ବିଭୁଭୂଷଣଙ୍କ ପାଇଁ ସ୍ତ୍ରୀ କାହିଁକି ହୋଇଥିଲେ ଲଣ୍ଡା ।

ବିଭୁଭୂଷଣ ଓଡ଼ିଆ ସିରିଏଲ୍ ଜଗତର ଏକ ବହୁ ଚର୍ଚ୍ଚିତ ନା । ଯାହାଙ୍କ ନିଖୁଣ ଅଭିନୟ ଦେଖିବା ପାଇଁ ଦର୍ଶକ ମାନେ ସନ୍ଧ୍ୟା ହେଲେ ଟିଭି ଆଗରେ ବସି ପଡିଥାନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ବିଭୁ ଭୂଷଣଙ୍କ ଜୀବନୀ କିପରି ଥିଲା ସେ ସିରିଏଲ୍ ଜଗତକୁ କିପରି ଆସିଥିଲେ । ଏବଂ ସବୁ ଠାରୁ ବଡ଼ କଥା ହେଉଛି କାହିଁକି ତାଙ୍କ ସ୍ତ୍ରୀ ତାଙ୍କ ପାଇଁ ଲଣ୍ଡା ହୋଇଥିଲେ । ସିରିଏଲ୍ ଜଗତକୁ ଆସିବାକୁ ସେ ଅନେକ ପରିଶ୍ରମ କରିଛନ୍ତି । ଯେହେତୁ ତାଙ୍କର ଅଭିନୟ ପ୍ରତି ନିଶା ଥିଲା ତେଣୁ ସେ ଅନେକ ପରିଶ୍ରମ କରି ଅଭିନୟ ଜଗତରେ ପାଦ ଥାପି ଥିଲେ ।

ପାଠ ପଢା ପ୍ରତି ତାଙ୍କର ଅଧିକ ଆଗ୍ରହ ଥିଲା ତେଣୁ ବିଭୁ ଭୂଷଣ ସବୁବେଳେ ପାଠ ପଢାରେ ବେଶ୍ ମନୋ ଦେଉଥିଲେ । ଆଉ ଏହା ପରେ ବିଭୁ ଭୂଷଣଙ୍କ ମୁଣ୍ଡକୁ ଚଢିଥିଲା ଅଭିନୟର ନିଶା ତେଣୁ ଯେତେବେଳେ ସେ ମୁମ୍ବାଇ ଯାଇଥିଲେ ସେତେବେଳେ ସେ ବଲିଉଡ ଜଗତରେ ପାଦ ଥାପିବା ପାଇଁ ଅନେକ ସଙ୍ଘର୍ଷ କରୁଥିଲେ । ଆଉ ସବୁବେଳେ ଅଡିସନ୍ ମଧ୍ୟ ଦେଉଥିଲେ । କାରଣ ସେ ଅଭିନୟ ଶିଖିବାକୁ ଚାହୁଥିଲେ ଆଉ ସବୁ ବିଷୟରେ ଜାଣିବାକୁ ମଧ୍ୟ ଚାହୁଁ ଥିଲେ । ଏହା ପରେ ଅଭିନୟ ଦୁନିଆରେ ପାଦ ରଖିଥିଲେ ସେ । ହେଲେ ତାଙ୍କୁ ସେତେବେଳେ ବହୁତ୍ ଛୋଟ ଭୂମିକାରେ ଅଭିନୟ କରିବାକୁ ପଡୁଥିଲା ।

ଏହା ପରେ ମଧ୍ୟ ସେ ସେହି ଛୋଟ ଭୂମିକାରେ ବି ବେଶ୍ ଅଧିକ ଖୁସି ଥିଲେ । କାରଣ ତାଙ୍କ ମୁଣ୍ଡରେ ଥିଲା ଅଭିନୟ କରିବାର ଶିକ୍ଷା । ତେବେ ଏହା ପରେ ସେ ଓଡ଼ିଶା ଆସିଥିଲେ ଓ ଓଡ଼ିଆ ଅଭିନୟ ଦୁନିଆରେ ପାଦ ଥାପି ଅଭିନୟ କରୁଥିଲେ । ହେଲେ ଯେହେତୁ ସେ ବାହାରେ ଅନେକ ବର୍ଷ ବିତାଇ ଦେଇଥିଲେ ତେଣୁ ତାଙ୍କର ଓଡ଼ିଆ କହିବାରେ ସାମାନ୍ୟ ଅସୁବିଧା ହେବା କାରଣରୁ ତାଙ୍କୁ ସିରିଏଲ୍ ରୁ ବାହାର କରି ଦିଆ ଯାଇଥିଲା । ହେଲେ ଏଥିରେ ସେ ଦୁଃଖ ନକରି ଓଡ଼ିଆ ଶିଖିବାରେ ଲାଗି ପଡ଼ିଥିଲେ ଆଉ ପନ୍ଦର ଦିନ ଭିତରେ ଓଡ଼ିଆ ମଧ୍ୟ ଶିଖି ପାରିଥିଲେ ।

ଏହା ପରେ ତାଙ୍କ ସ୍ବାସ୍ଥ୍ୟ ହଟାତ୍ ଖରାପ ହୋଇଯିବା କାରଣରୁ ତାଙ୍କୁ ସବୁଠୁ ଅଧିକ ଭଲ ପାଉଥିବା ତାଙ୍କ ପତ୍ନୀ ଦୁଃଖରେ ଭାଙ୍ଗି ପଡ଼ିଥିଲେ । ଆଉ ତାଙ୍କ ପାଇଁ ତାଙ୍କ ପତ୍ନୀ ତିରୁପତିରେ ଲଣ୍ଡା ହୋଇ ଯାଇଥିଲେ ଏବଂ ଯାହା ଫଳରେ ଅନେକ ଲୋକେ ତାଙ୍କୁ ଅନେକ କଥା କହିଥିବା ବେଳେ ସେ କୁହନ୍ତି କି ମୁଁ ମୋ ପତ୍ନୀଙ୍କ ପାଇଁ ଗର୍ବ କରୁଥିଲି । ତେବେ ଏଭଳି କିଛି ଥିଲା ଆପଣଙ୍କ ପ୍ରିୟ କଳାକାର ବିଭୁଭୁଷଣଙ୍କ କାହାଣୀ ।

Leave a Reply

Your email address will not be published. Required fields are marked *