ଅର୍ଚ୍ଚନା ଫାଶରେ ପଡିଥିବା ଓଡ଼ିଆ ହିରୋଇନ୍ ମାନଙ୍କ ଉପରେ ଇଡି ପକାଇଛି ନଜର

ଇଡି ବର୍ତ୍ତମାନ ଚୁପ୍ ବସିବାର ନାମ ନେଉ ନାହିଁ । ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆଣିବାରେ ଲାଗିଛି ଆଉ ହାର୍ ମଧ୍ୟ ମାନି ନାହିଁ ଇଡି । ତାର ତୀକ୍ଷ୍ମ ନଜର ବର୍ତ୍ତମାନ ଚାରିଆଡ଼େ ପକାଇଛି ଇଡି । ଯିଏ ଯେଉଁଠି ଲୁଚି କରି ବସିଛି ତାକୁ ବାଛି ବାଛି ଲୋକଲୋଚନକୁ ଆଣିବା ପାଇଁ ସେ ଚେଷ୍ଟା କରି ଚାଲିଛି ଆଉ ସେଥିପାଇଁ ତ ଦିନକୁ ଦିନ ଗଡ଼ିବା ସହିତ ନୂଆ ନୂଆ ମୁହଁ ବି ସାମ୍ନାକୁ ଆସୁଛନ୍ତି । ଯେଉଁ ମାନଙ୍କ ବିଷୟରେ ଇଡି ତର୍ଜମା କରୁଅଛି ଆଉ ସେମାନଙ୍କୁ ଧରିବାରେ ଲାଗିଛି ।

ତେବେ ଏହି ସମୟରେ ଇଡିର ଶାଗୁଣା ନଜର ପଡିଛି ଓଲିଉଡ ଜଗତର ହିରୋଇନ୍ ମାନଙ୍କ ଉପରେ । ଯେଉଁ ମାନେ ଅର୍ଚ୍ଚନା ମାମଲାରେ ଛନ୍ଦି ହୋଇ ରହିଛନ୍ତି । ଆଉ ଅର୍ଚ୍ଚନାଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟିବାରେ ଲାଗିଥିଲେ । ସେମାନେ ଆଉ ବଞ୍ଚି ପାରିବେ ନାହିଁ କି ଲୁଚି ଯାଇପାରିବେ ନାହିଁ । କାହିଁକି ନା ଇଡି ଏବେ ସେମାନଙ୍କୁ ଧରି ପକାଇଛି । ଇଡି ସେମାନଙ୍କ ନାମ ମଧ୍ୟ ଜାଣିବା ସହିତ ସେମାନଙ୍କ ଘର ଉପରେ ଚଢାଉ କରି ଦେଇଛି । ବର୍ତ୍ତମାନ ଏପରି ଶୁଣିବାକୁ ମିଳୁଛି କି , ଇଡି ସେମାନଙ୍କୁ ଡାକିବ ।

ଆଉ ଇଡି ସେମାନଙ୍କୁ ଡାକିବା ପରେ ପଚରାଉଚରା ମଧ୍ୟ କରିବ । କେବଳ ସେତିକି ନୁହେଁ , ପଚାରିବା ସହିତ ସେମାନଙ୍କ ସବୁ ହିସାବ କିତାବ ବାହାର କରିବ । କେତେ ଟଙ୍କା ସେମାନେ ଅର୍ଚ୍ଚନା ଠାରୁ ନେଇ ଯାଇଛନ୍ତି । ଆଉ କଣ ପାଇଁ ସେମାନେ ଟଙ୍କା ନେଇଛନ୍ତି । ଏତେ ଟଙ୍କା ନେଇ କଣ କରିଲେ ଏପରି ଅନେକ ସାରା ପ୍ରଶ୍ନ ପଚାରିବ ଇଡି । ତେବେ ଦେଖିବାକୁ ବାକି ରହିଲା କିଏ ସେହି ମାନେ ମହାନ ନାରୀ , ଯେଉଁ ମାନେ ଅର୍ଚ୍ଚନା ନାଗ ମାମଲାରେ ଛନ୍ଦି ହୋଇ ରହିଥିଲେ ।

ଅନ୍ୟ ପକ୍ଷରେ ଇଡି ବର୍ତ୍ତମାନ ନିଜ ନଜର ସେହି ଅର୍ଚ୍ଚନା ନାଗ କାର ଉପରେ ପକାଇଛି । ଯାହାକୁ ସେ କୋଟି କୋଟି ଟଙ୍କା ଦେଇ କିଣିଥିଲେ ଆଉ ସେ କେବଳ ଗୋଟିଏ ନୁହେଁ ବରଂ ଦୁଇ ଦୁଇଟି କାର କିଣିଥିଲେ । ତେବେ ଦୁଇଟି ମଧ୍ୟରୁ ଗୋଟିଏ ବିଷୟରେ ଇଡି ଜାଣିବାକୁ ପାଇଛି ଆଉ ଗୋଟିଏ ସନ୍ଧାନ କରିବାରେ ଲାଗି ପଡ଼ିଛି । ଅନ୍ୟ ପକ୍ଷରେ ସେହି କାର କୁଆଡେ ଗଲା ଇଡି ତଦନ୍ତ କରୁଛି । ଆଉ ସେହି କାର ର ଶୋରୁମ୍ ମାଲିକ ମାନଙ୍କୁ ଇଡି ଜେରା କରିପାରେ ବୋଲି ଶୁଣିବାକୁ ମଧ୍ୟ ମିଳିଛି ।

Leave a Reply

Your email address will not be published. Required fields are marked *