କୁକୁରକୁ ମାରିବା ପାଇଁ ଫିଙ୍ଗା ଯାଇଲା ବିଷାକ୍ତ ବିସ୍କୁଟ । ଭୁଲ୍ ରେ ଖାଇ 2 ବର୍ଷର ନିରୀହ ଶିଶୁର ମୃତ୍ୟୁ ।

ଦୁଇ ବର୍ଷର ଏକ ନିର୍ଦ୍ଦୋଷ ଝିଅ ସହିତ ଏକ ଅତ୍ୟନ୍ତ ଦୁଃଖଦ ଘଟଣାଲା ଯେତେବେଳେ ସେ ଖେଳିବା ପାଇଁ ଘରୁ ବାହାରକୁ ଆସିଥିଲା । ଖେଳିବା ସମୟରେ ତାର ଆଖି ରାସ୍ତାରେ ପଡ଼ିଥିବା ବିସ୍କୁଟ ଉପରେ ପଡ଼ିଲା ଏବଂ ନିରୀହ ଝିଅଟି ସେହି ବିସ୍କୁଟକୁ ଉଠାଇ ଖାଇଲା । ବିସ୍କୁଟ ଖାଇବାର କିଛି ସମୟ ପରେ ତାର ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଲା । ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲା ।

ଝିଅଟିର ସ୍ୱାସ୍ଥ୍ୟବସ୍ଥା ଖରାପ ହେବା ଦେଖି ପରିବାର ଲୋକେ ତାକୁ ଶୀଘ୍ର ଡାକ୍ତରଖାନାକୁ ନେଇଗଲେ । ସେଠାରେ ଡାକ୍ତର ଯାହା କହିଥିଲେ ତାହା ଶୁଣି ପରିବାର ଲୋକଙ୍କ ପାଦ ତଳୁ ମାଟି ଖସିଯାଇଥିଲ । ଡାକ୍ତରମାନେ କହିଛନ୍ତି ଝିଅଟି ଯେଉଁ ବିସ୍କୁଟ ଖାଇଛି ସେଥିରେ ବିଷ ମିଶା ଯାଇଥିଲା । ଡାକ୍ତରମାନେ ଝିଅକୁ ବଞ୍ଚାଇବାକୁ ସମସ୍ତ ଚେଷ୍ଟା କରିଥିଲେ ମଧ୍ୟ ତାକୁ ବଞ୍ଚାଇ ପାରିନଥିଲେ କାରଣ ବିଷ ତାର ଶରୀରରେ ବ୍ୟାପି ଯାଇଥିଲା ।

କୁହାଯାଉଛି ଯେ ଏହି ଘଟଣାଟି ଫେବୃଆରୀ 3 ର ଅଟେ ଏବଂ ଝିଅଟିର ନାମ ହେଡି ବିଲେରିଆ । ଝିଅଟିର ବୟସ ଦୁଇ ବର୍ଷ ଏବଂ ସେ ମେକ୍ସିକନ ରାଜ୍ୟର ଜାଲିସ୍କୋ ସ୍ଥିତ ଟୋଟୋଟଲାନ ମ୍ୟୁନିସିପାଲିଟିରେ ରହୁଥିଲେ । କୁହାଯାଉଛି ଯେ ଏହି ବିଷାକ୍ତ ବିସ୍କୁଟକୁ କୁକୁରମାନଙ୍କ ପାଇଁ ରାସ୍ତାରେ ରଖାଯାଇଥିଲା, କିନ୍ତୁ ଝିଅଟି ଭୁଲ୍ ରେ ଏହାକୁ ଖାଇଦେଲା ।

ପରିଷଦର ସେକ୍ରେଟେରୀ ଜେନେରାଲ୍ ଏପିଗ୍ମୋନିୟୋ କ୍ୟରିଲୋ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଘଟଣାର ତଦନ୍ତ ଚାଲିଥିବା ବେଳେ ଏହି ଘଟଣାକୁ ଆନୁଷ୍ଠାନିକ ଭାବେ ନିଶ୍ଚିତ କରାଯାଇ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଅନ୍ୟ ଜଣେ 6 ବର୍ଷର ସ୍ଥାନୀୟ ଶିଶୁ ମଧ୍ୟ ଅଜଣା ପଦାର୍ଥ ଖାଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ତେବେ ଏପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁ ଯେ ଏହି ଶିଶୁଟି ମୃତ ଶିଶୁ ସହିତ ଜଡିତ କି ନାହିଁ ।

ଏହି ଘଟଣାକୁ ନେଇ ଲୋକମାନେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର କମେଣ୍ଟ ଦେଇଛନ୍ତି । ଏକ୍ଟିବିଷ୍ଟ ଆର୍ଟୁରୋ ଇସ୍ଲାସ୍ ଏଲେଣ୍ଡେ କହିଛନ୍ତି ଯେ“ବେଲେରିଆ ଆଉ ଆମ ଗହଣରେ ନାହିଁ । ଆମେ ଦୁଇ ବର୍ଷର ନିରୀହ ଝିଅକୁ ହରାଇଲୁ । ଜଲିସ୍କୋର ଟୋଟୋଟଲାନରେ କିଛି ବେଇମାନ୍ ଲୋକ ବିଷାକ୍ତ ବିସ୍କୁଟ ପକାଇଥିଲେ । ଏହି ଲୋକମାନଙ୍କୁ ଜେଲକୁ ପଠାଯିବା ଉଚିତ୍ “।

କର୍ତ୍ତୃପକ୍ଷ ତଦନ୍ତ ଜାରି ରଖିବା ସହିତ ପୀଡିତାଙ୍କ ପରିବାରକୁ ସମ୍ପୂର୍ଣ୍ଣ ସହାୟତା କରୁଛନ୍ତି । ଟୋଟୋଟଲାନ୍ ର ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ କୌଣସି ଏକ ପରିବାର କୁକୁରକୁ ମାରିବା ପାଇଁ ଏହି ବିଷାକ୍ତ ବିସ୍କୁଟକୁ ରଖିଥିଲେ ଏବଂ ଝିଅଟି ତାକୁ ଖାଇଦେଇଥିଲା ।

ଏହି ଘଟଣା ରୁ ଆପଣ ଶିଖିବା ଉଚିତ ଯେ ପିଲାମାନଙ୍କ ଉପରେ 24 ଘଣ୍ଟା ନଜର ରଖିବା ଉଚିତ୍ । ସେମନେ କ’ଣ ଖାଉଛନ୍ତି ଏବଂ କେଉଁଠି ଖେଳୁଛନ୍ତି ସେଥିପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *