ଆମ ବ୍ଲଡ଼ ଗ୍ରୁପ ମିଶିଲାନି, ଆମ ସମ୍ପର୍କୀୟ ଲୋକ ଡୋନର ଦୟା କରି ଆମକୁ ସାହାଯ୍ୟ କରନ୍ତୁ.. ପିଣ୍ଟୁ ନନ୍ଦ ଭଉଣୀ

ମଣିଷ ଜୀବନରେ ଯେତେବେଳେ ଯେ କଣ ଘଟିଯାଏ ଏ କଥା କେହି ଜାଣି ପାରନ୍ତିନି। ସକାଳେ ସୁସ୍ଥ ଥିବା ଲୋକ ସନ୍ଧ୍ୟା ବେଳକୁ ପାଖରେ ନଥାଏ ତ ଦୀର୍ଘ ଦିନ ଧରି ଶଯ୍ୟାଶାୟୀ ହେଇଥିବା ଲୋକ ବହୁଦିନ ପର୍ଯ୍ୟନ୍ତ ବଞ୍ଚିରୁହେ। ଯମ କେତେବେଳେ କାହାକୁ ଆସି ନେଇଯାଏ କେହି ଜାଣି ପାରନ୍ତିନି। ଉପରୁ ଭଲ ଦେଖା ଯାଉଥିବା ଲୋକ ଭିତରେ କେତେ ରୋଗ ଅଛି ସେ କଥା କେହି ଜାଣି ପାରନ୍ତିନି। ଆଉ ଜାଣିଲା ବେଳକୁ ବହୁତ ଡେରି ହେଇଯାଇଥାଏ।

ଓଡ଼ିଆ ଚଳଚ୍ଚିତ୍ର ଦୁନିଆଁର ପିଣ୍ଟୁ ନନ୍ଦଙ୍କୁ ଓଡ଼ିଶା ରେ କିଏ ନ ଜାଣିଛି। ତାଙ୍କ ସୁନ୍ଦର୍ ଅଭିନୟ ପାଇଁ ସେ ଘରେ ଘରେ ପ୍ରସିଦ୍ଧ। କିନ୍ତୁ ଗତ କିଛି ଦିନ ହେବ ଦେ ଲିଭର ଜନିତ କିଛି ରୋଗରେ ପୀଡିତ ହେଇ ହସ୍ପିଟାଲରେ ପଡିଛନ୍ତି। ତାଙ୍କ ବଡ଼ ଭଉଣୀ ତାଙ୍କୁ ଲିଭର ଡୋନେଟ୍ କରିବା ପାଇଁ ରହିଥିଲେ କିନ୍ତୁ ତାଙ୍କ ଲିଭର ମ୍ୟାଚ୍ କଲାନି। ସେ ଗତ କାଲି ଲିଭର ଟ୍ରାନସପ୍ଲାଣ୍ଟ କରିବାକୁ ଦିଲ୍ଲୀ ଯାଇଛନ୍ତି।

ତାଙ୍କ ବଡ଼ ଭଉଣୀ ଏବଂ ତାଙ୍କ ମାମୁଁ ଝିଅ ତାଙ୍କୁ ଲିଭର ଡୋନେଟ୍ କରିବା ପାଇଁ ରାଜି ଥିଲେ କିନ୍ତୁ ତାଙ୍କ ବ୍ଲଡ଼ ଗ୍ରୁପ ମ୍ୟାଚ୍ କଲାନି। ସେଥିପାଇଁ ସେ ତାଙ୍କ ସହ ଯାଇପରିଲେନି। ପିଣ୍ଟୁଙ୍କ ମାମୁଁଙ୍କ ଝିଅ କହିଛନ୍ତି ତାଙ୍କ କିଏ ଜଣେ ବନ୍ଧୁ ଏବଂ ତାଙ୍କ ପିଉସୀଙ୍କ ଝିଅ ତାଙ୍କ ସହ ଦିଲ୍ଲୀ ଯାଇଛନ୍ତି। ତାଙ୍କ ବ୍ଲଡ଼ ଗ୍ରୁପ ମ୍ୟାଚ୍ କରୁଛି। ସେମାନେ ଲିଭର ଟ୍ରାନସପ୍ଲାଣ୍ଟ ପାଇଁ ରାଜି ଅଛନ୍ତି। ଦିଲ୍ଲୀକୁ ଗଲେ ତାଙ୍କର ଆହୁରି ଅନେକ ଟେଷ୍ଟ ହେବ ତାପରେ ଯାହାର ମ୍ୟାଚ୍ କରିବା ସେ ଲିଭର ଟ୍ରାନସପ୍ଲାଣ୍ଟ କରିବେ।

ପିଣ୍ଟୁ ନନ୍ଦଙ୍କ ବଡ଼ ଭଉଣୀ ଅର୍ଚ୍ଚନା ନନ୍ଦ ନିଜ ଭାଇକୁ ଲିଭର ଦେଇ ପାରିଲେନି ବୋଲି ସେ ବହୁତ୍ ଭାଙ୍ଗି ପଡିଛନ୍ତି। ସେ କହିଛନ୍ତି ମୋ ଭାଇ ଦେହ ବହୁତ୍ ଖରାପ୍। ତାକୁ ଭଲ ହେବା ପାଇଁ ୬୦-୮୦ ଲକ୍ଷ ଟଙ୍କା ଲାଗିବ। ଆମ ପାଖରେ ଏତେ ଟଙ୍କା ନାହିଁ ସେଥିପାଇଁ ଆପଣ ମାନେ ଆମକୁ କିଛି ତାଙ୍କ ଦେବା ସହିତ ମୋ ଭାଇର ଭଲ ପାଇ ଭଗବାନଙ୍କ ପାଖରେ ପ୍ରାଥନା କରନ୍ତୁ।

Leave a Reply

Your email address will not be published. Required fields are marked *