୭ ବର୍ଷ ଧରି ଲିଭିଙ୍ଗରେ ରହିଲେ, ଆଉ ଶେଷରେ ମୁଣ୍ଡ ତଳେ ଟଙ୍କା ରଖି ଦେଇ ପ୍ରେମୀଙ୍କୁ ଛାଡ଼ ଚାଲିଗଲା…

ପ୍ରେମ କଲେ ଆଉ ସମ୍ପର୍କ ରଖିଲେ । ମଥାରେ ସିନ୍ଦୂର ଦେଇ ସ୍ତ୍ରୀ ରୂପରେ ଗ୍ରହଣ ବି କଲେ । କିନ୍ତୁ ଶେଷରେ ଧୋକା ଦେଇ ପଳାଇ ଆସିଲେ ଯୁବକ । ଶେଷରେ ଭୁଲି ଗଲେ ସେହି ଭଲ ପାଇବା । ସେହି ରଖିଥିବା ସବୁ ସମ୍ପର୍କ । ସ୍ତ୍ରୀର ମର୍ଯ୍ୟାଦା ଦେଇ ଛାଡି ଆସିପାରିଲେ । ଆଉ ଏବେ ସ୍ତ୍ରୀ ନିଜ ସ୍ଵାମୀ ଘର ଆଗରେ ଧାରଣା ଦେଇ ବସିଛି । କାନ୍ଦି କାନ୍ଦି ତାର ଅଧିକାର ଜାହିର କରୁଛି । କିନ୍ତୁ ତା କଥା ଶୁଣିବା ପାଇଁ କେହି ନାହିଁ ।

ଦୀର୍ଘ ସାତ ବର୍ଷ ହେବ ସମ୍ପର୍କ ରଖିଥିଲେ ଅନୁଗୁଳ ଅଞ୍ଚଳର ପିଙ୍କି ଏବଂ ଖୋର୍ଦ୍ଧା ଅଞ୍ଚଳର ଅଶୋକ ନାମକ ବ୍ୟକ୍ତି । ଭୁବନେଶ୍ବରରେ ଭେଟ ହୋଇଥିଲା ଦୁହିଁଙ୍କର । ଆଉ ତାପରେ ଦୁହିଁଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଗଢ଼ି ଉଠିଥିଲା । ତେବେ ପିଙ୍କି ଅଲଗା ଜାତିର ହୋଇଥିବାରୁ ଅଶୋକ ଘର ଲୋକ ତାଙ୍କୁ ଗ୍ରହଣ କରିବାକୁ ରାଜି ନଥିଲେ । ତେଣୁ ଦୁହେଁ ମନ୍ଦିରରେ ବିବାହ କରି ନେଇ ଏକାଠି ଏକ ଭଡ଼ା ଘରେ ରହୁଥିଲେ । ସାତ ବର୍ଷ ହେବ ଏକାଠି ରହିବା ପରେ ପିଙ୍କି ନିଜ ସ୍ୱପ୍ନର ଦୁନିଆଁ ଗଢି ଦେଇଥିଲେ ।

ପିଙ୍କି ନିଜ ସ୍ଵାମୀ ଅଶୋକଙ୍କୁ ବିଶ୍ୱାସ କରି ମଧ୍ୟ ନିଜର ସବୁ କିଛି ଦେଇ ଦେଇଥିଲେ । ଦୁହେଁ ଶାରୀରିକ ସମ୍ପର୍କ ରଖିଥିଲେ । ଆଉ ଅନେକ ଥର ଶାରୀରିକ ସମ୍ପର୍କ ରଖିବା ପରେ ମଧ୍ୟ ଅଶୋକ ତାଙ୍କ ଧୋକା ଦେଇ ଚାଲି ଆସିଥିଲେ । ହଠାତ୍ ପିଙ୍କି ଶୋଇଥିବା ସମୟରେ ଅଶୋକ ତାଙ୍କ ମୁଣ୍ଡ ତଳେ ୧୦,୦୦୦ ଟଙ୍କା ରଖି ଦେଇ ତାଙ୍କୁ ଛାଡି ଚାଲି ଆସିଥିଲେ । ଆଉ ତାପରେ ପିଙ୍କି ଦେଖିଲା ବେଳକୁ ପୁରାପୁରି ଛାନିଆ ହୋଇ ଯାଇଥିଲେ । ଅଶୋକଙ୍କୁ ଅନେକ ଥର ଫୋନ୍ କରି ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ହୋଇ ପାରିନଥିଲା ।

ଅଶୋକ ଫୋନ୍ ଉଠାଇ ନଥିଲେ ଆଉ ବାରମ୍ବାର ନିରାଶ ହେବା ପରେ ପିଙ୍କି ଅଶୋକଙ୍କ ଘର ଆଗରେ ଧାରଣା ଦେବା ପାଇଁ ବାଧ୍ୟ ହୋଇଥିଲେ । ଧାରଣା ଦେଇ ଘର ଆଗରେ ବସିଥିଲେ କିନ୍ତୁ ଘରେ କାହାର ଦେଖା ଦର୍ଶନ ନଥିଲା । ଏହାପରେ ରାତି ଅଧିକ ହୋଇଯିବାରୁ ପିଙ୍କି ପୋଲିସକୁ ଫୋନ୍ କରି ନିଜ ସୁରକ୍ଷା ମାଗିଥିଲେ । କିନ୍ତୁ ପୋଲିସ ଆସି ପିଙ୍କିଙ୍କୁ ଉଠାଇ ନେଇ ଯାଇଥିଲା ଆଉ ତାଙ୍କୁ ସୁଧାର ଗୃହରେ ଛାଡି ଦେଇ ଆସିଥିଲା । ତେବେ ବର୍ତ୍ତମାନ ପିଙ୍କି ସେଠାରୁ ଖସି ଆସି ନିଜ ନ୍ୟାୟ ଆଶାରେ ଅନାଇ ବସିଛନ୍ତି ।

Leave a Reply

Your email address will not be published. Required fields are marked *