ଆରପାରିରେ ପ୍ରିୟଙ୍କା , ସାମ୍ନାକୁ ଆସିଲା ଥାନାରେ କରିଥିବା ଅଭିଯୋଗର ଭିଡିଓ

ଭୁବନେଶ୍ବରରେ ଘଟି ଯାଇଥିବା ଏକ ଆତ୍ମହତ୍ୟାକୁ ନେଇ ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚା । ଜଣେ ବୋହୂ ଘରେ କେହି ନଥିବା ବେଳେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବାର ଘଟଣା ଦୁଇ ଦିନ ପୂର୍ବରୁ ସାମ୍ନାକୁ ଆସିଥିଲା । ଆଉ ଯାହା ପରେ ପୁରା ଭୁବନେଶ୍ୱର ଚଳ ପ୍ରଚଳ ହୋଇ ଉଠିଥିଲା । ଶାଶୁ ଘର ଲୋକ ବୋହୂ ଉପରେ ଖରାପ ଅଭିଯୋଗ ଆଣିଥିବା ବେଳେ ଝିଅ ଘର ଲୋକ ମଧ୍ୟ ଜ୍ବାଇଁ ଖରାପ ବୋଲି ଅଭିଯୋଗ ଆଣିଛନ୍ତି । ଆଉ ତାଙ୍କୁ ଝିଅକୁ ହତ୍ୟା କରାଯାଇଛି ବୋଲି ସେମାନେ ଥାନାରେ ଅଭିଯୋଗ କରିଛନ୍ତି ।

ତେବେ ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଏପରି ଏକ ଭିଡିଓ , ଯାହାକୁ ଦେଖିବା ପରେ ଆପଣଙ୍କ ହୋସ୍ ଉଡ଼ିଯିବ । ଆତ୍ମହତ୍ୟା କରିବାର କିଛି ଦିନ ପୂର୍ବରୁ ଥାନାକୁ ଯାଇ ପ୍ରିୟଙ୍କା ନିଜ ଶାଶୁ , ନଣନ୍ଦ ଏବଂ ସ୍ଵାମୀଙ୍କ ନାମରେ ଆଣିଥିଲେ ସାଂଘାତିକ ଅଭିଯୋଗ । ତେବେ ଭିଡିଓରେ ଏହା ଦେଖିବାକୁ ମିଳିଛି କି , ପ୍ରିୟଙ୍କା ପୋଲିସ ଆଗରେ ଗୋଟି ଗୋଟି କରି ସବୁ ସତ ଖୋଲି କରି କହୁଛନ୍ତି । ସେ କହୁଛନ୍ତି କି , ଏକଦା ସେ ସ୍ଵାମୀଙ୍କ ଫୋନ ଧରିଥିଲେ ଆଉ ଫୋନରେ ଯାହା ଦେଖିଥିଲେ ଆପଣ ବିଶ୍ୱାସ କରିବେ ନାହିଁ ।

ଫୋନରେ ସେ ଅନ୍ୟ ଝିଅ ମାନଙ୍କ ସହିତ ଏପରି ମୁହୂର୍ତ୍ତର ଫୋଟ ରଖିଥିଲେ , ଯାହାକୁ ସେ ସମସ୍ତଙ୍କ ଆଗରେ କହିପାରିବେ ନାହିଁ । ଅନ୍ୟ ପକ୍ଷରେ ତାଙ୍କ ବାହାଘରକୁ ଜଣେ ଝିଅ ଆସିଥିଲେ । ସେହି ଝିଅ ସହିତ ମଧ୍ୟ ସ୍ଵାମୀଙ୍କର ଚାଟିଙ୍ଗ ଥିଲା ଆଉ ଏତେ ଖରାପ କଥାବାର୍ତ୍ତା ତାହା ହୋଇଥିଲା , ତାହା ଆପଣ ଜାଣି ପାରୁଥିବେ । ଏହାପରେ ସ୍ବାମୀଙ୍କୁ ସେ ପ୍ରଶ୍ନ କରିଥିଲେ ଇଏ କଣ , ଆଉ ସ୍ଵାମୀ ତାଙ୍କୁ ଗାଳି କରି କହିଥିଲେ ତୋର ଏତେ ଛୋଟ ଚିନ୍ତାଧାରା । ଆଉ ଫୋନ ଛଡ଼ାଇବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ ।

ଏହାବ୍ୟତୀତ ଶାଶୁ ନାମରେ ମଧ୍ୟ ସେ କହିଥିଲେ କି , ଶାଶୁ ତାଙ୍କୁ ଅନେକ ସମୟରେ ମାଡ଼ ମାରୁଥିଲେ ଆଉ ନଣନ୍ଦ ମଧ୍ୟ ତାଙ୍କ ସାଥ ଦେଉଥିଲେ । ଅନେକ ସମୟରେ ତାଙ୍କୁ ଯୌତୁକ ମଧ୍ୟ ମାଗୁଥିଲେ । ତାଙ୍କ ସ୍ଵାମୀ ମାଆ ଆଉ ଭଉଣୀଙ୍କ କଥାରେ ସବୁ କାମ କରୁଥିଲେ । ତେବେ ଅନ୍ୟ ପକ୍ଷରେ ଶଶୁର ତାଙ୍କର ସକାଳୁ ଯାଇ ରାତିରେ ଆସନ୍ତି ଆଉ ସେ ମଧ୍ୟ ଶାଶୁ ଯାହା କୁହନ୍ତି ସେହି କଥା ସବୁ ମାନନ୍ତି ଆଉ ସେ ଅନୁସାରେ ସେ ତାଙ୍କ ସହିତ ବ୍ୟବହାର କରନ୍ତି ।

Leave a Reply

Your email address will not be published. Required fields are marked *