୧୦ ଗୁଣା ବଢିଯିବ ଟଙ୍କା ଆମଦାନୀ , ପ୍ରତ୍ୟେକ ଦିନ ପୂଜା କରିବା ସମୟରେ ଏହି କାମ କରୁନଥିଲେ ଆଜିହିଁ ଆରମ୍ଭ କରି ଦିଅନ୍ତୁ :-

ସବୁ ଶୁଭ କାର୍ଯ୍ୟରେ ଦୀପ ଜଳାଇବା ଅନିର୍ବାର୍ଯ୍ୟ ଅଟେ । କାରଣ ଦୀପର ପ୍ରକାଶ ହିଁ ପରମ ପ୍ରଭୁଙ୍କ ସହିତ ଜଡ଼ିତ ହେବାର ଏକ ସ୍ୱତନ୍ତ୍ର ମାଧ୍ୟମ ଅଟେ । ବିଶେଷ କରି ହିନ୍ଦୁ ଧର୍ମରେ ପୂଜା କରିବା ସମୟରେ ଦୀପ ଜଳା ଯାଇଥାଏ । ଦେବଦେବୀଙ୍କ ପ୍ରତି ଥିବା ମନସ୍କାମନା ଅନୁଯାୟୀ ହିଁ ଦୀପରେ ତେଲ କିମ୍ବା ଘିଅ ଢ଼ାଳି ଦୀପ ପ୍ରଜ୍ଜ୍ଵଳିତ କରାଯାଏ । ଯାହାଦ୍ୱାରା ଇଷ୍ଟ ଦେବତା ପ୍ରସନ୍ନ ରହନ୍ତି । ଆଜିକାର ଏହି ଲେଖାରେ ଆମେ କହିବୁ ଯେ ଦୀପରେ କେଉଁ ଜିନିଷ ଦେଇ ଦୀପ ଜଳାଇଲେ ଭଗବାନ ପ୍ରସନ୍ନ ହୁଅନ୍ତି ।

ପ୍ରଥମତଃ ଦୀପ ଜଳାଇବା ସମୟରେ ନିଜ ମୁଣ୍ଡକୁ ଢାଙ୍କି ଦୀପ ଜଳାନ୍ତୁ ।। ଯଦି ଆପଣ ପୁରୁଷ ତେବେ ମୁଣ୍ଡରେ ରୁମାଲ ରଖି ପାରିବେ । ମହିଳା ମାନେ ଓଢଣୀ ଦେଇ ଦୀପ ଜଳାଇବା ଉଚିତ । ମୁଣ୍ଡରେ କପଡ଼ା ନଦେଇ ଦୀପ ଜାଳିବା ଲୋକଙ୍କର ସବୁଠାରୁ ବଡ଼ ଭୁଲ ହୋଇଥାଏ । ଦୀପ ଜାଳିବା ସମୟରେ ତଳେ ଗୋଟା ଚାଉଳ କିମ୍ବା ସାତ ପ୍ରକାରର ଶସ୍ୟ କିମ୍ବା କୌଣସି ଫୁଲ ପାଖୁଡ଼ା ରଖି ଦିଅନ୍ତୁ । ନଚେତ ଆପଣଙ୍କ ପୂଜା ଭଗବାନ ସ୍ୱୀକାର କରିବେ ନାହିଁ ।

ଯଦି ଆପଣ ମା ଭଗବତୀ ଏବଂ ମାତା ଦୁର୍ଗାଙ୍କୁ ପ୍ରସନ୍ନ କରିବାକୁ ଚାହୁଁଛନ୍ତି ତେବେ ତିଳ ତେଲରେ ଦୀପ ଜଳାନ୍ତୁ । ଏଥିରେ ବାତୀ ଆକାରରେ ମୋୖଲି ସୂତାର ବାତୀ ଲଗାନ୍ତୁ । ଏହାଦ୍ବାରା ପୂଜା ସଫଳ ହୋଇଥାଏ । ଯଦି ଆପଣ ନିଜ ଇଷ୍ଟ ଦେବଙ୍କ ପୂଜା ନିଜ ଇଚ୍ଛା ଅନୁସାରେ କରିବାକୁ ଚାହୁଁଛନ୍ତି ତେବେ ଗାଈ ଘିଅରେ ଦୀପ ଜଳାନ୍ତୁ ।

ଯଦି ଆପଣ ନିଜ ଶତ୍ରୁଙ୍କ ଠାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ସୋରିଷ ତେଲରେ ଦୀପ ଜଳାନ୍ତୁ । ଏହାଦ୍ବାରା ଆପଣ କାର୍ଯ୍ୟରେ ସଫଳତା ପାଇବେ ଏବଂ ଶତ୍ରୁ ମଧ୍ୟ ଆଉ ହଇରାଣ କରିବେ ନାହିଁ । ଏହି ଦୀପ ଜଳାଇ ହନୁମାନ ଚାଲିଶା ପାଠ କରନ୍ତୁ ଏବଂ ଦୀପରେ ଦୁଇଟି ଲବଙ୍ଗ ପକାନ୍ତୁ ।

ଦୀପ ଜଳାଇବା ସମୟରେ କିଛି ନିର୍ଦିଷ୍ଟ ଶବ୍ଦ କହିବା ଉଚିତ ଯାହାଦ୍ୱାରା ଜୀବନର ସବୁ ସମସ୍ୟା ଦୂରେଇ ଯିବ ।

ଶୁଭମ କରୋତି କଲ୍ୟାଣମ

ଆରୋଗ୍ୟମ ଧନ ସମ୍ପତା ।

ଶତ୍ରୁ ବୁଦ୍ଧି ବିନାଶାୟ

ଦୀପଂ ଜ୍ୟୋତି ନମସ୍ତୁତେ ।।

ଦୀପ ଜଳାଇବା ଦ୍ୱାରା ଘରକୁ ସୁଖ ସମୃଦ୍ଧି ଆସିଥାଏ । ଶତ୍ରୁ ମାନେ ଚାହିଁଲେବି ଆପଣଙ୍କର କୌଣସି ପ୍ରକାରର କିଛି କ୍ଷତି କରି ପାରିବେ ନାହିଁ ।

Leave a Reply

Your email address will not be published. Required fields are marked *