ଖରା, ବର୍ଷା ଏବଂ ବନ୍ୟ ଜୀବଜନ୍ତୁମାନଙ୍କୁ ଖାତିର ନକରି ଦୀର୍ଘ ୩ ମାସ ହେଲା ଜଙ୍ଗଲ ଭିତରେ ରାତି କାଟୁଛନ୍ତି ମହିଳା।

ଲୋକେ କୁହନ୍ତି ମଣିଷ ଠାରୁ ବନ୍ୟ ଜୀବଜନ୍ତୁମାନେ ବହୁତ୍ ଭଲ। ଆମେ ଯଦି ତାଙ୍କୁ ଭଲ ପାଇବା ସେ ବି ଆମକୁ ବହୁତ୍ ଭଲ ପାଇବେ। କିନ୍ତୁ କେହି ନିଜ ଘର ଛାଡ଼ି ଜଙ୍ଗଲରେ ରହିବାକୁ ପସନ୍ଦ କରନ୍ତିନି। ବନ୍ୟ ଜୀବଜନ୍ତୁମାନଙ୍କୁ ଭଲ ପଇଲେ ମଧ୍ୟ ମନ ଭିତରେ କୋଉଠି ନା କୋଉଠି ହିଂ-ସ୍ର ଜୀବଜନ୍ତୁଙ୍କ ପାଇଁ ଡ-ର ଥାଏ। କିନ୍ତୁ ଦେବଗଡ଼ ଜିଲ୍ଲାରେ ଜଣେ ମହିଳା ଦୀର୍ଘ ୩ ମାସ ହେଲା ଜଙ୍ଗଲରେ ରହୁଛନ୍ତି।

ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଅନ୍ତର୍ଗତ ଟୁହିଲାମାଳ ଅଞ୍ଚଳର ଜଣେ ମହିଳା ଦୀର୍ଘ ୩ ମାସ ହେଲା ଜଙ୍ଗଲ ଭିତରେ ରହୁଛନ୍ତି। ସେ କୋଉ ମଣିଷକୁ ଜାଣି ନାହାନ୍ତି ସେ ଜଙ୍ଗଲର ପଶୁ ପକ୍ଷୀ ଏବଂ ବନ୍ୟ ଜୀବଜନ୍ତୁମାନଙ୍କ ସହ ରହୁଛନ୍ତି। ଗ୍ରାମବାସୀ ମାନେ ଯେତେବେଳେ ମହୁଲ ଫୁଲ ଗୋଟାଇବା ପାଇଁ ଜଙ୍ଗଲ ଭିତରକୁ ଯାଇଥିଲେ ସେତେବେଳେ ସେ ମହିଳା ଜଣଙ୍କୁ ପାଗେଳୀଙ୍କ ପରି ଜଙ୍ଗଲ ଭିତରେ ଦେଖିବାକୁ ପାଇଲେ।

ତାପରେ ଗ୍ରାମବାସୀମାନେ ଗାଆଁ ସରପଞ୍ଚ ଏବଂ ସୋସିଆଲ ମିଡିଆରେ ଜଣାଇଥିଲେ। ଜଣେ ଗ୍ରାମବାସୀ କହିଛନ୍ତି ଆମେ ତାଙ୍କୁ ଜାଣିନୁ। ମୁଁ ଯେତେବେଳେ ଜଙ୍ଗଲକୁ ଯାଇଥିଲେ ସେ ମତେ ଖାଇବାକୁ ମହିଳା ମୁଁ ତାକୁ ଖାଇବାକୁ ଦେଲି। ତାକୁ ମୁଁ ତା ନାଁ ଆଉ ଘର ବିଷୟରେ ପଚାରିଲି କିନ୍ତୁ ସିଏ କିଛି କହିଲାନି। ଖରା, ବର୍ଷା, ଶୀତରେ ବି ସେ ସେଇ ଜଙ୍ଗଲରେ ରହୁଛି। କଣ ଖାଉଛି କଣ ପିଉଛି କେହି ଜାଣି ନାହାଁନ୍ତି। ତାକୁ ଦେଖିଲେ ଲାଗୁଛି ତାର ମାନ-ସିକ ସ୍ଥିତି ଭଲ ନାହିଁ ସେ ପା ହେଇଯାଉଛି।

ଜଙ୍ଗଲରେ ଜଣେ ମହିଳା ବୁଲୁଛନ୍ତି ବୋଲି ଯେତେବେଳେ ରିଆମାଳ ବ୍ଲକର ବିଡିଓଙ୍କୁ ଏ ବିଷୟରେ ପଚରା ଗଲା ସେ କହିଲେ ମୁଁ ଏ ବିଷୟରେ କିଛି ଜାଣିନଥିଲି। ଏବେ ଜାଣିଲି ମୁଁ ମୋ ପିଆଇଓଙ୍କୁ ପଠାଉଛି ସେ ଏବେ ଯାଉ ଜଙ୍ଗଲରେ ଥିବା ମହିଳାଙ୍କୁ ଦେଖିକି ଆସିବେ।ଏବଂ ମୋ ଦ୍ଵାରା ଯାହା ହେଇ ପାରିବ ମୁଁ ସବୁ ପ୍ରକାର ସାହାଯ୍ୟ କରିବି।

Leave a Reply

Your email address will not be published. Required fields are marked *