ବନ୍ଧୁମାନେ କଣ ଆପଣ ଜାଣନ୍ତି ଆମ ଶାସ୍ତ୍ର ଅନୁଯାୟୀ ସପ୍ତାହ ସାତ ବାର ମଧ୍ୟରେ ସବୁ ବାରର କିଛି ନା କିଛି ବିଶେଷ ମହତ୍ତ୍ଵ ଅଛି। ସେଥି ମଧ୍ୟରୁ ମଙ୍ଗଳ ବାର ଶ୍ରୀ ହନୁମାନଙ୍କୁ ସମର୍ପିତ ହୋଇଥାଏ ଓ ଏହି ଦିନ ତାଙ୍କର ପୂଜା ମଧ୍ୟ କରାଯାଏ। ଏପରି ମଧ୍ୟ କୁହା ଯାଇଛି କି ଏହି ଦିନ ଯେ କୌଣସି ବ୍ୟକ୍ତି ମନରେ ଯାହା ମନୋକମନା ରଖି ହନୁମାନଙ୍କୁ ପୂଜା କରେ ତାର ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ। ହେଲେ କଣ ଆପଣ ଜାଣନ୍ତି କି ମଙ୍ଗଳ ବାରରେ ଆପଣ କଣ ଏପରି କାର୍ଯ୍ୟ କରିବେ ନାହିଁ ଯେଉଁଥି ପାଇଁ ହନୁମାନ କ୍ରୋଧ କରନ୍ତି ଓ ଆପଣଙ୍କ ବ୍ରତ ଭାଙ୍ଗି ଯାଏ। କାରଣ ମଙ୍ଗଳ ବାର ସବୁଠୁ ଭାରି ଏବଂ ମଜବୁତ୍ ବୋଲି ମାନା ଯାଇଛି। ଯାହା ପ୍ରଭାବରେ ବ୍ୟକ୍ତି କ୍ରୋଧିତ ଅବା ଆତଙ୍କବାଦି, ଦୁରାଚାରି ଏବଂ ବିଦ୍ରୋହୀ ହୋଇଥାଏ।ବ୍ୟକ୍ତି ର ମଙ୍ଗଳ ଦୋଷ ଯଦି ଭାରି ପଡେ ତେବେ ବ୍ୟକ୍ତି କାଙ୍ଗାଳ ହୋଇଯାଇଥାଏ ଓ ପରିବାର ଉପରେ କଷ୍ଟ ଆସିଥାଏ।
୧. ମଙ୍ଗଳ ବାରରେ ବ୍ୟକ୍ତି ସମ୍ଭୋଗ କରିବା ଠାରୁ ଦୂରେଇ ରହିବା ଉଚିତ୍। ଦୁନିଆରେ କିଛି ଏପରି ବ୍ୟକ୍ତି ଅଛନ୍ତି ଯାହାଙ୍କୁ ଏପରି କାର୍ଯ୍ୟ କରି ବଜରଙ୍ଗବଲିଙ୍କ କ୍ରୋଧର ଶିକାର ହେବାକୁ ପଡ଼ିଥାଏ। ଏପରି ପାପ କେବେବି କରନ୍ତୁ ନାହିଁ ଏବଂ ଏହି ଦିନ ସ୍ତ୍ରୀ ଠାରୁ ଦୂରେଇ ରୁହନ୍ତୁ। ଏହି ଦିନ ସନ୍ତାନ ପ୍ରାପ୍ତି ହେବା ଅର୍ଥାତ୍ ସନ୍ତାନ ଅକର୍ମନ୍ୟ ବା ହିଞ୍ଜିଡ଼ା ସ୍ୱଭାବର ହୋଇଥାଏ।
୨. ମଙ୍ଗଳ ବାରରେ ଘରେ କୁକୁର ଅବା ବିଲେଇ ରହିଲେ ଏହା ଅଶୁଭ ମାନା ଯାଇଥାଏ ଓ ଏହା ଘରେ ଗରିବି ଆସିବାର ସଂକେତ ହୋଇଥାଏ। ଏହା ଦ୍ଵାରା ଝଗଡ଼ା ଆଦି ଭଳି ସଙ୍କଟ ଆସି ଥାଏ।
୩. ମଙ୍ଗଳ ବାର ଦିନ ଭଙ୍ଗା ପାନିଆ, ଭଙ୍ଗା ଆଇନା ଭୁଲରେ ମଧ୍ୟ ବ୍ୟବହାର କରନ୍ତୁ ନାହିଁ କାରଣ ଏହା ଦ୍ବାରା ମଙ୍ଗଳ ଗ୍ରହ ଅଶୁଭ ପରିଣାମ ଦେଇଥାଏ ଓ ବ୍ୟକ୍ତି କାଙ୍ଗାଳ ହେଇଯାଇପାରେ।
୪. ମଙ୍ଗଳବାରରେ କେଉଁ ଜିନିଷର ଭାଙ୍ଗିବା ମଧ୍ୟ ଅଶୁଭ ମାନା ଯାଇଛି। ଏହି ଦିନ ଭଙ୍ଗା ବାହାନରେ ବା ଗାଡ଼ିରେ ବସି ମଧ୍ୟ ଯିବା ଅଶୁଭ ହୋଇ ଥାଏ। ଏହା ବହୁତ୍ ବଡ଼ ଦୁର୍ଘଟଣାର କାରଣ ହୋଇଥାଏ। ଏହି ଦିନ ଯେଉଁ ବ୍ୟକ୍ତି ନଗାଧେଇ ଯଦି କିଛି କରନ୍ତି ତେବେ ତାଙ୍କ କାର୍ଯ୍ୟରେ ସଫଳତା ମିଳେ ନାହିଁ। ଏହିଦିନ ବ୍ୟକ୍ତିର କର୍ମ ଅନୁଯାୟୀ ବ୍ୟକ୍ତି କାଙ୍ଗାଳ ହୋଇପାରେ ଅବା ମାଲାମାଲ ମଧ୍ୟ ହୋଇପାରେ।
