ଚାକିରି କରିଥିବା ପୁରୁଷଙ୍କ ପାଇଁ ଖୁସିଖବର…ବାପା ହେଲେ ମିଳିବ ୩ ମାସ ଛୁଟି…

କଣ ଆପଣ ଚାକିରୀ କରିଛନ୍ତି କି ? କଣ ଆପଣଙ୍କ ପତ୍ନୀ ଗର୍ଭବତୀ ଅଛନ୍ତି କି ? ଆପଣ କିପରି ଆପଣଙ୍କ ପତ୍ନୀଙ୍କ ପ୍ରସବ ସମୟରେ ଛୁଟି ନେବେ ଭାବି ଚିନ୍ତାରେ ରହୁଛନ୍ତି କି ତେବେ ଆଦୌ ଚିନ୍ତା କରନ୍ତୁ ନାହିଁ । ଆମେ ଏଠାରେ ଆପଣଙ୍କୁ ଏକ ବହୁତ ବଡ଼ ଖୁସି ଖବର ଦେବାକୁ ଯାଉଛୁ । ଯେଉଁ ଖବର ଆପଣଙ୍କୁ ବେଶ ଖୁସି ଦେବ । ହଁ ବନ୍ଧୁଗଣ ଚାକିରୀ କରୁଥିବା ପୁରୁଷଙ୍କ ପାଇଁ ଆସିଛି ଏକ ବହୁତ ବଡ଼ ଖୁସି ଖବର ।

ତେବେ ଆସନ୍ତୁ ଜାଣିବା ସେହି ଖୁସି ଖବର ଟି କଣ । ଏଣିକି ଆପଣ ବାପା ହେଲେ ଆପଣଙ୍କୁ ମିଳିବ ୩ ମାସ ଛୁଟି । ତେବେ ଯଦି ଆପଣ କୌଣସି କ୍ଷେତ୍ରରେ କାର୍ଯ୍ୟରତ ଅଛନ୍ତି ତେବେ ଏହି ଖବର ଟି ଆପଣଙ୍କ ପାଇଁ ବେଶ ସହାୟକ ହେବ । ଆପଣ ପୂର୍ବରୁ ମଧ୍ୟ ଜାଣିଥିବେ କି ମାତୃତ୍ୱ ପାଇଁ ମାଙ୍କୁ ଛୁଟି ମିଳିଥାଏ ହେଲେ ଏଣିକି ବାପା ମାନଙ୍କୁ ମଧ୍ୟ ଛୁଟି ମିଳିବ । ଏହି ଖବର ଆପଣଙ୍କୁ ଅବିଶ୍ଵସନୀୟ ଲାଗୁଥିଲେ ମଧ୍ୟ ଏହା କିନ୍ତୁ ନିହାତି ସତ୍ୟ ।

ବନ୍ଧୁଗଣ ଜଣେ ମହିଳା ଗର୍ଭବତୀ ଥିବା ସମୟରେ ତାଙ୍କୁ କେବଳ ସରକାରୀ କିମ୍ବା ବେସରକାରୀ ସଂସ୍ଥାରେ ଛୁଟି ମିଳିଥାଏ ଯାହାର ସମୟ ସୀମା ଥାଏ ୨୬ ସପ୍ତାହ ମାନେ ୬ ମାସ । ହେଲେ ଏଣିକି ବାପା ହେବା ପରେ ପୁରୁଷ ମାନଙ୍କୁ ଯେଉଁ ଛୁଟି ମିଳିବ ତାହାର ସମୟ ସୀମା ରହିଛି ୩ ମାସ । ତେବେ ଏହାକୁ ପୈତୃକ ଛୁଟି ବର୍ଗରେ ରଖା ଯାଇଛି । ତେବେ ବର୍ତ୍ତମାନ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଏହା କେଉଁଠି କାର୍ଯ୍ୟକାରୀ । ଓ ଏହା କେଉଁ କମ୍ପାନୀ ଦ୍ୱାରା ଆରମ୍ଭ କରାଯାଇଛି ।

ଏହି ଖବର ଅନ୍ୟ କୌଣସି ଦେଶରେ ନୁହେଁ ଏହା ଭାରତୀୟ କମ୍ପାନୀ ଦ୍ୱାରା ଆଦୃତ ହୋଇଛି । ଆଉ ଏହି ପଦକ୍ଷେପକୁ ସମସ୍ତେ ବେଶ ପ୍ରସଂଶା କରୁଛନ୍ତି । ତେବେ ଅନ୍ୟ ଦେଶ ମାନଙ୍କରେ ଏହି ପଦକ୍ଷେପ କାର୍ଯ୍ୟକାରୀ ହୋଇଥିବା ବେଳେ ଆଉ କିଛି ଦେଶରେ ଏହାକୁ ନେଇ ଦାବି କରାଯାଉଥିଲା । ତେବେ ବର୍ତ୍ତମାନ ଦେଶର କମ୍ପାନୀ ଫାଇଜର ଇଣ୍ଡିଆ ଏହି ବ୍ୟବସ୍ଥାକୁ ଆରମ୍ଭ କରିବାକୁ ଯାଉଛି । ଓ ଏହା ସହିତ ଏହି କମ୍ପାନୀ ଯେଉଁ ପୁରୁଷ ମାନେ ପିତା ହେବେ ସେମାନଙ୍କୁ ୩ମାସର ଛୁଟି ପ୍ରଦାନ କରିବ ବୋଲି ସୂଚନା ମିଳିଛି ।

ଯେତେବେଳେ ପତ୍ନୀ ଗର୍ଭବତୀ ହୁଏ ସେହି ସମୟରେ ଅନେକ ପତ୍ନୀ ଚାହାଁନ୍ତି ସେମାନଙ୍କ ସ୍ୱାମୀ ତାଙ୍କ ପାଖରେ ରୁହନ୍ତୁ । କେହି କେହି ଗର୍ଭବତୀ ସମୟରେ କୌଣସି କାର୍ଯ୍ୟ କରିବାକୁ ସକ୍ଷମ ହୋଇ ନଥାନ୍ତି । ତେଣୁ ପତ୍ନୀ ମାନେ ସ୍ୱାମୀ ମାନଙ୍କ ଉପସ୍ଥିତ ଚାହିଁଥାନ୍ତି । ମାତ୍ର ଯେତେବେଳେ ସ୍ୱାମୀ ମାନେ ଅଫିସ ବାହାରି ଯାଆନ୍ତି ପତ୍ନୀ ମାନେ ଭାଙ୍ଗି ପଡନ୍ତି। ଏପରିକି ସ୍ୱାମୀ ମଧ୍ୟ ଅଫିସ ଯାଇ ସେଠାରେ ମନ ଲଗାଇ କାମ କରି ପାରନ୍ତି ନାହିଁ ।

କାରଣ ଯେହେତୁ ସେମାନଙ୍କ ପତ୍ନୀ ରୁମରେ ଥାନ୍ତି। ଓ ସେମାନଙ୍କୁ ମନେ ପକାଇ ମନ ଦୁଖ କରୁ ଥାନ୍ତି । ଏପରି ପରିସ୍ଥିତିରେ ପ୍ରତ୍ୟକ ପୁରୁଷ ଚାହାଁନ୍ତି ଛୁଟି ନେବାକୁ ମାତ୍ର କମ୍ପାନୀ ନିଜର କାର୍ଯ୍ୟ ପାଇଁ ପୁରୁଷଙ୍କୁ ଦୀର୍ଘ ଦିନ ଛୁଟି ଦେଇ ପାରି ନଥାନ୍ତି । ଯାହା ଫଳରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇ ଗୋଟେ ପୁରୁଷ ଅନିଚ୍ଛା ସତ୍ତ୍ୱେ ମଧ୍ୟ ଅଫିସ ଯାଇଥାନ୍ତି । ତେବେ ଏହି କମ୍ପାନୀ ବର୍ତ୍ତମାନ ପୁରୁଷଙ୍କ ପରିସ୍ଥିତିକୁ ବୁଝି ପାରି ଏଭଳି ନିଷ୍ପତ୍ତି ନେବାକୁ ଘୋଷଣା କରିବା ପରେ ପୁରୁଷଙ୍କ ମନରେ ଖୁସିରେ ଲହରୀ ଖେଳି ଯାଉଛି।

ତେବେ ଏହି ଖବର ପୁରୁଷ କର୍ମଚାରୀ ଶୁଣିବା ପରେ ବେଶ ଖୁସି ଅଛନ୍ତି। କାରଣ ଫାଇଜର ଇଣ୍ଡିଆ କମ୍ପାନୀ ପୁରୁଷଙ୍କ ପାଇଁ ୧୨ ସପ୍ତାହ ପୈତୃକ ଛୁଟି ନୀତି ଲାଗୁ କରିଛନ୍ତି । ତେବେ ସବୁଠୁ ବଡ଼ କଥା ହେଉଛି ପିଲା ଜନ୍ମର ତାରିଖ ଠାରୁ ପୁରୁଷ ମାନେ ୨ ବର୍ଷ ଭିତରେ ଯେ କୌଣସି ସମୟ ଛୁଟି ନେଇ ପାରିବେ । ତେବେ ଏହି ନୂଆ ନୀତି ୧ ଜାନୁଆରୀ ୨୦୨୩ ରୁ ଆରମ୍ଭ କରାଯାଇଛି । ତେବେ ଏହି ଖବର ଖୁସିର ଲହରୀ ଖେଳାଇ ଦେଇଛି ପୁରୁଷଙ୍କ ମନରେ ।

Leave a Reply

Your email address will not be published. Required fields are marked *