ମୁଁହ ଖୋଲିଲେ ରମେଶଙ୍କ ସହାୟିକା:- ନୂଆ ନୂଆ ମହିଳା ମାନଙ୍କୁ ସାଙ୍ଗରେ ଧରି ଅଫିସ ଆସୁଥିଲେ ଏବଂ ଭଉଣୀ କରୁଥିଲେ ସ୍ୱାଗତ।

ବର୍ତ୍ତମାନ ସମୟରେ କୌଣସି ବ୍ୟକ୍ତିକୁ ଭରସା କରିବା କଷ୍ଟକର ହୋଇ ପଡ଼ିଛି। ଯେ କୌଣସି ମୁହୂର୍ତ୍ତରେ ବି ଧୋ-କା ଦେଇ ପାରନ୍ତି। ଅନେକ ଲୋକ ବିଶ୍ୱାସରେ ବି-ଷ ଦେଇ ବିଶ୍ୱାସ ଘା-ତ-କ କରିଥାନ୍ତି। ତେଣୁ ଆଜିର ଜୀବନର ଭରସାଯୋଗ୍ୟ ବ୍ୟକ୍ତି ମିଳିବା କଠିନ ହୋଇ ଯାଇଛି। କେହି ପ୍ରେମ ପାଇଁ ଧୋ-କା ଖାଉଛି ତ ଆଉ କେହି ଫର୍ଡ କାମ କରି ଲୋକମାନଙ୍କୁ ଠାକୁଛନ୍ତି।

ଦିନକୁ ଦିନ ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ଗୁମର ଫିଟିବାରେ ଲାଗିଛି। ନକଲି ଡାକ୍ତର ସାଜି ମହିଳାଙ୍କୁ ଜା-ଲରେ ଫସାଉ ଥିଲେ ଏବଂ ଭିଡ଼ିଓ କଲ୍ ଜରିଆରେ ନିର୍ଯ୍ୟା-ତନା ଦେଉଥିଲେ। କେବଳ ସେତିକି ନୁହେଁ ସେ ଅନେକ ମହିଳାଙ୍କୁ ବିବାହ କରିଥିବା ନେଇ ଜଣା ପଡ଼ିଛି। ତେବେ ଏହି ଖବର ଯେତେବେଳେ ସାମ୍ନାକୁ ଆସିଲା ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ବର୍ତ୍ତମାନ ଏହି ବିଷୟରେ ପୋ-ଲି-ସ ଅନୁସ-ନ୍ଧାନ ଆରମ୍ଭ କରିଦେଇଛି।

ଖବର ଅନୁସାରେ, ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ସହାୟିକା ନିଜ ମୁଁହ ଖୋଲିଛନ୍ତି। ସେ କହିଛନ୍ତି ରମେଶ ସ୍ୱାଇଁ ନୂଆ ନୂଆ ମହିଳାଙ୍କୁ ସାଙ୍ଗରେ ଧରି ଅଫିସକୁ ଆସୁଥିଲେ ଏବଂ ସେମାନଙ୍କୁ ସ୍ୱାଗତ କରୁଥିଲେ ତାଙ୍କ ଭଉଣୀ ଆଉ ଭିଣେଇ। କେବଳ ସେତିକି ନୁହେଁ ରମେଶ ସ୍ବାଇଁଙ୍କ ଦ୍ଵିତୀୟ ପତ୍ନୀ କମଳା ମଧ୍ୟ ଏହି ଅପ-ରାଧରେ ଜଡିତ ଅଛନ୍ତି। ଭୁବନେଶ୍ୱର କମିଶନରେଟ୍‌ ପୁ-ଲି-ସ୍‌ ପାଖରେ ହାଜର ବେଳେ ଆଜି ଏପରି ବ-ୟାନ ଦେଇଛନ୍ତି ରମେଶ ସ୍ୱାଇଁଙ୍କ ସହାୟିକା।

ସୋସିଆଲ ମିଡ଼ିଆ ଜରିଆରେ ସେ ଅନେକ ମହିଳାଙ୍କୁ ନିଜର ନକଲି ଡାକ୍ତର ପରିଚୟ ଦେଇ ପ୍ରେମ ଜା-ଲରେ ଫସାଉ ଥିଲେ। ଏହାର ସେମାନଙ୍କ ସହ ଭିଡ଼ିଓ କଲ୍ ଜରିଆରେ କଥା ହେଉଥିଲେ। ପରବର୍ତ୍ତୀ ସମୟରେ ସେହି ମହିଳା ମାନଙ୍କୁ ବ୍ଲାକ ମେଲ କରି ବିବାହ କରିବା ପାଇଁ ବାଧ୍ୟ କରାଉଥିଲେ। କେବଳ ସେତିକି ନୁହେଁ ସେ ଦେହରେ ସାଲାଇନ ଲଗାଇ ଅସୁସ୍ଥତା ଅଛନ୍ତି ବୋଲି ଫଟୋ ପଠେଇବା ସହିତ ଭିଡ଼ିଓ କରି ପଠାଉ ଥିଲେ। ତାଙ୍କ କଥାରେ ବିଶ୍ୱାସ କରିବା ସହିତ ତାଙ୍କ ଜା-ଲ ରେ ଫସି ଯାଉଥିଲେ

ରି-ପୋ-ର୍ଟରୁ ଜଣା ପଡ଼ିଛି ଯେ ଏମବିବିଏସରେ ଆଡମିଶନ କରାଇଦେବା କହି ଲୋକମାନଙ୍କ ଠାରୁ ୧୮ ଲକ୍ଷ ଟଙ୍କା ଠ-କେଇ କରିଥିବା ଜଣା ପଡ଼ିଛି। ଅନେକଙ୍କୁ ଚାକିରୀ କରେଇ ଦେବା କହି ମଧ୍ୟ ଲୋକମାନଙ୍କ ଠାରୁ ଟଙ୍କା ନେଇଛି। ମିଳିଥିବା ସୂଚନା ଅନୁସାରେ ରମେଶ ସ୍ୱାଇଁ କେନ୍ଦ୍ରାପଡା ଜିଲ୍ଲାର ଏକ ନକଲି ଡାକ୍ତର ଅଟନ୍ତି। ତେବେ ଘରୋଇ ମ୍ୟାରେଜ କେନ୍ଦ୍ର ସଂସ୍ଥା ଜରିଆରେ ଝିଅ ମାନଙ୍କୁ ଜା-ଲରେ ଫସାଉ ଥିଲା। ତେବେ ଯୁବତୀ ମାନଙ୍କ ଅସୁବିଧାର ସୁଯୋଗ ନେଇ ଫାଇଦା ଉଠାଉ ଥିଲା ନକଲି ଡାକ୍ତର।

ରମେଶଙ୍କ ସହାୟିକାଙ୍କ କହିବାନୁଯାୟୀ, ସେ ପ୍ରତିଦିନ ନୂଆ ନୂଆ ମହିଳାଙ୍କୁ ସାଙ୍ଗରେ ଧରି ଅଫିସ ଆସୁଥିଲେ। ମୁଁ ଯେତେବେଳେ ପଚାରୁଥିଲି ସେତେବେଳେ ସେ ଗେଷ୍ଟ ବୋଲି କହୁଥିଲେ। ତେବେ ମହିଳାଙ୍କୁ ସାଙ୍ଗରେ ଆଣିବା ପରେ ତାଙ୍କ ସହ ଦୁର୍ବ୍ୟ-ବହାର କରୁଥିଲେ। ପ୍ରତିବାଦ କରିବା ବେଳେ ମୋତେ ଚାକିରରୁ ବାହାର କରିଦେବେ ବୋଲି ଧ-ମ-କ ଦେଉଥିଲେ।

ସେ ଆହୁରି କହିଛନ୍ତି, “ମୁଁ ତାଙ୍କ ପାଖରେ ୨ ବର୍ଷ ୩ ମାସ କାମ କରିଛି। ୨୦୧୯ରୁ ୨୦୨୧ ପର୍ଯ୍ୟନ୍ତ। ଏହି ସମୟ ଭିତରେ ମୋତେ ମାତ୍ର ୩ ମାସର ଦରମା ମଳିଛି। ବାକି ଦରମା ମିଳିନାହିଁ। ଦରମା ମାଗିବାରୁ ରାତି ୧୧ଟାରେ ଧ-କ୍କା ମା-ରି ମୋତେ ଘରୁ ବାହାର କରି ଦିଆଯାଇଥିଲା। ମୋ ଫୋନକୁ ଭାଙ୍ଗି ଦେଇ ସେଥିରେ ଥିବା ପ୍ରମାଣକୁ ନଷ୍ଟ କରିଦେଇଥିଲେ।

ରମେଶ ସ୍ୱାଇଁ ଆଇନ ଗତ ଭାବେ ଦୁଇ ଜଣଙ୍କୁ ବିବାହ କରିଛି।ସେ ୧୯୮୨ରେ ପ୍ରଥମ ବିବାହ କରିଥିଲା। ପ୍ରଥମ ପତ୍ନୀଙ୍କଠାରୁ ୩ ପିଲା ଅଛନ୍ତି। ସେମାନେ ସମସ୍ତେ ଡାକ୍ତର। ୨୦୦୨ ମସିହାରେ ସେ ଦ୍ୱିତୀୟ ବିବାହ କରିଥିଲା। ତାଙ୍କର ମଧ୍ୟ ଦୁଇ ପିଲା ଅଛନ୍ତି। କିନ୍ତୁ ଏହା ବ୍ୟତୀତ ସେ ୧୮ ଜଣ ଯୁବତୀଙ୍କ ଅସହାୟତା ର ସୁଯୋଗ ନେଇ ବିବାହ କରୁଥିଲେ ନକଲି ଡାକ୍ତର। ଯେଉଁ ଘରେ ଜଣେ ମହିଳା ରହୁଥିଲେ ସେହି ଘରକୁ ଟା-ର୍ଗେ-ଟ କରୁଥିଲା ରମେଶ। ସେମାନଙ୍କୁ ଜା-ଲରେ ଫସାଇ ବିବାହ କରୁଥିଲା ଏବଂ ବିବାହ ପରେ ସମସ୍ତ ସମ୍ପତ୍ତି କୁ ନିଜ ନାଁ ରେ ଲେଖି ଦେଉଥିଲା ରମେଶ।

Leave a Reply

Your email address will not be published. Required fields are marked *