ଗରିବ ମାନଙ୍କ ପାଇଁ ଆସିଲା ଖୁସି ଖବର , ୫ ଟଙ୍କା ଖର୍ଚ୍ଚ କରି ଖାଇ ପାରିବେ ପେଟ ପୁରା ଖାଦ୍ୟ

ଆମ ଦେଶରେ ଗରିବ ଲୋକଙ୍କ ସଂଖ୍ୟା କମ୍ ନାହିଁ । ଏପରି ଅନେକ ଲୋକ ରହିଛନ୍ତି , ଯେଉଁ ମାନେ ଦୁଇ ବେଳା ପେଟ ପୁରା ଖାଦ୍ୟ ଖାଇବାକୁ ପାଉ ନାହାଁନ୍ତି । ତେଣୁ ଏପରି ପରିସ୍ଥିତିକୁ ଆଖି ଆଗରେ ରଖି ସରକାର ଅନେକ ସମୟରେ ଅନେକ ନୂଆ ନୂଆ ଯୋଜନା ପ୍ରଣୟନ କରିଥାନ୍ତି । ଯେଉଁଥିରେ ଗରିବ ଲୋକ ମାନଙ୍କୁ ରାସନ୍ ସୁବିଧା ଯୋଗାଇ ଦିଆ ଯାଇଥାଏ । ତେବେ ବର୍ତ୍ତମାନ ସମୟରେ ଆଉ ଥରେ ଏକ ଖୁସି ଖବର ସାମ୍ନାକୁ ଆସିଛି ।

ଆଉ ଗରିବ ଲୋକ ମାନଙ୍କୁ ଭୋକରେ ଆଉଟୁ ପାଉଟୁ ହେବାକୁ ପଡିବ ନାହିଁ । କାହିଁକି ନା ସରକାର ଆଣିଛନ୍ତି ନୂଆ ଯୋଜନା । ଯେଉଁଥିରେ ଗରିବ ଲୋକ ମାନଙ୍କୁ ଦୁଇ ବେଳା କେବଳ ୫ ଟଙ୍କା ଏବଂ ୧୦ ଟଙ୍କା ଖର୍ଚ୍ଚ କରି ପେଟ ପୁରା ସମସ୍ତଙ୍କ ଜିନିଷ ଖାଇବାକୁ ମିଳିବ । ତେବେ ଏହା ଓଡ଼ିଶା ସରକାର ନୁହେଁ ବରଂ କର୍ଣ୍ଣାଟକ ସରକାର ଏଭଳି ଏକ ଯୋଜନା ରାଜ୍ୟରେ ଲାଗୁ କରିବାକୁ ଯାଉଛନ୍ତି । ରାଜ୍ୟରେ ପୁଣି ଥରେ ଇନ୍ଦିରା କ୍ୟାଣ୍ଟିନ ଖୋଲାଯିବା ପାଇଁ ନିଷ୍ପତ୍ତି ନିଆ ଯାଇଛି । ଯେଉଁଥିରେ ଦୁଇ ଥର ଗରିବ ମାନଙ୍କୁ ଖାଦ୍ୟ ପସରା ଯିବ ।

ସୂଚନା ଅନୁଯାୟୀ , କର୍ଣ୍ଣାଟକରେ କଂଗ୍ରେସ ସରକାର ରହିଥିବା ଅମଳରେ ଇନ୍ଦିରା କ୍ୟାଣ୍ଟିନ ଖୋଲା ଯାଇଥିଲା। ଯେଉଁଥିରେ ଗରିବ ଲୋକ ମାନଙ୍କୁ ଦୁଇ ବେଳା ପେଟ ପୁରା ଖାଇବା ମିଳି ଯାଉଥିଲା ଆଉ ତାହା ପୁଣି ୫ ଏବଂ ୧୦ ଟଙ୍କା ଦେଇ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ , ଏଥିରେ ପ୍ରତିଦିନ ମେନୁ ମଧ୍ୟ ବଦଳା ଯାଉଥିଲା । ଯାହା ଫଳରେ ଲୋକେ ଅତ୍ୟନ୍ତ ଆଗ୍ରହ ହୋଇ ଖାଇବା ପାଇଁ ଆସି ଯାଉଥିଲେ। ତେବେ ବର୍ତ୍ତମାନ ସମୟରେ ସେହି ଧାରା ଆଉ ଥରେ ଲାଗୁ କରାଯିବା ପାଇଁ ନିଷ୍ପତ୍ତି ନିଆ ଯାଇଛି ।

କାରଣ ଏଥର ପୁଣିଥରେ ଆଉ ଦୀର୍ଘ ବର୍ଷ ପରେ କଂଗ୍ରେସ ସରକାର ସେଠାରେ ବିଜୟ ଲାଭ କରିଛି । ତେବେ ନିକଟରେ ରାଜ୍ୟରେ କଂଗ୍ରେସ ସରକାର ଗଠନ କରିବା ସହିତ ସିଦ୍ଧରମୈୟା ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତେଣୁ ବହୁତ ଦିନ ପରେ ପୁଣି ଥରେ କଂଗ୍ରେସ ସରକାର ଇନ୍ଦିରା କ୍ୟାଣ୍ଟିନ ଖୋଲିବା ପାଇଁ ନିଷ୍ପତି ନେଇଛି । ଯେଉଁଥିରେ ପୁଣିଥରେ ଅଳ୍ପ ଟଙ୍କାରେ ଗରିବ ଖଟିଖିଆ ଲୋକ ମାନଙ୍କୁ ଖାଦ୍ୟ ଯୋଗାଇ ଦିଆ ଯିବ । ଏହା ସମଗ୍ର କର୍ଣ୍ଣାଟକ ବାସିନ୍ଦା ପାଇଁ ଖୁସିର ଲହର ଭରି ଦେଇଛି ।

Leave a Reply

Your email address will not be published. Required fields are marked *