ଆଉ ଏବେ ସଚିନ କହୁଛି ସୀମା ସହିତ ସେ ନିଜେ ପାକିସ୍ତାନକୁ ଯିବ !

ସୀମାର ପ୍ରଥମ ସ୍ୱାମୀ ଗୁଲାମ ହାଇଦରର କାନ୍ଦକୁ ଦେଖି ସଚିନ୍ କାନ୍ଦି ପକାଇଲା । ଏବେ ସଚିନ୍ ର ହୃଦୟ ତରଳି ଯାଇଛି । ଏବେ ସଚିନ୍ କହୁଛି ସୀମା ହାଇଦରଙ୍କୁ ଆଉ ରଖିବ ନାହିଁ । ଏବେ ପୁଣି ପାକିସ୍ତାନ ଫେରି ଯିବ ସୀମା । ଗୁଲାମ୍ ହାଇଦର ଗଣମାଧ୍ୟମ ସାମ୍ନାରେ କା-ନ୍ଦିବା ପରେ ସଚିନ୍ ଏମିତି କିଛି ନିଷ୍ପତି ନେଇଛି ଯାହା ଶୁଣିକି ସୀମା ପାଦ ତଳୁ ମାଟି ଖସିଯାଇଛି । କିନ୍ତୁ ସଚିନ୍ କୁଆଡ଼େ ସଫା ସଫା ସୀମାକୁ କହି ଦେଇଛି ସେ ତାଙ୍କୁ ଆଉ ରଖିବେ ନାହିଁ । ଏହି କଥା ଶୁଣି ଆଜି ସକାଳୁ ଖାଲି କା-ନ୍ଦୁଛନ୍ତି ସୀମା ।

ଏପଟେ ସୀମାର କାନ୍ଧ ଆଉ ସେପଟେ ଗୁଲାମ୍ ହାଇଦରର କାନ୍ଦ । ମଝିରେ ଫସି ଯାଇଛି ସଚିନ୍ । ସୀମାର ୪ ଛୁଆ ତୋ ନିଜେ ସୀମା କୁଆଡ଼େ ନେହୁରା ହେଉଛନ୍ତି ସଚିନ୍ ପାଖରେ ସବୁଦିନ ରହିବା ପାଇଁ । ଗୁଲାମ ଓ ସୀମାଙ୍କ କାନ୍ଦ ଦେଖିବା ପରେ ଏବେ ସଚିନ୍ କୁଆଡ଼େ କହିଛି ମୁଁ ପାକିସ୍ତାନ ଯିବି । ହେଲେ ଏଥିରେ କେତେ ସତ୍ୟତା ଅଛି ତାହା ସ୍ପଷ୍ଟ ହୋଇନାହିଁ କିନ୍ତୁ ଚର୍ଚ୍ଚା ଏବେ ଜୋର୍ ଧରିଛି ସଚିନ୍ କୁଆଡ଼େ ପାକିସ୍ତାନ ଯିବ ।

ତେବେ ବନ୍ଧୁଗଣ ଗତ କିଛି ଦିନ ହେବ ପାକିସ୍ତାନୀ ମହିଳା ସୀମା ହାଇଦର ଓ ଭାରତୀୟ ଯୁବକ ସଚିନ ମୀଣାଙ୍କ ପ୍ରେମ କାହାଣୀକୁ ନେଇ ଏବେ ସବୁଠି ଚର୍ଚ୍ଚା କରାଯାଉଛି । ୪ ଛୁଆଙ୍କୁ ନେଇ ସୀମା କିଭଳି ସାତ ଦରିଆ ପାର କଲେ ଓ ସଚିନଙ୍କ ପାଇଁ ଭାରତରେ ପହଁଚିଥିଲେ, ଘ-ଟଣା ଯେତିକି ରୋଚକ ଥିଲା ଏବେ ତାକୁ ନେଇ ସେତିକି ସ-ନ୍ଦେହ ସୃଷ୍ଟି ହେଉଛି ।

ଏହି ପ୍ରେମ କାହାଣୀ ବିଷୟରେ ଜାଣିବା ପାଇଁ ସମସ୍ତେ ଅଧିକ ଉତ୍ସୁକ ହେଉଛନ୍ତି । ବାସ୍ତବରେ ଏହି ଏହା ଏକ ପ୍ରେମ କାହାଣୀ ନା ଜାସୁସୀ? ଏହାକୁ ନେଇ ପୋ-ଲିସ ଟିମ୍ ଓ ସୁର-କ୍ଷା ଏଜେନ୍ସିମାନେ ବେଶ ସଜାଗ ରହିଛନ୍ତି । ତେଣୁ ସଚିନ ଓ ସୀମାଙ୍କ ପ୍ରେମ କାହାଣୀରେ ବର୍ତ୍ତମାନ୍ ୟୁପି ଏଟିଏସର ଏଣ୍ଟ୍ରି ହୋଇଛି । ସୀମାଙ୍କ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହ ଲିଙ୍କ ଥିବା ସହେନ୍ଦ କରି ତନା-ଘନା ଜୋରଦାର କରିଛି ଏଟିଏସ ।

ଦୁହିଁଙ୍କର ପ୍ରେମ କାହାଣୀର ସତ୍ୟତାକୁ ସାମ୍ନାକୁ ଆଣିବାକୁ ପ୍ରୟାସ କରୁଛି ୟୁପି ଏଟିଏସ୍ । ଇତିମଧ୍ୟରେ ସୀମା ହାଇଦର ବାରମ୍ବାର ତାଙ୍କ ଦାବି ଦୋହରାଇ କହିଛନ୍ତି ଯେ ସେ ଗୁପ୍ତଚର ନୁହନ୍ତି । ସେ ଭାରତ ଆସୁଥିବା କଥା ଯଦି ପାକିସ୍ତାନରେ ଜାଣିଥାନ୍ତେ ତେବେ ତାଙ୍କୁ ମା-ରିଦେଇଥାନ୍ତେ । ସେଥିପାଇଁ ସେ କାହାକୁ କିଛି ନଜଣାଇ ବେଆଇନ ଭାବେ ଭାରତ ଆସିଛନ୍ତି ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *