ଆସିଲା କରୋନାର ଆଉ ଏକ ଭାରିଆଣ୍ଟ XE , କରୋନା ଏବଂ ଅମିକ୍ରନ ଠାରୁ ବି ଅଧିକ ସଂକ୍ରାମକ :-

ବର୍ତ୍ତମାନ ସମୟରେ ଦେଶରେ କରୋନା ଭୂତାଣୁ କାରଣରୁ ଏତେ ବି-ପ-ଦ ନଥିବାରୁ ସବୁ ପ୍ରତିବନ୍ଧକ କ-ହ-ଳ କରାଯାଇଛି । କିନ୍ତୁ ବର୍ତ୍ତମାନ ଏହି ଖବର ଶୁଣିବାକୁ ମିଳିଛି ଯେ ଭାରତରେ ପ୍ରଥମ XE ଭାରିଆଣ୍ଟ ଚିହ୍ନଟ ହୋଇଛି ଯାହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ଅନୁଯାୟୀ ଅନେକ ଖବର ପ୍ରକାଶ ପାଇଛି । ତେବେ ଏହି XE ଭାରିଆଣ୍ଟ ପ୍ରଥମଥର ପାଇଁ ମୁମ୍ବାଇରେ ଚିହ୍ନଟ ହୋଇଥିବା କୁହାଯାଉଛି । ଏବେ ଚାଲନ୍ତୁ ଜାଣିନେବା ଯେ ଏହାର ପ୍ରଭାବକୁ ନେଇ କଣ ରହିଛି ସୂଚନା ।

ବିଏମସି ଅର୍ଥାତ ବୃହମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନର ଏକ ପ୍ରେସ ବିଜ୍ଞପ୍ତିରେ ଏହା ପ୍ରକାଶ ପାଇଛି ଯେ ପ୍ରଥମ XE ଭାରିଆଣ୍ଟ ମୁମ୍ବାଇରେ ଚିହ୍ନଟ ହୋଇଛି ଏବଂ ଏହା ପୂର୍ବ ଭାରିଆଣ୍ଟ ଅର୍ଥାତ ଅମିକ୍ରନ ଏବଂ କରୋନା ଠାରୁ ଅଧିକ ସଂକ୍ରାମକ ଅଟେ । ତେବେ ସୂଚନା ଅନୁଯାୟୀ XE ଦ୍ୱାରା ସଂକ୍ରମିତ ବ୍ୟକ୍ତିଙ୍କ ଠାରେ କୌଣସି ସାଙ୍ଘା-ତିକ ଲକ୍ଷଣ ଦେଖାଯାଇ ନାହିଁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କିନ୍ତୁ ଏହାକୁ ନେଇ ଏକ ସୂଚନା ଜାରି କରିଛି ଏବଂ କହିଛି ଯେ ଅମିକ୍ରନ ଯେଉଁଭଳି ସଂକ୍ରାମକ ଥିଲା XE ତାଠାରୁ ଅଧିକ ପ୍ରଭାବୀ ପ୍ରମାଣିତ ହେବ ।

ସମଗ୍ର ବିଶ୍ୱ କଥା କହିବାକୁ ଗଲେ ଗତ ଜାନୁଆରୀ ୧୯ ରେ ୟୁନାଇଟେଡ ଷ୍ଟେଟରେ ଚିହ୍ନଟ ହୋଇଥିଲା ଏବଂ ତାହା ନୂଆ ମ୍ୟୁଟାଣ୍ଟ XE ଏବଂ ଅମିକ୍ରନର ସବୁ ଭାରିଆଣ୍ଟ BA.2 ଠାରୁ ୧୦ ଗୁଣା ଅଧିକ ସଂକ୍ରାମକ ବୋଲି ପ୍ରକାଶ ପାଇଥିଲା । ତେଣୁ ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସତ-ର୍କ ସୂଚନା ଦେଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ରି-ପୋ-ର୍ଟ ଅନୁଯାୟୀ ବର୍ତ୍ତମାନ ଅନ୍ୟାନ୍ୟ ଦେଶରେ XE , XD ଏବଂ XF ଭଳି ଭାରିଆଣ୍ଟ ବ୍ୟାପୁଛି । ତେବେ ଏହି XD ଏବଂ XF କୁ ଡେ଼ଲ୍ଟା ଏବଂ BA.2 ର ହାଇବ୍ରିଡ଼ ବୋଲି କୁହାଯାଉଛି ଯାହାକି ଅଧିକ ସଂକ୍ରାମକ ଅଟେ । ଫ୍ରାନ୍ସ , ବେଲ୍ଜିୟମ ଓ ଡେନମାର୍କରେ ଏହି ଭାରିଆଣ୍ଟ ବେଶ ବଢ଼ିବାରେ ଲାଗିଛି ଯାହାକି ଅମିକ୍ରନର ଦୁଇଟି ନୂଆ ଭାରିଆଣ୍ଟ ଅଟେ । ଏହି XE BA.1 ଏବଂ BA.2 ର ସବଭାରିଆଣ୍ଟ କୁହାଯାଉଛି।

ତେବେ ପ୍ରକାଶ ପାଇଥିବା ସମ୍ବାଦର ଏକ ରି-ପୋ-ର୍ଟ ଅନୁଯାୟୀ ଚିହ୍ନଟ ହୋଇଥିବା ନୂଆ ଭାରିଆଣ୍ଟ ପୂର୍ବରୁ ଭାରିଆଣ୍ଟ ଠାରୁ ଅଧିକ ମାରା-ତ୍ମକ ଅଟେ । ଯାହାକି ଥାଇଲ୍ୟାଣ୍ଡ ଏବଂ ନିଉଜିଲ୍ୟାଣ୍ଡ ଭଳି ଦେଶରେ ମଧ୍ୟ ଚିହ୍ନଟ ହୋଇଥିବା କୁହାଯାଉଛି । ୧୦ ପ୍ରତିଶତ ହିସାବରେ ଏହା ୧.୧ ଗୁଣା ଅଧିକ ସଂକ୍ରାମକ ଅଟେ ।

Leave a Reply

Your email address will not be published. Required fields are marked *