ଦିନରେ ଭଜନ ରାତିରେ ଅ-ଶ୍ଳୀ-ଳ ଫିଲିମ ! ଅ-ଶ୍ଳୀ-ଳ ଭିଡ଼ିଓରେ ମୁଖ୍ୟ ହିରୋ ନିରଞ୍ଜନ :-

ଗତ ଏକ ମାସ ହେବ ମାନସ ସ୍ୱାଇଁ ହତ୍ୟା ମାମଲାକୁ ନେଇ ତଦନ୍ତ ଜାରି ରହିଛି । ପ୍ରଥମେ ପୋଲିସ ଏବଂ ପରେ କ୍ରାଇମବ୍ରାଞ୍ଚ ମାମଲାକୁ ହାତକୁ ନେବା ପରେ ଧୀରେ ଧୀରେ ମାମଲା ଉପରୁ ପରଦା ହଟିଲା । ପଥମେ ଅଭିଯୁକ୍ତ ଶର୍ମିଷ୍ଠା ଗିରଫ ଏବଂ ବର୍ତ୍ତମାନ ଅ-ଶ୍ଳୀ-ଳ ଭିଡ଼ିଓ ମେମୋରୀକୁ ନେଇ କିଛି ନୂଆ ତଥ୍ୟ ଶୁଣିବାକୁ ମିଳିଛି । ଏପରି କୁହାଯାଉଛି ଯେ ଯେଉଁ ମୋମୋରୀ ଚିପକୁ ନେଇ ପ୍ରଥମରୁ ଦ୍ଵନ୍ଦ ଦେଖା ଯାଇଛି ସେଥିରେ ମୁଖ୍ୟ ହେଉଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ନିର୍ଦେଶକ ନିରଞ୍ଜନ ସେଠୀ । ତେବେ ସେ ଅ-ଶ୍ଳୀ-ଳ ସିନେମାରେ ହିରୋ ଭୂମିକାରେ ଅଭିନୟ କରୁଥିବା ଚର୍ଚ୍ଚା ହେଉଛି ।

ତେବେ ଏହା ମଧ୍ୟ କୁହାଯାଉଛି ଯେ ଦିନରେ ଭଜନ ଶୁଟିଂ ଏବଂ ରାତିରେ ହୋଟେଲରେ ଅ-ଶ୍ଳୀ-ଳ ଭିଡ଼ିଓ ଶୁଟିଂ ହେଉଥିବା ମାମଲାକୁ କ୍ରାଇମବ୍ରାଞ୍ଚ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି । ଶର୍ମିଷ୍ଠାର ସମ୍ପୂର୍ଣ୍ଣା ୱେବପୋର୍ଟାଲ ଅଫିସରୁ ମେମୋରୀ କାର୍ଡ଼ ଜବତ କରି ଘଟଣାକୁ ଅନୁଧ୍ୟାନ କରୁଛି । ବର୍ତ୍ତମାନ ସମୟରେ ଶର୍ମିଷ୍ଠା ଙ୍କ ଠାରୁ ଅନ୍ୟ ଏକ ଅଣ୍ଡରଟେକିଙ୍ଗ ଜବତ ହୋଇଛି ଯାହାକି ମାନସ ସ୍ୱାଇଁ ଲେଖିଥିବା ଶର୍ମିଷ୍ଠା କହିଛନ୍ତି । ସେଥିରେ ସନ୍ଧେହ ଏହା ଲିଖିତ ଅଛି ଯେ ମାନସଙ୍କୁ ଅପହରଣ ପରେ ଛାଡ଼ି ଦିଆଯାଇଥିଲା । ପରେ ଏହାକୁ ଶର୍ମିଷ୍ଠା ନିଜେ ଭାଇରଲ କରିଥିଲେ । କିନ୍ତୁ ଏପଟେ ଆଉ ଏକ ତଥ୍ୟ ପ୍ରକାଶ ପାଇଛି ଯେ ସେହି ଅଣ୍ଡରଟେକିଙ୍ଗ ମିଛ ଏବଂ ତାହା ଝୁନା ଭୋଇ ଲେଖିଥିଲା ଏବଂ ଶର୍ମିଷ୍ଠା ତାହାକୁ ଜାଣିଶୁଣି ଭାଇରଲ କରିଥିବା କୁହାଯାଉଛି ଏବଂ ତାହା ନିରଞ୍ଜନ ଏବଂ ଶର୍ମିଷ୍ଠା ମାନସଙ୍କ ଠାରୁ ବଳପୂର୍ବକ ଦସ୍ତଖତ ଲେଖାଇ ନେଇଥିବା କୁହାଯାଉଛି ।

