୧୧ବର୍ଷର ଛୁଆ ବିଦେଶରେ କିଣିଲେ ଜମି, କାରଣ କରିଦେବ ଆଶ୍ଚର୍ଯ୍ୟ!

ଏହି ପିଲାଟିର ଇଚ୍ଛା ହେଉଛି କି ତାଙ୍କ ନାମ ଆଗରେ ଲର୍ଡର ଉପାଧି ଲାଗୁ, କିନ୍ତୁ ତାଙ୍କ ମାଆଙ୍କର କହିବା କଥା ହେଉଛି କି ତାଙ୍କୁ ଲାଗୁନାହିଁ କି କେହି ତାଙ୍କ ପୁଅଙ୍କୁ ଲର୍ଡ କହିବେ।ଏହି ପିଲାଟିକୁ ଗୋଟିଏ ଭିଡିଓ ଦେଖି ଭୂମି କିଣିବାର ଆଇଡ଼ିଆ ଆସିଥିଲା

Arnaldur Kjárr Arnþórssonଙ୍କ ବୟସ ୧୧ବର୍ଷ ଅଟେ।ସେ ଆଇସଲ୍ୟାଣ୍ଡର Reykjavíkରେ ରହୁଛନ୍ତି। ତାଙ୍କର ଇଛା ଥିଲା କି ତାଙ୍କ ନାମ ଆଗରେ ‘ଲର୍ଡ’ର ଉପାଧି ଲାଗୁ। ଏଥିପାଇଁ ସେ ସ୍କଟଲାଣ୍ଡରେ ଗୋଟିଏ ଜମି କିଣିଛନ୍ତି।

Arnaldur Kjárr Arnþórsson କହିଛନ୍ତି, ବର୍ତ୍ତମାନ ମୋ ପାଖରେ ଏହି ଅଧିକାର ରହିଛି କି ମୁଁ ଲୋକମାନଙ୍କୁ କହିପାରିବି କି ସେ ମୋତେ ‘ଲର୍ଡ’, ଲର୍ଡ ଅର୍ନାଲ୍ଡୁର କହି ଡାକିବେ। ‘ଆଇସଲ୍ୟାଣ୍ଡ ମନିଟର’ଙ୍କ ଅନୁସାରେ, ଏହି ୧୧ବର୍ଷିୟ ଛୁଆ ସ୍କଟଲାଣ୍ଡରେ Ardallie ପାଖରେ ଏହି ଜମିର ଟୁକୁଡା କିଣିଛନ୍ତି।ଯାହା ୫ ସ୍କୋୟାର ଫୁଟର ଅଟେ।ଏହାର ମୂଲ୍ୟ ୩ହଜାର ଟଙ୍କା ପାଖାପାଖି ଅଟେ।

 

View this post on Instagram

 

A post shared by Elísabet Ólafsdóttir (@beddarinn)

ଏହି ପିଲାଟି ମିଡ଼ିଆ ସହିତ କଥାବାର୍ତ୍ତା ସମୟରେ କହିଛନ୍ତି କି ସେ ଏସବୁ ‘ଲର୍ଡ’ର ଉପାଧି ପାଇଁ କରିଛନ୍ତି। ହେଲେ, ତାଙ୍କ ଦେଶରେ ଏହାର କୈାଣସି ଖାସ ମହତ୍ବ ନାହିଁ।ଏହି ପିଲା ଜଣଙ୍କ କହିଛନ୍ତି ହେଲେ ଏହା ମଜାଦାର ନିଶ୍ଚିତ ଭାବରେ ହେବ।। ସେଠାରେ ଏହି ପୁଅ ଜଣଙ୍କୁ ତାଙ୍କ ବନ୍ଧୁ ବର୍ତ୍ତମାନ ମଧ୍ୟ ତାଙ୍କ ନାମରେ ହିଁ ଡାକୁଛନ୍ତି। କେହିବି ବନ୍ଧୁ ଲର୍ଡ ନାମ ଆଗରେ ଲଗାଉ ନାହାଁନ୍ତି। କିନ୍ତୁ ସେ ଚାହୁଁଛନ୍ତି କି ସେ ସ୍କଟଲାଣ୍ଡରେ ରହିବେ ଯାହାଦ୍ଵାରା ଲୋକମାନେ ତାଙ୍କୁ ‘ଲର୍ଡ’ କହିବେ।

କେମିତି ଆସିଲା ଏହି ଆଇଡ଼ିଆ

Arnaldur Kjárr Arnþórssonଙ୍କୁ ଜମି କିଣିବାର ଆଇଡ଼ିଆ Rag dollsଙ୍କ ଭିଡିଓ ଦେଖି ଆସିଛି।ଯିଏ ନିଜକୁ ଲର୍ଡ କହିଥାନ୍ତି, କାରଣ ସେ ସ୍କଟଲାଣ୍ଡରେ ଜମି କିଣିଥିଲେ। ଏହାପରେ ସେ ଗୁଗଲରେ ସର୍ଚ୍ଚ କରିଥିଲେ, ଯେଉଁଠାରେ ପୁଅ ଜଣଙ୍କୁ ଭେଲେଣ୍ଟାଇନ୍ସ ଡେ ଅନୁସାରେ ୮୦ ପ୍ରତିଶତ ଜମି କିଣିବା ଉପରେ ରିହାତି ମିଳିଛି। ତାଙ୍କୁ ଏହି ଡିଲ ସୁନ୍ଦର ଲାଗିଥିଲା ଏବଂ ସେ ନିଜକୁ ଲର୍ଡ କହିବାର ସୁଯୋଗକୁ ହାତଛଡ଼ା କରିବା ପାଇଁ ଚାହୁଁ ନଥିଲେ।

ଏହାପରେ ପିଲାଟି ନିଜ ବାପା Arnþór Snær Sævarssonଙ୍କୁ ଏହି ବିଷୟରେ ମେସେଜ ପଠେଇ ଥିଲେ।ଯାହାପରେ ବାପା ମଧ୍ୟ ସ୍କଟଲାଣ୍ଡରେ ଭୂମି କିଣିବାକୁ ନେଇ ହଁ କରି ଦେଇଥିଲେ ଏବଂ ନିଜ ପୁଅଙ୍କୁ ଆର୍ଥିକ ସାହାଯ୍ୟ କରିଥିଲେ। ହେଲେ, ଏହି ପିଲାଟିର ମାଆ Elísabet Ólafsdóttir କହିଛନ୍ତି କି ସେ ଏହି କଥାକୁ ନେଇ ବହୁତ ଅଧିକ ନିଶ୍ଚିତ ନୁହଁନ୍ତି କି ତାଙ୍କ ପୁଅକୁ କେହି ଲର୍ଡ କହିବେ।

Leave a Reply

Your email address will not be published. Required fields are marked *