୫. ଏହି ଦିନ ମଦ ମାଂସ ବିଡି ସିଗାରେଟ ଠାରୁ ଦୂରେଇ ରୁହନ୍ତୁ। ଯଦି ଆପଣ ଏପରି କରନ୍ତି ତେବେ ମହାବଲିଙ୍କୁ କଷ୍ଟ ଆସିଥାଏ ଓ ଆପଣଙ୍କୁ ପାପ ଲାଗିଥାଏ। ଏଥିଲାଗି ଆପଣଙ୍କ ମଙ୍ଗଳ ଗ୍ରହ ସ୍ଥିତି ଖରାପ ଆଡ଼କୁ ଆସି ଯାଇଥାଏ।
୬. ମଙ୍ଗଳ ବାରକୁ ବ୍ରତ ରଖୁଥିବା ବ୍ୟକ୍ତି ଲୁଣ,ପିଆଜ,ରସୁଣର ବ୍ୟବହାର କରିବା ଅନୁଚିତ୍। ଏହି ଦିନ କାହା ବିଷୟରେ ଚୁଗୁଲୀ ଅବା ଝଗଡ଼ା,ଗାଳି ଆଦି କରିବା ଅନୁଚିତ୍। ଲୁଚିକରି କାହା କଥା ଶୁଣିବେ ନାହିଁ ଓ ସ୍ତ୍ରୀକୁ ଗାଧୋଉଥିବାର ଦେଖିବା ଅନୁଚିତ୍। ସ୍ତ୍ରୀ ଉପରେ ଖରାପ ନଜର ରଖିବା ଅନୁଚିତ୍ କାରଣ ମଙ୍ଗଳ ଅତ୍ୟନ୍ତ କ୍ରୋଧିତ ହୋଇପାରେ।
୭. ଏହିଦିନ ହୋମ ଯଜ୍ଞ, ବାଳ କାଟିବା ,ନଖ କାଟିବା,ଚିରା ଫଟା କପଡା ପିନ୍ଧିବା ଆଦିରୁ ଦୂରେଇ ରହିବା ଉଚିତ୍। ଏହାଦ୍ବାରା ଅଭିଶାପ ପଡେ ଏବଂ ରାହୁ ଏବଂ କେତୁଙ୍କ ପ୍ରଭାବ ମଧ୍ୟ ପଡେ। ମଙ୍ଗଳ ବାରକୁ କଳା କପଡା ପିନ୍ଧିବା ଅନୁଚିତ୍ ଅବା କଳା କପଡା କିଣିବା ମଧ୍ୟ ଅନୁଚିତ୍।
୮. ମଙ୍ଗଳ ବାରକୁ ମିଠା ବସ୍ତୁ ଦାନ କରୁଥିବା ବ୍ୟକ୍ତିକୁ ମିଠା ଦ୍ରବ୍ୟ ଠାରୁ ଦୂରେଇ ରହିବା ଉଚିତ୍। କେବେ ଦାନ ଖରାପ ମନରେ ଦେବା ଅନୁଚିତ୍ ଏପରି କଲେ ବଜରଙ୍ଗବାଲି କ୍ରୋଧ କରନ୍ତି।
୯. ଏହିଦିନ ସଚା ମନରେ ହନୁମାନ ଚାଳିଶା ପାଠ କରିବା ଉଚିତ୍। ହନୁମାନଙ୍କ ଉପରେ ଚମେଲିର ତେଲ ଦେବା ଉଚିତ୍। ଏହା ଦ୍ଵାରା ସାଢେ଼ ସାତିରୁ ମୁକ୍ତି ମିଳିଥାଏ ଓ ସନିଦେଵ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି।
୧୦. ଏହି ଦିନ କ୍ଷୀର ଉତୁରିବା, ତେଲ ଢାଳିବା, କାଚ ଭାଙ୍ଗିଯିବା ଏପରି ଦେଖା ଗଲେ ଦୁର୍ଭାଗ୍ୟ ଆସି ଥାଏ। ଏହିଦିନ ଭଙ୍ଗା ଗାଡ଼ି, ଲୁହା ଚାବି, ଷ୍ଟିଲ ବାସନ, ଭଙ୍ଗା ମିଠା, ଛୁରୀ, କଇଞ୍ଚି ଅବା ମହିଳାଙ୍କ ମେକଅପ୍ ଆଦି ବସ୍ତୁ କେବେବି ଘରକୁ ଆଣନ୍ତୁ ନାହିଁ। ଏହି ଦିନ ସାବୁନ ମଧ୍ୟ କିଣିବା ଅନୁଚିତ୍। ଏହା ଦ୍ଵାରା ବ୍ୟକ୍ତି କାଙ୍ଗାଳ ହୋଇଥାଏ। ମଙ୍ଗଳ ଗ୍ରହ ସହିତ ବଜରଙ୍ଗବଲି ମଧ୍ୟ ନାରାଜ ହୋଇଯାଆନ୍ତି। ଏହି ସବୁ ଉପରେ ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ ଅଟେ।