ବାସ୍ତୁ ଶାସ୍ତ୍ର – ଶୋଇବା ସମୟରେ ନିଜ ପାଖରେ ରଖନ୍ତୁ ନାହିଁ ଏହି ଜିନିଷ ଆସିଥାଏ ଦରିଦ୍ରତା।

ବନ୍ଧୁମାନେ ଆମେ ଆମ ଜୀବନରେ ବାସ୍ତୁ ଶାସ୍ତ୍ରକୁ ବହୁ ମହତ୍ତ୍ଵ ଦେଇଥାଉ। ଏଥିରେ ନିହିତ ଥିବା ସମସ୍ତ ଉପାୟ ମାନ ଆମ ଦୈନଦିନ ଜୀବନରେ ଥିବା କାର୍ଯ୍ୟକୁ ନେଇ ହୋଇଥାଏ। ଆମ ଜୀବନରେ କିଏ କଣ କେମିତି ସଫଳତା ପାଉଛି ସେଇଟା ଆମକୁ ଜଣା ନଥାଏ। ହେଲେ ହେଇପାରେ ଆମେ ଏପରି କିଛି ଭୁଲ ଆମ ଜୀବନରେ କରିଥାଉ ଯାହା ଆମକୁ ସଫଳତା ପାଇବାରୁ ରୋକି ଥାଏ। ଆଜି ଆମେ ଜାଣିବା ଶୋଇବା ସମୟରେ ଆମେ ଏପରି କିଛି ଜିନିଷ ଆମ ମୁଣ୍ଡ ପାଖରେ ରଖିବା ନାହିଁ। ଯାହା ଆମକୁ ନକାରାତ୍ମକ ଶକ୍ତି ଦେବ।

ଆମେ ଶୋଇବା ସମୟରେ ଆମର ଶରୀର କାର୍ଯ୍ୟରତ ଥାଏ। ତେଣୁ ଆମେ ଯଦି କିଛି ଏପରି ଜିନିଷ ନିଜ ପାଖରେ ରଖି ଶୋଇବା। ତେବେ ଆମ ଦେହରେ ବା ଘରେ ଏହା ନକାରାତ୍ମକ ପ୍ରଭାବ ପକାଇବ। ଏହାର ପ୍ରଭାବ ଉଭୟ ଉପରେ ପଡ଼ିଥାଏ। ଆସନ୍ତୁ ଜାଣିବା ଏପରି କେଉଁ ଜିନିଷ ଯାହା ଆମ ଜୀବନରେ ସକାରାତ୍ମକ ଭାବନା ସୃଷ୍ଟି କରିଥାଏ।

ଯଦି ଆପଣଙ୍କୁ ନିଦ ଆସୁନି ତେବେ ଆପଣ କିଛି ଏପରି ଜିନିଷ ଆପଣଙ୍କ ମୁଣ୍ଡ ପାଖରେ ରଖି ଶୁଅନ୍ତୁ। କର୍ପୁରର କିଛି ଟୁକୁଡ଼ା ରୁମାଲରେ ବାନ୍ଧି ରଖି ଦିଅନ୍ତୁ। ହବ ଯଦି ଆପଣ ଏହାର ବାସ୍ନାକୁ ଶୁଙ୍ଘି ନିଅନ୍ତୁ। ଏହା ସକାରାତ୍ମକ ଊର୍ଜାର ବହୁତ୍ ବଡ଼ ଉତ୍ସ ହୋଇଥାଏ ଯାହା ମସ୍ତିସ୍କକୁ ଶାନ୍ତ ରଖିଥାଏ। ଯଦି ଶୋଇବା ସମୟରେ ଆପଣଙ୍କ ମୁଣ୍ଡ ବୁଲାଇ ଥାଏ ତେବେ ହେଇପାରେ କିଛି ନକରାତ୍ମକ ଊର୍ଜାର ପ୍ରଭାବରେ ଏପରି ହୋଇ ଥାଇ ପାରେ।

ଏଥିରୁ ବଞ୍ଚିବା ପାଇଁ ସଫା ଚାଉଳକୁ ଏକ ଲାଲ କପଡ଼ାରେ ବାନ୍ଧି ସୋଉଥିବା ତକିଆ ତଳେ ରଖି ନିଅନ୍ତୁ। ଏହି ଚାଉଳ ସକାରାତ୍ମକ ଊର୍ଜା ହୋଇଥାଏ ଯାହା ଦ୍ଵାରା ନକାରାତ୍ମକତା ଆପଣଙ୍କ ପାଖକୁ ଆସି ନଥାଏ। ଘରେ ସୁଦ୍ଧତା ରହିବା ବହୁତ୍ ଆବଶ୍ୟକ ଅଟେ। ସେଥିପାଇଁ ଶୋଇବା ଜାଗାରେ ମୟୂର ପୁଛ ଅବଶ୍ୟ ରଖିବେ। ଏହା ଦ୍ଵାରା ମନରେ ସକାରାତ୍ମକ ଭାବନା ନିଶ୍ଚୟ ଆସିଥାଏ। ଏହା ଦ୍ଵାରା ନକାରାତ୍ମକ ଉର୍ଯା ଆପଣଙ୍କ ପାଖକୁ ଆସି ପାରେ ନାହିଁ। ଆସନ୍ତୁ ଜାଣିବା ଏପରି କେଉଁ ଜିନିଷ ଯାହା ଆମ ତକିଆ ତଳେ ରଖିବା ଅନୁଚିତ୍।

