ଗୋଟିଏ ଝିଅ ପାଇଁ ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ ତାହାର ଇଜ୍ଜତ : ରାଣୀ ପ୍ରିୟଦର୍ଶିନୀ :-

ଦିଲ୍ଲୀରେ ଘଟିଥିବା ହ-ତ୍ୟାକାଣ୍ଡ ପରେ ପୁରା ଦେଶରେ ବର୍ତ୍ତମାନ ସେଇ ଚର୍ଚ୍ଚା ଜାରି ରହିଛି । ଲୋକେ ଅତ୍ୟନ୍ତ ଉତକ୍ଷିପ୍ତ ହୋଇଛନ୍ତି ଯେ ଆଜିକାଲି ଦୁନିଆରେ ପ୍ରେମ ତ ଦୂରର କଥା ମାନବିକତା ବୋଲି କିଛି ନାହିଁ । ଲିଭ ଇନରେ ରହିଥିବା ବେଳେ ବୟଫ୍ରେଣ୍ଡ ଯଦି ନିଜ ପ୍ରେମିକାକୁ ଏପରି ନିର୍ମମ ଭାବରେ ହତ୍ୟା କରେ ତେବେ ଏହାଠାରୁ ଦୁଃଖଦ ଘଟଣା ଆଉ କଣ ହୋଇପାରେ । ତେବେ ଏହାକୁ ନେଇ ରାଣୀ ପ୍ରିୟଦର୍ଶିନୀ ନିଜ ମତ ରଖିଛନ୍ତି । ପ୍ରେମକୁ ନେଇ ସେ ନିଜର ମନ୍ତବ୍ୟ ଦେଇଛନ୍ତି ।

ସେ କହିଛନ୍ତି ଯେ ଜଣେ ଝିଅ ଜୀବନରେ ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ ଇଜ୍ଜତ । ଯାହାକୁ ସେ ନିଜର ସବୁକିଛି ଭାବିଥାଏ । ଆଜିକାଲି ଅଧିକାଂଶ ଯୁବକ ପ୍ରେମ କେବଳ ଶାରୀରିକ ସମ୍ପର୍କ ରଖିବା ପାଇଁ ହିଁ କରିଥାନ୍ତି । ଆଜିକା ସମୟରେ ଭଲ ପାଇବା ନାମରେ ଭଲ ପାଇବାର ଯେଉଁ ପବିତ୍ର ସମ୍ପର୍କ ଥାଏ ତାହାକୁ ଲୋକେ ଅପବିତ୍ର କରି ସାରିଲେଣି । ଏବଂ ତାହା କେବଳ ଏହି କିଛି କାରଣ ପାଇଁ । ଲୋକେ କେବଳ ଶାରୀରିକ ଆବଶ୍ୟକତା ମେଣ୍ଟାଇବା ପାଇଁ ହିଁ ପ୍ରେମ କରୁଛନ୍ତି । ଆଉ ଯେତେବେଳେ ବିବାହ କଥା ଆସୁଛି ସେତେବେଳେ ନିଜର ଅସଲ ରୂପ ଦେଖାଇ ଦେଉଛନ୍ତି ।

ଦିଲ୍ଲୀର ସେହି ଘଟଣାରେ ମଧ୍ୟ ଠିକ ଏହିଭଳି କିଛି ଘଟିଥିଲା । ଉଭୟେ ୬ ବର୍ଷର ପ୍ରେମ ପରେ ବି ଯଦି ମନୁଷ୍ୟ ଏପରି କରି ପାରୁଛି ତେବେ ନିଶ୍ଚିତ ଭାବରେ ତାହା ବାସ୍ତବ ଭଲ ପାଇବା ନଥିଲା । ଯେତେବେଳେ ଜଣେ ଝିଅ ନିଜ ବୟଫ୍ରେଣ୍ଡକୁ ନିଜର ଭାବି ତା ସହିତ ଶାରୀରିକ ସମ୍ପର୍କ ରଖିବାକୁ ବି ପଛାଉ ନାହିଁ , ତେବେ ସେ ବିବାହ ପାଇଁ ଦାବି କରିବାର ଅଧିକାର ଅଛି । ତେଣୁ ବିବାହକୁ ନେଇ ଯେତେବେଳେ ଯୁବତୀ ତାଙ୍କ ଉପରେ ଚାପ ଦେଇଥିଲେ ସେତେବେଳେ ପ୍ରେମିକ ନିର୍ମମ ଭାବରେ ତାଙ୍କ ହତ୍ୟା କରିଥିଲେ । ଆଜିକା ଦୁନିଆରେ ମଧ୍ୟ ଅଧିକାଂଶ ରିଲେଶନଶିପ ମିଛରେ ଚାଲିଛି । ମିଛ କହି ଶାରୀରିକ ସମ୍ପର୍କ ରଖି ଅନେକ ଧୋକା ଦେଉଛନ୍ତି ।

ଏହାବ୍ୟତୀତ ବର୍ତ୍ତମାନ ସମୟରେ ଲୋଭ ସେକ୍ସ ଧୋକା ସମ୍ବନ୍ଧୀୟ ଅନେକ ମାମଲାରେ ଅନେକ ମହିଳା ଧାରଣା ମଧ୍ୟ ଦେଉଛନ୍ତି । ତେବେ ରାଣୀ କହିଛନ୍ତି ଯେ ପ୍ରେମ କରିବା ଭୁଲ ନୁହେଁ । ମାତ୍ର ଶାରୀରିକ ସମ୍ପର୍କ ରଖିବା ଆଗରୁ ନିଜର ମାନସିକତା ଅନୁଯାୟୀ , ନିଜ ବାତାବରଣ ଅନୁଯାୟୀ ଏବଂ ଆଗାମୀ ପରିସ୍ଥିତିକୁ ଭାବି ହିଁ ନିଷ୍ପତ୍ତି ନେବା ଉଚିତ । ଏହାବ୍ୟତୀତ ନିଜ ପାର୍ଟନର ବିଷୟରେ ସବୁକିଛି ଜାଣିବା ମଧ୍ୟ ନିତାନ୍ତ ଜରୁରୀ ଅଟେ । କାରଣ ଝିଅଙ୍କ ପାଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ନିଜ ଇଜ୍ଜତ ।

Leave a Reply

Your email address will not be published. Required fields are marked *