ବର୍ତ୍ତମାନ କ୍ରାଇମବ୍ରାଞ୍ଚ ସେହି ଅଣ୍ଡରଟେକିଙ୍ଗକୁ ଭୁବନେଶ୍ବର ହ୍ୟାଣ୍ଡ ରାଇଟିଂ ବ୍ୟୁରୋକୁ ପଠାଇଛି । ପୂର୍ବରୁ ଫେବ୍ରୁଆରୀ ୨ ରେ ମାନସ ସମ୍ପୂର୍ଣ୍ଣା ୱେବପୋର୍ଟାଲ ଛାଡ଼ିବା ପୂର୍ବରୁ ଜାନୁଆରୀ ୨୯ ରେ ପୁରୀର ଏକ ଭଜନ ସୁଟିଂ ପାଇଁ ଓଟିଡିସି ର ଏକ ଚାରି ଚକିଆ ଗାଡ଼ିରେ ଯାଇଥିଲା । ତାଙ୍କ ଶେଷ ଫେସବୁକ ଲାଇଭରୁ ତାଙ୍କ ସହ ଅନ୍ୟ ୯ ଜଣ ଥିବା ଜଣା ପଡ଼ିଛି । ତେବେ ସେଦିନ ନିରଞ୍ଜନଙ୍କ ଭଜନ ସୁଟିଂ ଥିବା ଜଣା ଯାଇଛି । ତେବେ ଓଟିଡିସିରୁ କିଏ ଗାଡ଼ି ବୁକିଙ୍ଗ କରିଥିଲା ଏନେଇ କ୍ରାଇମବ୍ରାଞ୍ଚ ଯାଞ୍ଚ ଆରମ୍ଭ କରିଛି ।

ଏପଟେ ନିରଞ୍ଜନ ଙ୍କ ଅନ୍ୟ ଏକ ଭିଡ଼ିଓ ଭାଇରଲ ହେଉଛି ଯାହାକି ସମୁଦ୍ର କୂଳର ଅଟେ । ଏହି ଭିଡ଼ିଓ ନେଇ ମାନସଙ୍କ ହତ୍ୟା କଥାକୁ କେହିବି ଗ୍ରହଣ କରି ନାହାଁନ୍ତି । ପୂର୍ବରୁ ପ୍ରକାଶ ପାଇଥିଲା ଯେ କୌଣସି ଆପତ୍ତିଜନକ ଅଶ୍ଳୀଳ ଭିଡ଼ିଓ ରେକର୍ଡ଼କୁ ନେଇ ମାନସଙ୍କ ହତ୍ୟା ହୋଇଥିବା କଥାକୁ ନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି । ତେବେ ସମୁଦ୍ର କୂଳର ଭିଡ଼ିଓକୁ ନେଇ ବର୍ତ୍ତମାନ ଏହା ଜାଣିବାକୁ କ୍ରାଇମବ୍ରାଞ୍ଚ ଜାରି ରଖିଛି ଯେ ଭିଡ଼ିଓ ବାସ୍ତବରେ ଭାଇରଲ କରୁଛି କିଏ ? କାରଣ ଭିଡ଼ିଓ ଦେଖି ଏହା ପ୍ରତୀତ ହେଉଛି ଯେ ତାହା ପୁରା ଭିଡ଼ିଓ ର ମାତ୍ର କିଛି ଅଂଶ । ତେଣୁ ତଦନ୍ତକୁ ବାଟବଣା କରିବା ପାଇଁ ଏହା ଏକ ଷଡ଼ଯନ୍ତ୍ର ହୋଇ ଥାଇପାରେ ବୋଲି ଅନେକ କହିଛନ୍ତି ।

Leave a Reply

Your email address will not be published. Required fields are marked *