୭ ମହଲରୁ ଡେଇଁ ଆ-ତ୍ମହ-ତ୍ୟା କଲା ପରିବାର, ବୁଢ଼ୀ ମାଆ ସହ ଆତ୍ମ-ହତ୍ୟା କଲେ ଦୁଇଜଣ ଶିଶୁ। କାରଣ ଜାଣିଲେ କାନ୍ଦି ପକେଇବେ….

ବର୍ତ୍ତମାନ ସମୟରେ ଆତ୍ମ-ହତ୍ୟା କରିବା ଏକ ସାଧାରଣ କଥା ହୋଇଗଲାଣି। ଅନେକ ଯୁବପିଢ଼ି ଛୋଟ ଛୋଟ କଥାରେ ନିଜେ ନିଜର ଜୀବନ ହାରିବା ପାଇଁ ପଛାଉ ନାହାଁନ୍ତି। କେହି କେହି ପ୍ରେମ ପାଇଁ ଆତ୍ମ-ହତ୍ୟା କରୁଛନ୍ତି ତ ଆଉ କେହି ପାରିବାରିକ କଳି ପାଇଁ ଆତ୍ମ-ହତ୍ୟା କରୁଛନ୍ତି। ଆଉ କିଛି କରଜ କରି ସୁଝି ନ ପାରିଲେ ଆତ୍ମ-ହତ୍ୟା କରୁଥିବାର ଖବର ସାମ୍ନାକୁ ଆସୁଛି। କିନ୍ତୁ ବର୍ତ୍ତମାନ ଯେଉଁ ଖବର ସାମ୍ନାକୁ ଆସିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଗୋଟିଏ ପରିବାର ୭ ମହଲାରୁ ଆତ୍ମହତ୍ୟା କଲେ।

ତେବେ ଏଭଳି ଅଭାବନୀୟ ଘଟଣା ସ୍ୱିଜରଲ୍ୟାଣ୍ଡରେ ଘଟିଛି। ମିଳିଥିବା ସୂଚନାନୁଯାୟୀ, ସ୍ୱିସ୍‌ ରିସୋର୍ଟ ଅଫ୍ ମଣ୍ଟ୍ରେଉକ୍ସର ୭ ମହଲା ରେ ଗୋଟିଏ ପରିବାର ରହୁଥିଲା। ଉକ୍ତ ପରିବାରରେ ୪୦ ବର୍ଷୀୟ ଦୁଇ ଜଣ ବୟସ୍କ ପୁରୁଷ, ଦୁଇ ଜଣ ଶିଶୁ ଓ ଜଣେ ବୃଦ୍ଧ ମହିଳା ରହୁଥିଲେ। ତେବେ ସେମାନଙ୍କ ମଧ୍ୟରେ ଏପରି କଣ ଘଟିଲା ଯେ ସମସ୍ତ ପରିବାର ଲୋକ ଉଚ୍ଚ ଅଟ୍ଟାଳିକା ଉପରୁ ଆତ୍ମ-ହତ୍ୟା କଲେ। ତେବେ ଏଥିରେ ୪ ଜଣ ମୃତ୍ୟୁ ଓ ଜଣେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣା ପଡ଼ିଛି।

ତେବେ ପାଖ ପଡୋଶୀ ଙ୍କ କହିବାନୁଯାୟୀ, କିଛି ଦିନ ହେବ ଉକ୍ତ ପରିବାର ଲୋକେ କାହା ସହ କଥାବାର୍ତ୍ତା ହେବା ବନ୍ଦ କରିଦେଇଥିଲେ। ଏପରିକି ତାଙ୍କ ରୁମରୁ କୌଣସି ଶବ୍ଦ ଶୁଣା ଯାଉନଥିଲା। ସେହିଭଳି ଆଉ ଜଣେ ପଡୋଶୀ କହିଥିଲେ ଯେ
ବାଲ୍‌କୋନୀରେ ପରିବାର ମୁରବୀ କାହାକୁ ହ୍ୟାଲୋ ବୋଲି କହୁ ନଥିଲେ। ଗୁରୁବାର ଦିନ ସେ ଯେତେବେଳେ କିଛି ପଡିବାର ଶବ୍ଦ ଶୁଣିଲେ ସେତେବେଳେ ସେ ଦେଖିବା ପାଇଁ ଦୌଡ଼ି ଆସିଲେ ଏବଂ ଦେଖିଲା ବେଳକୁ ଉକ୍ତ ପରିବାର ରକ୍ତରେ ଲହୁଲୁହାଣ ହୋଇ ତଳେ ପଡିଛନ୍ତି।

ତେବେ ଖବର ପାଇ ପୋଲିସ ଆସି ଘଟଣାସ୍ଥଳରେ ପହଞ୍ଚି ଥିଲା ଏବଂ ତ-ଦନ୍ତ ପ୍ରକ୍ରିୟା ଆରମ୍ଭ କରି ଦେଇଥିଲା। ତେବେ କେଉଁ କାରଣ ପାଇଁ ଉକ୍ତ ପରିବାରର ସମସ୍ତ ସଦସ୍ୟ ଆତ୍ମ-ହତ୍ୟା ପାଇଁ ଉଦ୍ୟମ କଲେ ତାହା ସ୍ପଷ୍ଟ ହୋଇପାରି ନାହିଁ। ତେବେ ଏହି ଖବର ଚାରିଆଡେ ଭାଇରାଲ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *