ବୁଧବାର ଦିନ କରି ନିଅନ୍ତୁ ଏହି କାମ , ଅଚାନକ ବଦଳି ଯିବ ଆପଣଙ୍କ ଭାଗ୍ୟ , ବିଶ୍ୱାସ କରିପାରିବେ ନାହିଁ ଆପଣ

ହିନ୍ଦୁ ଧର୍ମରେ ଭଗବାନ ଗଣେଶଙ୍କର ଅନେକ ମାନ୍ୟତା ରହିଛି । ସବୁ କାମ ପୂର୍ବରୁ ଭଗବାନ ଗଣେଶଙ୍କ ଆରାଧାନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ପ୍ରଭୁ ସବୁ କାମରେ ନିଜର ଆଶୀର୍ବାଦ ଦେଇଥାନ୍ତି । ତେଣୁ ଗୋଟିଏ କଥା ମନେ ରଖନ୍ତୁ କି , ଭଗବାନ ଗଣେଶଙ୍କୁ ପ୍ରସନ୍ନ କରିବା ଅତି ଆବଶ୍ୟକ ଅଟେ , ଏହାପରେ ଆଉ କେଉଁଥିରେ ବି ଅଭାବ ରହିବ ନାହିଁ । ଏହା ବ୍ୟତୀତ ଜାଣି ନିଅନ୍ତୁ କି , ଭଗବାନ ଗଣେଶଙ୍କ ମନ୍ତ୍ର ଜପ କଲେ , ଆପଣଙ୍କୁ ସମସ୍ୟାରୁ ମୁକ୍ତି ମିଳିଥାଏ ।

ଭଗବାନ ଗଣେଶଙ୍କ ସ୍ମରଣ କରିବା ଦ୍ଵାରା ସମସ୍ତ ଦୁଃଖ କଷ୍ଟ ଦୂର ହୋଇ ଯାଇଥାଏ । ସକାଳେ ଉଠିବା ମାତ୍ରେ ହିଁ ନିଜ ହାତ ପାପୁଲିକୁ ଅନାଇ ଭଗବାନ ଗଣେଶଙ୍କୁ ଦେଖନ୍ତୁ , ଯାହା ଫଳରେ ଆପଣଙ୍କର ଦିନ ସାରା ଶୁଭ ହେବ । ଏହା ବ୍ୟତୀତ ସକାଳେ ସ୍ନାନ କରିସାରିବା ପରେ ଭଗବାନଙ୍କ ପୂଜା କଲେ ମଧ୍ୟ ଶୁଭ ହେବ । ତେବେ ଆପଣ ସମସ୍ତେ ଜାଣିଥିବେ କି , ବୁଧବାର ଦିନ ଏକ ବିଶେଷ ଦିନ ହୋଇଥାଏ । ଏହି ଦିନ ଗଣେଶଙ୍କର ପୂଜା କଲେ ଆପଣଙ୍କ ଭାଗ୍ୟ ବଦଳି ଯାଇଥାଏ ।ତେବେ ଆସନ୍ତୁ ଜାଣିବା ପୂଜା ବିଧି ବିଷୟରେ ।

ଯଦି ଆପଣଙ୍କର ସନ୍ତାନ ପ୍ରାପ୍ତିରେ କିମ୍ବା ଧନ ପ୍ରାପ୍ତି ଆଦିରେ କିଛି ସମସ୍ୟା ରହିଛି , ତେବେ ସକାଳେ ଶୋଇ ଉଠିବା ପରେ ସର୍ବପ୍ରଥମେ ଭଗବାନ ଗଣେଶଙ୍କ ଆରାଧନା କରନ୍ତୁ । ଏହାପରେ ସ୍ନାନ କରି ସାରି ସ୍ୱଚ୍ଛ ବସ୍ତ୍ର ଧାରଣ କରି ଭଗବାନ ଗଣେଶଙ୍କ ପୂଜା କରନ୍ତୁ । ଆପଣ ମନ୍ଦିର ଯାଇ ମଧ୍ୟ ବିଧି ବିଧାନ ଅନୁଯାୟୀ ପୂଜା କରି ପାରିବେ । ତେବେ ଘରେ ପୂଜା କରିବା ମଧ୍ୟ ବହୁତ ଶୁଭଦାୟକ ହୋଇଥାଏ । ତେବେ ସର୍ବପ୍ରଥମେ ଘରେ ଥିବା ମୂର୍ତ୍ତିରେ ଗଙ୍ଗା ଜଳ ଅଭିଷେକ କରନ୍ତୁ । କିମ୍ବା ଆପଣ ଦୁଧ , ଦହି , ମହୁ ଆଦିରେ ମଧ୍ୟ ଅଭିଷେକ କରିପାରିବେ ।

ଏହାପରେ ହଳଦିଆ ବସ୍ତ୍ର , ଇତର , ଶୁଦ୍ଧ ଘିଅର ଦୀପ ଆଦି ଅର୍ପଣ କରନ୍ତୁ । ଏହା ପରେ ହଳଦିଆ ଫୁଲର ମାଳ ଅର୍ପଣ କରନ୍ତୁ ଏବଂ ଦୁବ ମଧ୍ୟ ଅର୍ପଣ କରନ୍ତୁ । କେବଳ ଏତିକି ନୁହେଁ , ଭଗବାନଙ୍କୁ ହଳଦୀ ଏବଂ ଅକ୍ଷତ ଆଦିରେ ତିଳକ ଲଗାନ୍ତୁ । ଏହାଦ୍ବାରା ଖୁବ୍ ଶୀଘ୍ର ମନସ୍କାମନା ପୂରଣ ହୋଇଯିବ ଏବଂ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଯିବ । ଅକ୍ଷତ ଅର୍ପଣ କରିବା ଦ୍ୱାରା ଭଗବାନ ଅତ୍ୟନ୍ତ ଖୁସି ହୋଇ ଯାଇଥାନ୍ତି । ଏବଂ ଇଚ୍ଛା ପୁରଣ କରିଥାନ୍ତି । ଆଉ ଅଭାବ ରହେ ନାହିଁ । ବୁଧବାର ଦିନ ଭଗବାନଙ୍କୁ ହଳଦିଆ ରଙ୍ଗର ମୋଦକ ନିଶ୍ଚିତ ଭାବରେ ଅର୍ପଣ କରିବା ଉଚିତ୍ । ଏହାଦ୍ବାରା ଭଗବାନ ଖୁସି ହୋଇ ଯାଇଥାନ୍ତି ।

ଏହାବ୍ୟତୀତ ଧନିଆ , ଘିଅ ମିଶାଇ ଏକ ଭୋଗ ପ୍ରସ୍ତୁତ କରି ଭଗବାନଙ୍କୁ ଅର୍ପଣ କରନ୍ତୁ । ଏହାଦ୍ବାରା ଭଗବାନ ଅତ୍ୟନ୍ତ ଖୁସି ହୋଇ ଯାଇଥାନ୍ତି । ମୁଗ ଡାଲିର ହାଲୱା କିମ୍ବା ଲଡୁ ମଧ୍ୟ ଆପଣ ଭଗବାନଙ୍କୁ ଅର୍ପଣ କରିପାରିବେ । କାରଣ ଏଗୁଡ଼ିକ ଭଗବାନଙ୍କର ଅତି ପ୍ରିୟ ହୋଇଥାଏ । ଏହାବ୍ୟତୀତ ପୂଜା ସମୟରେ ଆପଣ ଭଗବାନଙ୍କର ମନ୍ତ୍ରକୁ ନିଶ୍ଚିତ ଭାବରେ ଜପ କରନ୍ତୁ । ଏହାକୁ ଲଗାତାର ସାତ ବୁଧବାର କରିବା ଦ୍ଵାରା ଆପଣଙ୍କ ଜୀବନ ବଦଳି ଯିବ । ଆପଣଙ୍କ ଜୀବନରେ ସୁଖ ଶାନ୍ତି ଆସିବ । ଆପଣ ବିଶ୍ୱାସ ନ କରିଥିବା ଜିନିଷ ପାଇବେ ।

Leave a Reply

Your email address will not be published. Required fields are marked *