ଘରେ ସ୍ତ୍ରୀ ଥାଉ ଥାଉ ମତେ ସିନ୍ଦୁର ଦେଇ ଏସିଡ ଫିଙ୍ଗି ଦେଲା…

ଭଗବାନ କେବେ ହେଲେ କେଉଁ ସ୍ତ୍ରୀଙ୍କୁ ଏମିତି ରାକ୍ଷସ ସ୍ୱାମୀ ନ ଦିଅନ୍ତୁ । ମଣିଷ ଭିତରେ ତ ବିବେକ ଥାଏ ହେଲେ ମୋ ସ୍ୱାମୀ ଗୋଟିଏ ମଣିଷ ନୁହନ୍ତି ସେ ଗୋଟେ ରାକ୍ଷସ । ମୋ ସ୍ୱାମୀ ଗୋଟେ ମଣିଷ ନୁହଁନ୍ତି ସେ ଗୋଟିଏ ଅମଣିଷ । ଯେଉଁ ହାତରେ ମୋ ସ୍ୱାମୀ ମୋ ମଥାରେ ସିନ୍ଦୁର ପିନ୍ଧାଇ ମତେ ବିବାହ କରି ସାତ ଜନ୍ମର ସାଥି କରାଇ ଥିଲେ ସେହି ହାତରେ ମୋ ସ୍ୱାମୀ ମୋ ଉପରେ ଏସିଡ୍ ଫିଙ୍ଗି ମୋ ଜୀବନ ନେଇ ଚାଲିଗଲେ ।

ସେ ସ୍ୱାମୀ ନୁହଁନ୍ତି ସେ ଗୋଟେ ସୈତାନ । ଆଉ ଏପରି ସ୍ୱାମୀ ଭଗବାନ ଆଉ ଅନ୍ୟ କାହାକୁ ନ ଦିଅନ୍ତୁ । ହଁ ଜାଣିଛନ୍ତି ଆପଣ ମାନେ ମୁଁ ଏସିଡ୍ ମାଡରେ ଆକ୍ରାନ୍ତ ହୋଇ ଜୀବନ ମରଣ ସହ ସଂଘର୍ଷ କରୁଥିଲି ହେଲେ ମୁଁ ପାରିଲି ନାହିଁ ଆଉ ଶେଷରେ ମୁଁ ହାରିଗଲି । ମୁଁ ସମସ୍ତଙ୍କ ପାଖରେ ହାରି ଗଲି ।

ମୁଁ ଯଦି ଜାଣିଥାନ୍ତି ମୋ ସ୍ୱାମୀ ଗୋଟେ ଏଭଳି ଅମଣିଷ ତେବେ ମୁଁ ସାରା ଜୀବନ ଅବିବାହିତ ରହିବାକୁ ଚେଷ୍ଟା କରିଥାନ୍ତି ହେଲେ କିନ୍ତୁ କେବେ ହେଲେ ଏଭଳି ଏକ ଅମଣିଷକୁ ବିବାହ କରିନଥାନ୍ତି । ହେଲେ ମୁଁ ଜାଣି ପାରିଲି ନାହିଁ ମୁଁ ଯାହାକୁ ବିବାହ କରୁଛି ସେ ଗୋଟେ ବଡ଼ ଅମଣିଷ ବୋଲି । ମୁ ଜାଣି ନଥିଲି ମୁଁ ଯାହାକୁ ବିବାହ କରିବାକୁ ଯାଉଛି ସେ ଗୋଟେ ରାକ୍ଷାସ ବୋଲି ।

ସେ ମତେ ଭଲ ପାଇଲା ଆଉ ମିଠା ମିଠା କଥା କହିଲା । ଆଉ ବେଦୀରେ ବସି ବାହା ବି ହେଲା । ଆଉ ଢେଡ଼ ମାସ ପରେ ମୁଁ ଜାଣିଲି ମୋ ସ୍ୱାମୀର ପ୍ରଥମ ସ୍ତ୍ରୀ ଅଛି ବୋଲି । ଆକାଶଟା ଛିଡି ପଡିଲା ଆଉ ପାଦ ତଳୁ ମାଟି ଖସି ପଡ଼ିଲା ଆଉ ନିଷ୍ପତ୍ତି ନେଲି ମୋ ସ୍ୱାମୀକୁ ଛାଡି ମୁଁ ପଳାଇ ଯିବି । ଯିଏ ମତେ ମିଛ କହି ବିବାହ କଲା । ଯିଏ ମତେ ମିଛ କହି ମୋ ସହ ସମ୍ପର୍କ ରଖିଲା । ଯିଏ କେବଳ ଆଉ କେବଳ ମିଛରେ ବଞ୍ଚୁଛି ସେ କେବେ ହେଲେ ମୋ ସ୍ୱାମୀ ହୋଇ ପାରିବ ନାହିଁ । ମୁଁ ତା ପାଖରେ କେମିତି ରହିବାକୁ ଚିନ୍ତା କରିଥାନ୍ତି ସେ ବିଶ୍ୱାସକୁ ମାଟିରେ ମିଶାଇ ଦେଲା । ସେ ମୋ ଭାବନା ସହ ଖେଳ ଖେଳିଲା ।

ସେ ମୋ ବିଶ୍ୱାସ ଭରସା ସବୁ କିଛି ଧୂଳିସାତ କରିଦେଲା ତା ସହିତ ମୁଁ କେମିତି ଜୀବନ ଜିଇଁବି ଭାବି ଚିନ୍ତାରେ ପଡ଼ିଗଲି । ଯାହା ପ୍ରତି ଦିନେ ଭଲ ପାଇବା ଥିଲା ଆଜି ତାହା ପ୍ରତି ଘୃଣା ଚାଲି ଆସିଛି । ସେଥିପାଇଁ ସ୍ୱାମୀ ପାଖରେ ନ ରହି ମୁଁ ଘରକୁ ଚାଲି ଆସିଲି ହେଲେ ତା ପରେ ମୋ ସ୍ୱାମୀ ମତେ ମାରିଦେଲା । ଏକ ଦମ ଭାବେ ମତେ ଜାଳି ପୋଡି ମାରିଲା ।

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏସିଡ୍ ପିଡିତା ବନିତାକୁ । ଯାହାଙ୍କୁ ତାଙ୍କ ସ୍ୱାମୀ ଏସିଡ୍ ମାରି ମାରିଦେଇଛି । ମତେ ମୋ ସ୍ୱାମୀ ଏସିଡ୍ ମାଡ଼ କରି ମାରିଦେଇଛି । ଆଉ ଯେ ପର୍ଯ୍ୟନ୍ତ ମତେ ମୋ ସ୍ୱାମୀ ଦଣ୍ଡିତ ନ କରିଛି ସେ ପର୍ଯ୍ୟନ୍ତ ମୋ ଆତ୍ମା ଶାନ୍ତି ପାଇବ ନାହିଁ । ହଁ ବନ୍ଧୁଗଣ ବାଲେଶ୍ଵର ଜିଲ୍ଲାର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥିବା ଏହି ଘଟଣା ସ୍ୱାମୀଙ୍କ ଏସିଡ୍ ମାଡରେ ଆହତ ହୋଇ ଡାକ୍ତର ଖାନାରେ ଚିକିତ୍ସିତ ହେଉଥିବା ବନିତା ସିଂଙ୍କର ମୃତ୍ୟୁ ଘଟିଛି । ଗୁରୁତର ଅବସ୍ଥାରେ ବାଲେଶ୍ଵର ମେଡ଼ିକାଲ ରୁ କଟକ ଏସିବିରୁ ସ୍ଥାନାନ୍ତର ହୋଇଥିଲେ ।

ଆଉ ତା ପରେ ଜୀବନ ସହ ସାତ ଦିନ ସଂଘର୍ଷ କରିବା ପରେ ଶେଷରେ ଆଖି ବୁଝିଛି । ଆଉ ପୋଲିସ ଦୁଇ ଜଣଙ୍କୁ ଗିରଫ କରିବା ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିନାହିଁ । ଏଠାରେ କହି ରଖିବାକୁ ଚାହିଁବୁ ଗତ କୋଡିଏ ତାରିଖରେ ସହଦେଵ ଖୁଣ୍ଟା ଥାନା ଭୀମପୁରା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି ।

ଗତ ଏକ ମାସ ପୂର୍ବରୁ ବନିତା ଚନ୍ଦନଙ୍କୁ ପ୍ରେମ ବିବାହ କରିଥିଲେ ।ଆଉ ବିବାହ ପରେ ଯେତେବେଳେ ବନିତା ଜାଣିବାକୁ ପାଇଥିଲେ କି ଚନ୍ଦନଙ୍କର ପ୍ରଥମ ସ୍ତ୍ରୀ ଅଛି ସେତେବେଳେ ବନିତା ସ୍ୱାମୀଙ୍କ ଠୁ ଦୂରେଇ ଯାଇଥିଲେ । ଆଉ ଏହି ରାଗରେ ସ୍ୱାମୀ ଚନ୍ଦନ ବନିତାଙ୍କ ଉପରକୁ ଏସିଡ୍ ଫିଙ୍ଗି ବନିତାଙ୍କ ଜୀବନ ନେଇଯାଇଥିଲେ ।

Leave a Reply

Your email address will not be published. Required fields are marked *