ହାଇକୋର୍ଟର ଗୁରୁତ୍ୱପୂର୍ଣ୍ଣ ରାୟ, ବିବାହ ପ୍ରତିଶ୍ରୁତି ଦେଇ ସ-ମ୍ବ-ନ୍ଧ ସ୍ଥାପନ କଲେ ଏହା କୌଣସି ବଳା-ତ୍କାର ନୁହେଁ

ପ୍ରାୟତଃ ବିଭିନ୍ନ ସମୟରେ ହାଇକୋର୍ଟ ଭିନ୍ନ ଭିନ୍ନ ମାମ-ଲାର ଶୁଣାଣି କରିଥାନ୍ତି । ଆଉ ସଠିକ ଉପାୟରେ ଏହାର ଉତ୍ତର ମଧ୍ୟ ସମସ୍ତଙ୍କ ସମ୍ମୁଖରେ ଉପସ୍ଥାପନ କରିଥାନ୍ତି । ଆଉ ଏହାକୁ ଜନସାଧାରଣ ମଧ୍ୟ ମାନିବା ପାଇଁ ବାଧ୍ୟ ହୋଇଥାନ୍ତି । ତେବେ ଆମେ ସମସ୍ତେ ଜାଣିଥିବା ଯେ , ସମସ୍ତ ମାମଲାର ଶୁଣାଣି ହାଇକୋର୍ଟ କରିଥାନ୍ତି । ନିକଟରେ ମଧ୍ୟ ଦିଲ୍ଲୀ ହାଇକୋର୍ଟ ଏକ ମାମ-ଲାର ଶୁଣାଣି କରି ରାୟ ପ୍ରଦାନ କରିଛନ୍ତି । ତେବେ ସେହି ମାମ-ଲାଟି କଣ , ଆଉ ଏହା ସମ୍ବନ୍ଧରେ ହାଇକୋର୍ଟ କଣ ମତ ରଖିଛନ୍ତି ଆସନ୍ତୁ ସେ ବିଷୟରେ ଜାଣିବା ।

ତେବେ ସୂଚନା ମୁତାବିକ , ଦିଲ୍ଲୀ ହାଇକୋର୍ଟ ଶୁଣାଣି କରିଛନ୍ତି ଯେ ବିବାହ କରିବାପାଇଁ ପ୍ରତିଶ୍ରୁତି ଦେଇ ଝିଅ ପୁଅ ବନାଇଥିବା ଯୌନ ସ-ମ୍ବ-ନ୍ଧ ବଳା-ତ୍କାର ନୁହେଁ । ତେବେ ଏହି କଥାଟିକୁ ସହଜରେ ବିଶ୍ୱାସ କରି ହେଉନଥିବ କିନ୍ତୁ କଥାଟି ସମ୍ପୂର୍ଣ୍ଣ ଭାବରେ ସତ । ଏହାବ୍ୟତୀତ ହାଇକୋର୍ଟ ଆହୁରି କହିଛନ୍ତି ଯେ ବିବାହ କରିବାପାଇଁ ପ୍ରତିଶ୍ରୁତି ଦେବା ଏବଂ ତାପରେ ଯୌ-ନ ସମ୍ପର୍କ ସ୍ଥାପନ କରିବା ଏବଂ ତାପରେ କୌଣସି କାରଣବଶତଃ ବିବାହ ନ କରିପାରିବା କୌଣସି ପ୍ରକାରର ଅପ-ରାଧ ନୁହେଁ କି ବଳା-ତ୍କାର ନୁହେଁ । ଏକ ମାମ-ଲାର ଶୁଣାଣି କରାଯିବା ବେଳେ ଦିଲ୍ଲୀ ହାଇକୋର୍ଟ ଏଭଳି ରାୟ ଶୁଣାଇଛନ୍ତି ।

