେ ହ୍ୟୁମାନ ଓ ତାଙ୍କ ପତ୍ନୀ ଓ ପିଲାମାନେ କଟକରେ ରହୁଥିଲେ ହ୍ୟୁମାନଙ୍କ ମାଙ୍କ ଅନୁପସ୍ଥିତ ରେ ଶଶୁର ଘର ଲୋକେ ହ୍ୟୁମାନଙ୍କ ଘରକୁ ଅନେକ ସମୟରେ ଆସୁଥିଲେ । ଆଉ ସେହି ମାନେ ହିଁ ଘରେ ଅଶାନ୍ତି ସୃଷ୍ଟି କରିଛନ୍ତି । ଯଦି ହ୍ୟୁମାନ ଓ ତାଙ୍କ ପତ୍ନୀ ଓ ତାଙ୍କ ମା ଚାହିଁବେ ତେବେ ତାଙ୍କ ଘର ପୁଣି ଆଗ ପରି ହସି ଉଠିବ ।

ହ୍ୟୁମାନ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଥାର୍ଡ ପର୍ସନ କେହି ନାହାଁନ୍ତି । ସବୁ ଭୁଲ ବୁଝାମଣା ପାଇଁ ବିବାଦ ଦେଖା ଦେଇଛି । ହ୍ୟୁମାନ ଜଣେ ନାମୀ ଦାମି ସଙ୍ଗୀତକାର ତାଙ୍କୁ ସମସ୍ତେ ବେଶ ଭଲ ପାଇଥାନ୍ତି । ତେଣୁ ତାଙ୍କ ସମ୍ମାନ ପାଇଁ ଦୁହେଁ ମିଶିଯିବା ଠିକ ହେବ ବୋଲି ସେ କହିଛନ୍ତି ।

ସେପଟେ ସାରା ଓଡିଶା ବାସୀ ଅପେକ୍ଷା କରିଛନ୍ତି 30 ତାରିଖକୁ । କାରଣ 30 ତାରିଖରେ ମିଳନ ହେବ ଶ୍ରେୟା ମିଶ୍ର ଓ ହ୍ୟୁମାନ ସାଗରଙ୍କର ତେଣୁ ଶ୍ରେୟା ମିଶ୍ର ଓ ହ୍ୟୁମାନ ସାଗର 30 ତାରିଖରେ ମିଶିବେ ନା ବିବାଦ ଆହୁରି ଉଗ୍ର ରୂପ ନେବ ତାହା ଉପରେ ରହିଛି ସମସ୍ତଙ୍କ ନଜର । ତେବେ ସମୟ କହିବ ଘଟଣା କେଉଁ ମୋଡ଼ ନେବ । 30 ତାରିଖ ଦିନ କଣ ହେବ ତାହା ଉପରେ ରହିଛି ସମସ୍ତଙ୍କ ନଜର ।

Leave a Reply

Your email address will not be published. Required fields are marked *