ଏକା ସହ ଚାରିଜଣ ପୁଅଙ୍କ ସହ ଘର ଛାଡ଼ି ପଳାଇଲା ଝିଅ, ସ୍ଥିର କରିପାରିଲା ନାହିଁ କାହାକୁ ବିବାହ କରିବ, ଧର୍ମ ଗୁଳା ପକେଇ ସ୍ତିରକଲା ବର

ଉତ୍ତରପ୍ରଦେଶର ଆମ୍ବେଦକର ନଗରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ଅତ୍ୟନ୍ତ ଆଶ୍ଚର୍ୟ୍ଯଜନକ ହେବା ସହ ଅତ୍ୟନ୍ତ ମଜାଦାର ମଧ୍ୟ ଅଟେ । ଏକ ଝିଅ ବିବାହ କରିବାକୁ ଚାରି ଜଣ ବ୍ୟକ୍ତିଙ୍କ ସହ ଘରଛାଡି ପଳାଇଲା । କିନ୍ତୁ ପରେ ସେ ଦ୍ୱନ୍ଦ୍ୱରେ ପଡ଼ିଲେ ଯେ ସେହି ପୁଅମାନଙ୍କ ମଧ୍ୟରୁ କାହାକୁ ସେ ତାଙ୍କ ସ୍ୱାମୀ ଭାବରେ ଚୟନ କରିବେ । ଏହା ପରେ କନ୍ୟା ପାଇଁ ଏକ ଭିନ୍ନ ଢ଼ଙ୍ଗରେ ବର ଚୟନ ହେଲା । ଯାହାଫଳରେ ଏହା ଏକ ଚର୍ଚ୍ଚାର ବିଷୟ ପାଲଟିଗଲା । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ।

ପାଞ୍ଚ ଦିନ ପୂର୍ବରୁ ଝିଅଟି ଚାରିଜଣ ପୁଅଙ୍କ ସହ ଘରୁ ପଳାଇ ଯାଇଥିଲା । ପୁଅମାନେ ଦୁଇ ଦିନ ଧରି ଝିଅଟିକୁ ନିଜ ସମ୍ପର୍କୀୟ ମାନଙ୍କ ଘରେ ଲୁଚାଇ ରଖିଲେ କିନ୍ତୁ ପରେ ଧରାପଡିଗଲେ । ଝିଅର ପରିବାର ସଦସ୍ୟ ପୁଅମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ । ପରେ ମାମଲା ପଞ୍ଚାୟତରେ ପହଞ୍ଚିଲା । ପଞ୍ଚାୟତ ଘରୁ ପଳାଇ ଆସିଥିବା ଝିଅକୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲା ।

ଯେତେବେଳେ ଝିଅଟିକୁ ପଚରାଗଲା ଯେ ସେ ଏହି ଚାରିଜଣ ପୁଅଙ୍କ ମଧ୍ୟରୁ କାହାକୁ ବିବାହ କରିବାକୁ ଚାହୁଁଛନ୍ତି, ସେତେବେଳେ ସେ କୌଣସି ନିଷ୍ପତି ନେଇପାରି ନଥିଲେ । ସେ କେତେବେଳେ ପ୍ରଥମ ପୁଅଙ୍କ ବିଷୟରେ ଭାବୁଥିଲେ ତ କେତେବେଳେ ଦ୍ଵିତୀୟ, କେତେବେଳେ ତୃତୀୟତ କେତେବେଳେ ଚତୁର୍ଥ, କିନ୍ତୁ କାହାକୁ ବିବାହ କରିବେ ସେ ସ୍ଥିର କରିପାରୁନଥିଲେ ।

ଏହା ପରେ ପଞ୍ଚମାନେ ଚାରି ପୁଅଙ୍କୁ ପଚାରିଲେ ଯେ ସେମାନଙ୍କ ମଧ୍ୟରୁ କିଏ ଝିଅକୁ ବିବାହ କରିବାକୁ ଚାହୁଁଛନ୍ତି । ତେବେ ଏହି ଚାରିଜଣ ଯୁବକଙ୍କ ମଧ୍ୟରୁ କେହି ତାଙ୍କୁ ବିବାହ କରିବାକୁ ପ୍ରସ୍ତୁତ ନଥିଲେ । ଏହା ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ।

ଏହି ସମସ୍ୟାର କୌଣସି ସମାଧାନ ନହୋଇପାରିବାରୁ, ପଞ୍ଚମାନେ ତିନି ଦିନ ଧରି ଏକ ବନ୍ଦ କୋଠରୀରେ ଆଲୋଚନା କଲେ ଯେ କ’ଣ କରାଯିବା ଉଚିତ୍ । ବହୁ ବିଚାର ପରେ ପଞ୍ଚାୟତ ନିଷ୍ପତ୍ତି ନେଲା ଯେ ବର୍ତ୍ତମାନ ଝିଅକୁ କିଏ ବିବାହ କରିବ ତାହା କେବଳ କାଗଜ ଗୁଳା ସ୍ଥିର କରିବ ।

ଏହା ପରେ, ଚାରିଜଣ ଯୁବକଙ୍କ ନାମର କାଗଜ ଗୁଳାରେ ଲେଖାଗଲା ଏବଂ ଯାହାର ନାମ ବାହାରିଲା ସେହି ଯୁବକ ବିବାହ ପାଇଁ ସ୍ଥିର ହେଲା । ପଞ୍ଚାୟତ ସମ୍ମୁଖରେ କାଗଜ ଗୁଳାରେ ଚାରିଜଣ ଯୁବକଙ୍କ ନାମ ଲେଖି ଏକ ପାତ୍ରରେ ରଖାଗଲା । ପଞ୍ଚ ଏକ ଛୋଟ ପିଲାକୁ ଏଥିମଧ୍ୟରୁ ଗୋଟିଏ ଉଠାଇବାକୁ କହିଲେ । ପିଲାଟି କାଗଜ ଗୁଳା ଉଠାଇବା ମାତ୍ରେ ତିନି ଦିନ ଧରି ଚାଲିଥିବା ମାମଲାର ସମାଧାନ ହେଲା ଏବଂ ଏଥିରେ ଲେଖାଯାଇଥିବା ଯୁବକଙ୍କ ସହି ଝିଅର ବିବାହ ସ୍ଥିର କରାଗଲା ।

Leave a Reply

Your email address will not be published. Required fields are marked *