ନବରାତ୍ରିରେ ଏହି ୫ଟି ଜିନିଷ କାହାକୁ ବି ଦିଅନ୍ତୁ ନାହିଁ , ନଚେତ୍ ମାଆ ଦୁର୍ଗା ଯିବେ ଛାଡି

ଦାନ କରିବା ଅତ୍ୟନ୍ତ ପୁଣ୍ୟ ହୋଇଥାଏ । ଦାନ କରିବା ଦ୍ୱାରା ମାଆ ଆପଣଙ୍କ ଉପରେ ଖୁସି ହୋଇଥାନ୍ତି । ନବରାତ୍ରି ହେଉ କି ଯେକୌଣସି ଦିନ ହେଉ , ଲୋକଙ୍କୁ ଏହି ସବୁ ଜିନିଷ ଦାନ କରିବା ଉଚିତ୍ । କିନ୍ତୁ ଏପରି ଅନେକ ଜିନିଷ ରହିଛି , ଯାହାକୁ ନବରାତ୍ରିରେ ଆଦୌ ଦାନ କରିବା ଉଚିତ୍ ନୁହେଁ । ତେବେ ଆସନ୍ତୁ ସେଗୁଡିକ ବିଷୟରେ ଜାଣିନେବା ।

ନବରାତ୍ରିରେ ମାଆଙ୍କ ସହିତ ଜଡିତ କିଛି ବି ଜିନିଷ କାହାକୁ ଦାନ କରିବା ଉଚିତ୍ ନୁହେଁ । ମାଆଙ୍କ ବସ୍ତ୍ର ଏବଂ ତାଙ୍କର କୌଣସି ବି ଜିନିଷ ଭୁଲରେ ବି କାହାକୁ ଦାନ ଦିଅନ୍ତୁ ନାହିଁ। ଅନ୍ୟ ପକ୍ଷରେ ନବରାତ୍ରି ପରେ ମାଆଙ୍କ ଶୃଙ୍ଗାରକୁ ବିବାହିତା ମହିଳା ମାନଙ୍କୁ ଦିଅନ୍ତୁ , ଏହା ବହୁତ ଶୁଭ ହୋଇଥାଏ । ଏହା ବ୍ୟତୀତ ନବରାତ୍ରିରେ କାହାକୁ ମଧ୍ୟ ଉଧାର ଦିଅନ୍ତୁ ନାହିଁ । ଏପରି କରିବା ଦ୍ବାରା ଟଙ୍କା କେବେ ମଧ୍ୟ ଫେରି ଆସିବ ନାହିଁ ।

ଏହାବ୍ୟତୀତ ଯଦି କେହି ନବରାତ୍ରିରେ ଲବଙ୍ଗ , ଦହି ଆଦି ମାଗିବାକୁ ଆସୁଛନ୍ତି , ତେବେ ଭୁଲରେ ମଧ୍ୟ ଏହାକୁ ଦିଅନ୍ତୁ ନାହିଁ । ନବରାତ୍ରିରେ ନିଜ ଘଣ୍ଟା କିମ୍ବା ବଜାରରୁ କୌଣସି ଘଣ୍ଟା କିଣି ଆଣି କାହାକୁ ଦିଅନ୍ତୁ ନାହିଁ । ଏହାବ୍ୟତୀତ ଚମଡାରେ ତିଆରି ବ୍ୟାଗ କିମ୍ବା ଜୋତା କାହାକୁ ଦିଅନ୍ତୁ ନାହିଁ। ନବରାତ୍ରିରେ ଗଙ୍ଗା ଜଳ , ଚନ୍ଦନ ଆଦି ମଧ୍ୟ କେହି ମାଗିବାକୁ ଆସିଲେ ଦିଅନ୍ତୁ ନାହିଁ ।

ନବରାତ୍ରିରେ ନିଜର ପୁରୁଣା ପୋଷାକ କିମ୍ବା ଫାଟି ଯାଇଥିବା ପୋଷାକ କାହାକୁ ଦିଅନ୍ତୁ ନାହିଁ , ଏପରି କରିବା ଅଶୁଭ ହୋଇଥାଏ । ଏହାବ୍ୟତୀତ ବିବାହିତା ମହିଳା ମାନଙ୍କୁ ନିଜର ସିନ୍ଦୂର , ଚୁଡ଼ି କିମ୍ବା ମଙ୍ଗଳସୂତ୍ର କାହାକୁ ଦିଅନ୍ତୁ ନାହିଁ । ଏହାବ୍ୟତୀତ ମୟୂର ପର ମଧ୍ୟ କାହାକୁ ଦେବା ଉଚିତ୍ ନୁହେଁ । ଏପରି କରିବା ଦ୍ବାରା ବ୍ୟକ୍ତି ନିଜର ସବୁକିଛି ହରାଇ ବସିଥାଏ । ଏହାବ୍ୟତୀତ ବଡ ଲୋକଙ୍କ ଠାରୁ ମିଳିଥିବା ଉପହାର ମଧ୍ୟ କାହାକୁ ଦେବା ଉଚିତ୍ ନୁହେଁ ।

Leave a Reply

Your email address will not be published. Required fields are marked *