ତେବେ ଏଭଳି ଶୁଣାଣି ହେବାର କାରଣ ହେଉଛି କି , ଦିଲ୍ଲୀ ହାଇକୋର୍ଟକୁ ଏଭଳି ଏକ ମା-ମ-ଲା ଆସିଥିଲା । ଯେଉଁଥିରେ ଜଣେ ମହିଳା ଏବଂ ପୁରୁଷ ଦୀର୍ଘ ସମୟ ଧରି ସମ୍ପର୍କରେ ଥିଲେ । ଉଭୟଙ୍କ ମଧ୍ୟରେ ଯୌ-ନ ସମ୍ପର୍କ ମଧ୍ୟ ଗଢି ଉଠିଥିଲା ଏବଂ ଉଭୟଙ୍କର ନିର୍ବନ୍ଧ ମଧ୍ୟ ଶେଷ ହୋଇ ଯାଇଥିଲା । କିନ୍ତୁ କୌଣସି କାରଣ ପାଇଁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଭାଙ୍ଗି ଯାଇଥିଲା ଏବଂ ବିବାହ ହୋଇ ପାରିନଥିଲା । ତେବେ ଅନ୍ୟପକ୍ଷରେ ନ୍ୟାୟମୂର୍ତ୍ତି ସୁବ୍ରମନ୍ୟମ ପ୍ରସାଦ ତଳକୋର୍ଟ ର ଏହି ନିଷ୍ପତ୍ତିକୁ ଖାରଚ କରିଦେଇଛନ୍ତି । ଭାରତୀୟ ଦ-ଣ୍ଡ ସଂହିତାର ଧାରା ୩୭୬ , ୨ ର ଅନ୍ତର୍ଗତ ବ୍ୟକ୍ତି ଉପରେ ମହିଳାଙ୍କୁ ବିବାହ କରିବା ନିମନ୍ତେ ପ୍ରଲୋଭନ ଦେଖାଇ ତାଙ୍କ ସହ ଶାରୀ-ରିକ ସ-ମ୍ପ-ର୍କ ସ୍ଥାପନ କରିବାକୁ ବଳା-ତ୍କାର କରିବା ସ୍ୱରୂପ ଆ-ରୋ-ପ ଲଗାଯାଇଥିଲା ।

ଆହୁରିମଧ୍ୟ ଜର୍ଜଙ୍କର ଆଦେଶ ସ୍ୱରୂପ , ଝିଅର ପିତାମାତା ଝିଅକୁ ୩ ମାସ ପର୍ଯ୍ୟନ୍ତ ବିବାହ କରିବା ନିମନ୍ତେ ସମୟ ଦେବା ଉଚିତ ବୋଲି କହିଛନ୍ତି । ତେବେ ହାଇକୋର୍ଟ କହିଛନ୍ତି ଯେ , ପୁଅ ଝିଅଙ୍କର ନିର୍ବନ୍ଧ ଶେଷ ହୋଇ ଯାଇଥିଲା ଆଉ ସେଥିରେ ଉଭୟଙ୍କର ପରିବାର ଲୋକେ ଉପସ୍ଥିତ ଥିଲେ , ଏହା ଦର୍ଶାଉଛି ଯେ , ପୁଅ ଝିଅଙ୍କୁ ନିଶ୍ଚିତ ଭାବରେ ବିବାହ କରିଥାନ୍ତେ । ଆଉ ସେଥିପାଇଁ ଉଭୟଙ୍କ ମଧ୍ୟରେ ଶାରୀ-ରିକ ସ-ମ୍ପ-ର୍କ ଗଠନ ହୋଇଥିଲା । ଉଭୟଙ୍କ ମଧ୍ୟରେ ସମ୍ପର୍କ ବାଧ୍ୟ ବାଧକତାରେ ସ୍ଥାପନ ହୋଇ ନଥିଲା । ଆହୁରିମଧ୍ୟ ବିବାହ ସମସ୍ତଙ୍କ ସହମତିରେ ହେବାକୁ ଯାଉଥିଲା ବୋଲି ମହିଳା ଜଣକ କହିଛନ୍ତି । ତେଣୁ ବ୍ୟକ୍ତିଙ୍କ ଉପରେ ଏଭଳି ଅଭିଯୋଗ କୌଣସି ଦ-ଣ୍ଡନୀ-ୟ ଅପ-ରାଧ ନୁହେଁ । ଆଉ ଏହି ଅଭିଯୋଗକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି ।

Leave a Reply

Your email address will not be published. Required fields are marked *