୧. ମଇଳା କପଡା –

ବହୁତ୍ ଲୋକ ଅଛନ୍ତି ଯେଉଁମାନେ ନିଜର ପିନ୍ଧିଥିବା କପଡା ନିଜ ତକିଆ ତଳେ ରଖି ଦିଅନ୍ତି। ଏହି କପଡ଼ାରେ ଥିବା ନକାରାତ୍ମକ ଊର୍ଯା ସବୁ ଆଡେ ବିସ୍ତାର କରିଥାଏ। ପୂଜା ଏବଂ ଶୁଭ କାର୍ଯ୍ୟରେ ପୁରୁଣା ବା ମଇଳା ବସ୍ତ୍ର ପିନ୍ଧିବା ଅନୁଚିତ୍। ସେଥିପାଇଁ ନିଜ ତକିଆ ପାଖରେ ମଇଳା ବସ୍ତ୍ର ଅବା ଜୋତା ଚପଲ ଆଦି ରଖିବା ଅନୁଚିତ୍। ଜୋତା, ଚପଲ ଅବା ମାସ୍କ ଆମେ ପୁରା ଦିନ ବ୍ୟବହାର କରୁ। କିନ୍ତୁ ରାତିରେ ଶୋଇବା ସମୟରେ ଏହି ଜିନିଷକୁ ନିଜ ଠାରୁ ଦୂରେଇ ରଖିବା ଉଚିତ୍। ବୈଜ୍ଞାନିକ ଦୃଷ୍ଟି କୋଣରୁ ଏହା ସ୍ବାସ୍ଥ୍ୟ ପ୍ରତି ହାନି କାରକ ହୋଇଥାଏ।

୨. ଜୋତା, ଚପଲ ଅଲଗା ଅଲଗା ଜାଗାରୁ ଊର୍ଜା ଆଣି ଆସିଥାଏ। ତେଣୁ ଏହାକୁ ଘରଠୁ ବାହାରେ ରଖିବା ଉଚିତ୍। ଲୁଣ,ସୂଖା ତୁଳସୀକୁ ନିଜ ଦେହ ଠାରୁ ଅଲଗା ରଖନ୍ତୁ। ଏହା ସବୁ ନଜର ଉତାରିବା ବସ୍ତୁ ହୋଇ ଥିବାରୁ ଏହାକୁ ରାତିରେ ନିଜ ପାଖରେ ରଖିବା ଅନୁଚିତ୍। ସନ୍ଧ୍ୟା କାଳ ପରେ ଏହି ତୁଳସୀ ପତ୍ରରୁ ତୋଳିବା ଅନୁଚିତ୍। ଏହି ପତ୍ରକୁ ଏକ ଡବାରେ ରଖି ଦିଅନ୍ତୁ ହେଲେ ଏହାକୁ ଶୋଇବା ଜାଗାରେ ଆଦୌ ରଖିବେ ନାହିଁ। ଏଥିରେ ତୁଳସୀ ମାତାଙ୍କ ଅପମାନ ହୋଇଥାଏ।

୩. ଶୋଇବା ସମୟରେ ବହି ମଧ୍ୟ ଅଲଗା ଜାଗାରେ ରଖନ୍ତୁ। ଶୋଇବା ଜାଗାରେ ରଖିଲେ ବିଦ୍ୟା ମାତା ନାରାଜ ହୋଇଯାଆନ୍ତି କାରଣ ଶୋଇବା ସମୟରେ ଆମ ପାଦ ଏହା ଉପରେ ପଡ଼ି ଯାଇ ପାରେ ସେଥିପାଇଁ ମାତା ସରସ୍ୱତୀ ଅପମାନ ହୁଏ ଓ ସେ ରୋଷ କରନ୍ତି।

୪. ଶୋଇବା ସମୟରେ ଆମ ଦେହର ଉର୍ଯା ବହୁତ୍ ପ୍ରଖର ହୋଇଥାଏ। ତେଣୁ ଶୋଇବା ସମୟରେ ବ୍ଲୁଟୁଥ, ମୋବାଇଲ, ସ୍ପିକର ଅବା କାନରେ କୌଣସି ବି ଏଲେ ଇଲେକ୍ଟ୍ରୋନିକ ଜିନିଷ ରଖି ଶୋଇବା ଅନୁଚିତ୍। ଏହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ହାନି ହୋଇଥାଏ। ତେଣୁ ଏହି ସବୁ ଜିନିଷ ଉପରେ ଧ୍ୟାନ ଦିଅନ୍ତୁ।

Leave a Reply

Your email address will not be published. Required fields are marked *