ନିଜ ଭାଇଙ୍କ ବିଷୟରେ ଖୋଲି କରି କହିଲେ ୟୁଟ୍ୟୁବର ଲକି , କଲେଜର ଗୋଟିଏ ପୁଅକୁ ମାରିଥିଲେ ଚାପୁଡ଼ା

ୟୁଟ୍ୟୁବ ଏପରି ଏକ ପ୍ଲାଟଫର୍ମ , ଯାହା ସମସ୍ତଙ୍କୁ ଘରେ ଘରେ ପରିଚିତ କରାଇ ଦେଇଥାଏ । ବର୍ତ୍ତମାନ ସମୟରେ ଅନେକ ୟୁଟ୍ୟୁବର ଅଛନ୍ତି , ଯେଉଁମାନେ ସଫଳତାରେ ପାଦ ଦେଇଛନ୍ତି । ୟୁଟ୍ୟୁବ ସେମାନଙ୍କୁ ଦେଇଛି ଏକ ଭିନ୍ନ ପରିଚୟ , ଯେଉଁଠି ସେମାନେ ନିଜ କ୍ୟାରିୟର ଗଢିବାରେ ମଧ୍ୟ ସଫଳ ହୋଇଛନ୍ତି । ତେବେ ସେପରି ଦୁଇ ଜଣ ୟୁଟ୍ୟୁବର ହେଉଛନ୍ତି ସିଦ୍ଧାର୍ଥ ଏବଂ ଲକି । ଦୁହେଁ ଭାଇ ଭଉଣୀ ଅଟନ୍ତି । ଅନେକ ସଂଘର୍ଷ କରି ସେମାନେ ୟୁଟ୍ୟୁବ ଦୁନିଆଁରେ ନିଜର ଏକ ପରିଚୟ ସୃଷ୍ଟି କରିପାରିଛନ୍ତି ।

ତେବେ ରକ୍ଷାବନ୍ଧନ ଅବସରରେ ଭାଇ ଭଉଣୀ ଦୁହେଁ ଦୁହିଁଙ୍କ ବିଷୟରେ କିଛି କଥା ଖୋଲାଖୋଲି ଭାବରେ କହି ଦେଇଛନ୍ତି । ତେବେ ସିଦ୍ଧାନ୍ତଙ୍କ କହିବା ଅନୁଯାୟୀ , ସେ ଗୋଟିଏ ଭଲ ଭଉଣୀ ପାଇଛନ୍ତି ଯିଏ ତାଙ୍କ ଦୁଃଖ ସୁଖରେ ତାଙ୍କର ସାଥି ହୋଇଥାଏ ଆଉ ତାଙ୍କର ସବୁ କଥା ବୁଝିଥାଏ । କେବେ କେଉଁ କଥା ପାଇଁ ଜିଦି କରି ନଥାଏ ସେ । ଯେଉଁ ଜିନିଷ ତାକୁ ଥରେ ମିଳିବ ନାହିଁ ବୋଲି ମନା କରିଦେଲେ , ସେହି କଥାକୁ ସେ ଦୋହରାଏ ନାହିଁ ବୋଲି କହିଛନ୍ତି ସେ । ଅନ୍ୟ ପକ୍ଷରେ ନିଜ ଭାଇର ମଧ୍ୟ ପ୍ରଶଂସା କରିଛନ୍ତି ଲକି।

ତାଙ୍କ ଭାଇ ସବୁବେଳେ ତାଙ୍କୁ ରକ୍ଷା କରିଥାନ୍ତି । ଏମିତି ବି ପରିସ୍ଥିତି ଆସିଛି , ଯେତେବେଳେ ତାଙ୍କ ଭାଇ ତାଙ୍କ ପାଇଁ ଗୋଟିଏ ପୁଅକୁ ମାଡ଼ ମାରିଛନ୍ତି । କଲେଜରେ ତାଙ୍କୁ ଫୋଲୋ କରି ଆସୁଥିବା ଗୋଟିଏ ପୁଅକୁ ଏକଦା ଗୋଟିଏ ଚାପୁଡା ମାରିଥିଲେ ସିଦ୍ଧାନ୍ତ । ତେଣୁ କୁହାଯାଏ ନା ଭାଇ ସଦାବେଳେ ନିଜ ଭଉଣୀ ପାଇଁ ଉପସ୍ଥିତ ରହିଥାଏ । ଅନ୍ୟ ପକ୍ଷରେ ସେମାନେ କହିଛନ୍ତି କି , ଦୁଃଖ ବୋଲି ସେମାନେ କଣ ଜାଣି ନାହାନ୍ତି । ପରିସ୍ଥିତି ଯେତେ ଖରାପ ଥିଲେ ବି ସେମାନେ ହସି ଥାଆନ୍ତି ଆଉ ସମସ୍ତଙ୍କୁ ଆଗକୁ ଏମିତି ହିଁ ହସାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଅନ୍ୟ ପକ୍ଷରେ ନିଜ ୟୁଟ୍ୟୁବ ଯାତ୍ରା ବିଷୟରେ ସେମାନେ କହିଛନ୍ତି କି , ୟୁଟ୍ୟୁବ ତାଙ୍କୁ ଏକ ଭିନ୍ନ ପରିଚୟ ଦେଇଛି । ରାସ୍ତାରେ ଗଲା ବେଳେ ଲୋକେ ଆସି ତାଙ୍କୁ କୁଣ୍ଢାଇ ପକାଇଥାନ୍ତି ଆଉ ଯେତେବେଳେ ସେମାନଙ୍କ ସହିତ ଫୋଟ ନେଇଥାନ୍ତି , ତାହା ତାଙ୍କୁ ବହୁତ ଭଲ ଲାଗିଥାଏ ଆଉ ଗର୍ବ ଅନୁଭବ ହୋଇଥାଏ । ଆଗକୁ ଲୋକଙ୍କ ଆଶୀର୍ବାଦ ଆଉ ଭଲ ପାଇବା ସେମାନଙ୍କ ସହିତ ରହିଥାଉ ବୋଲି ସେମାନେ କହିଛନ୍ତି । ଆଗକୁ ଆହୁରି ଭଲ ଭଲ ଭିଡିଓ ମାଧ୍ୟମରେ ସେମାନେ ହସାଇବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *