ଆଠ ମାସର ଗର୍ଭବତୀ ସ୍ତ୍ରୀକୁ ମାରି ରାସ୍ତା କଡ଼ରେ ଫିଙ୍ଗି ଦେଲା ସ୍ୱାମୀ…

ଜଣେ ସ୍ୱାମୀ କିଭଳି ନିଜ ସ୍ତ୍ରୀକୁ ପୁଣି ସେ ଗର୍ଭବତୀ ଥିବା ସମୟରେ ହତ୍ୟା କରିପାରେ ? କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେବି ସମ୍ପୂର୍ଣ୍ଣ ସତ । ଆଉ କିଛିଦିନ ପରେ ଘରକୁ ଆସିଥାନ୍ତା ଜଣେ ନୂଆ ଅତିଥି । କିନ୍ତୁ ବର୍ତ୍ତମାନ ପରିସ୍ଥିତି ସମ୍ପୂର୍ଣ୍ଣ ଅଲଗା ହୋଇ ଯାଇଛି । କୁନି ପିଲାଟି ଦୁନିଆ ଦେଖିବା ଆଗରୁ ହିଁ ତାର ନିଜ ବାପା ହିଁ ତାର ମା ଏବଂ ତାକୁ ଜୀବନରୁ ମାରି ଦେଇଛି । ହଁ ଆଜ୍ଞା ଜଣେ ଯୁବକ ନିଜର ଆଠ ମାସର ଗର୍ଭବତୀ ସ୍ତ୍ରୀକୁ ହତ୍ୟା କରି ରାସ୍ତା କଡ଼ରେ ଫିଙ୍ଗି ଦେଇ ଯାଇଛି । ଆଉ ଯୁବକ ଜଣଙ୍କର ଏ ହେଉଛନ୍ତି ଦ୍ୱିତୀୟ ସ୍ତ୍ରୀ ।

ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ ବ୍ଲକ ଅନ୍ତର୍ଗତ ନପଙ୍ଗ ଗ୍ରାମର ଦାସ ସାହିର ସିପୁନ ଦାସଙ୍କ ଦ୍ଵିତୀୟ ପତ୍ନୀ ତପସ୍ୱିନୀଙ୍କ ମୃତ ଦେହ ରାସ୍ତା ପାଖରେ ପଡ଼ି ରହିଛି । ସିପୁନ ଦାସ ଗତ ଏକ ବର୍ଷ ପୂର୍ବରୁ ସାନ ମାଳନ୍ଦା ଗ୍ରାମର ଖୋଳାମୁହଁ ଠାରେ ରହୁଥିବା ପ୍ରଫୁଲ୍ଲ ଦାସଙ୍କ ଝିଅ ତପସ୍ୱିନୀଙ୍କୁ ମନ୍ଦିରରେ ପ୍ରେମ ବିବାହ କରିଥିଲେ । ତପସ୍ୱିନୀଙ୍କୁ ସିପୁନଙ୍କ ପ୍ରଥମ ସ୍ତ୍ରୀ ଏବଂ ଛୁଆ ବିଷୟରେ ଜଣା ପଡ଼ିଥିଲା । ଏପଟେ ତପସ୍ୱିନୀ ଖଣ୍ଡାୟତ ଜାତିର ହୋଇଥିବା ବେଳେ ସିପୁନ ନିଚ୍ଚ ଜାତିର ଥିଲେ । ଏଥିପାଇଁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ଝଗଡ଼ା ହେଉଥିଲା ।

ତେବେ ଚାରି ମାସ ପୂର୍ବରୁ ସ୍ୱାମୀ ସିପୁନ ଗର୍ଭବତୀ ସ୍ତ୍ରୀକୁ ଯାଜପୁର ମେଡ଼ିକାଲ ପାଖରେ ଛାଡି ଦେଇ ପଳାଇ ଯାଇପାରେ । ତେବେ ତପସ୍ୱିନୀଙ୍କୁ ସେଠାରୁ ଉଦ୍ଧାର କରାଯାଇ ସୁଧାର ଗୃହରେ ରଖା ଯାଇଥିଲା । ତେବେ ସେ ବର୍ତ୍ତମାନ ୮ ମାସର ଗର୍ଭବତୀ ଥିଲେ । ଗତକାଲି ଶାଶୁ ଘର ଠାରୁ ୨୦୦ ମିଟର ଦୂରରେ ତପସ୍ୱିନୀଙ୍କ ମୃତଦେହ ଉଦ୍ଧାର କରା ଯାଇଥିଲା । ଝିଅର ମୃତଦେହ ଦେଖି ବାପଘର ଲୋକ ନିଜର କୋହ ଅଟକାଇ ପାରି ନଥିଲେ ଆଉ ବର୍ତ୍ତମାନ ସେମାନେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *